ଅଟୋ ରିକ୍ସା ଧୋଇବାକୁ ନେବାବେଳେ ଦୁର୍ଘଟଣା; ଖସି ପଡି ଶିଶୁ ମୃତ, ଚଳାଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର, ୧୨ା୮(ଡି.ଏନ.ଏ.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେରୀ ଗ୍ରାମରେ ପିଉସା ଘରେ ରହି ପାଠ ପଢ଼ୁଥିବା ରାଜା ମହାନ୍ତ ନାମକ ଜଣେ ୧୦ମ ଶ୍ରେଣୀର ଛାତ୍ର ରବିବାର ଏକ ଅଟୋ ଧୋଇବାଲାଗି ନିକଟସ୍ଥ ନାଳକୁ ଯାଇଥିବା ସମୟରେ ସେଥିରେ ବସିଥିବା ଜଣେ ଗୁରୁଚରଣ ମହାନ୍ତ (୪) ନାମକ ଶିଶୁ ତଳକୁ ଖସିପଡ଼ିଥିଲେ। ଅଟୋ ରିକ୍ସାର ଚକ ତାଙ୍କ ଉପରେ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଶିଶୁଟି ମୃତ୍ୟୁବରଣ କରିଥିବା ଆଶଙ୍କାରେ ଅଟୋ ଚଳାଉଥିବା ରାଜା ମାନସିକ ଭାରସାମ୍ୟ ହରାଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ଶିଶଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷେ ଏହି ଦୁର୍ଘଟଣାକୁ କେନ୍ଦ୍ର କରି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପୋଲିସ ଶିଶୁ ପୁତ୍ରର ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ପୋଲିସ ସୂଚନା ଅନୁଯାୟୀ ରବିବାର ସକାଳେ ରାଜା ଅଟୋ ରିକ୍ସା ଧୋଇବା ପାଇଁ ଏକ ନାଳ ପାଖକୁ ଯାଇଥିଲେ। ତାଙ୍କ ସହିତ ଗାଁର ଭାଗୀରଥି ମହାନ୍ତଙ୍କ ୪ବର୍ଷର ପୁଅ ଗୁରୁଚରଣ ଯାଇଥିଲେ। ଅଟୋ ଧୋଇସାରି ଫେରୁଥିବା ସମୟରେ ଅଟୋରେ ବସିଥିବା ଏହି ଶିଶୁ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଥିଲେ। ଏହାପରେ ରାଜା ବିଷ ପିଇ ଗୁରୁତର ହୋଇଥିଲେ। ସଦର ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଅବରୋଧ, ଯାତ୍ରୀ ହୀନସ୍ତା

ଢେଙ୍କାନାଳ ଅଫିସ,୨୯।୩ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆହ୍ବାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଢେଙ୍କାନାଳରେ ଦେଖାଯାଇଛି। ନିଖିଳ ଓଡିଶା ଅଙ୍ଗନୱାଡି...

ଗୋରୀ ପାଇଁ ପୁଣି ସାଥୀ ଖୋଜା

ରାଜନଗର,୧୬।୧(ଡି.ଏନ.ଏ.) : ଭିତରକନିକା ଜାତୀୟ ଉଦ୍ୟାନର ସୁନ୍ଦରୀ ଦେଶ ବିଦେଶ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଶଙ୍ଖୁଆ କୁମ୍ଭୀର ଗୋରୀକୁ ଏବେ ୪୬ ବର୍ଷ ଚାଲିଲା। ଗୋରୀ...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲମ୍ବା ଧାଡ଼ି

ବନ୍ତ,୩୦।୩(ଡି.ଏନ୍‌.ଏ.): କରୋନା କଟକଣା ପରେ ଭଦ୍ରକ ଜିଲା ବନ୍ତ ସଦର ମହକୁମାରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଲୋକମାନେ ଡାକ୍ତରଖାନା...

ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି

ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ...

ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ...

ଅଙ୍ଗଦାନ କରିବେ ୭୦ କିନ୍ନର

ଭଦ୍ରକ ଅଫିସ, ୨୧।୧୨- ମୃତ୍ୟୁ ପରେ ସେମାନଙ୍କ ଅଙ୍ଗ ସମାଜର ଯେକୌଣସି ବର୍ଗର ଲୋକଙ୍କ ପାଇଁ ଦାନ କରିବେ। ଭଦ୍ରକ ଚରମ୍ପାସ୍ଥିତ ହୋଟେଲ ମୁନ୍‌ଲାଇଟ ପରିସରରେ...

ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା...

୨୭ କ୍ରୋମାଇଟ ଭର୍ତ୍ତି ଗାଡ଼ି ଅଟକ

ଆନନ୍ଦପୁର,୯ା୧୧(ସ୍ବ.ପ୍ର.): ଆନନ୍ଦପୁର ପୋଲିସ ଦ୍ୱାରା ୨୭ଟି କ୍ରୋମାଇଟ୍‌ ଭର୍ତ୍ତି ୬ ଚକିଆ ଯାନ ଅଟକ ରଖାଯାଇଛି। ଗାଡ଼ିଗୁଡ଼ିକ ମଙ୍ଗଳବାର ବିଳମ୍ବିତ ରାତିରେ କାଳିଆପାଣି ଅଞ୍ଚଳରୁ କ୍ରୋମାଇଟ୍‌...

Advertisement
Archives

Model This Week