Posted inଜାତୀୟ

ଅଟା ତରଳ କି କଠିନ ରାହୁଲ ଗାନ୍ଧୀ ଜାଣନ୍ତି ନାହିଁ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୪।୯: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ମୋଦି ଭୟ ଓ ଘୃଣାର ପ୍ରସାର କରି ଦେଶକୁ ଦୁର୍ବଳ କରିଦେଲେଣି। ଦେଶ ବିଭାଜନକାରୀ ଭାଜପା-ଆର୍‌ଏସ୍‌ଏସ୍‌ ନୀତିକୁ ମିଳିତ ବିରୋଧୀ ଦଳ ପରାଜିତ କରିବେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାଷଣକୁ ଭାଜପା ଟାର୍ଗେଟ କରିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ୨୦୧୪ ଠାରୁ ଏହା କହିଆସୁଛନ୍ତି ଏବଂ ତାଙ୍କ ଭାଷଣରେ କ୍ରୋଧ ଏବଂ ଘୃଣା ଦେଖାଯାଉଛି। ରାହୁଲ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବାଖ୍ୟା କରିବାବେଳେ ଅଟାକୁ ଲିଟରରେ ପରିଣତ କରିଛନ୍ତି। ଆଳୁ ମାଟି ତଳେ କି ଉପରେ ହୁଏ, ଅଟା କଠିନ କି ତରଳ ସେ ଜାଣନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ ବିଷୟ ଉପରେ କହିବା କେବଳ ସେ ଜାଣନ୍ତି।
ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଜୀ ଏବଂ ସୋନିଆ ଜୀ ୫ ହଜାର କୋଟି ଟଙ୍କା ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଜାମିନରେ ଆସିଛନ୍ତି, ତଦନ୍ତ ଚାଲିଛି। ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଭାବୁଥିଲେ ଦୁର୍ନୀତି ହେଉଛି ସେମାନଙ୍କର ଜନ୍ମଗତ ଅଧିକାର, ଆଜି ସେମାନେ ଭୟଭୀତ। ଏହି ଭୟ ହେତୁ ରାହୁଲଙ୍କ ଭାଷଣରେ ଘୃଣା ଏବଂ କ୍ରୋଧ ଦୃଶ୍ୟମାନ ହେଉଥିଲା। ଆଜି କଂଗ୍ରେସ ଦଳ କେବଳ ଦୁଇ ଜଣଙ୍କ ଦଳ ହୋଇ ରହିଛି। ପାର୍ଟି ଦୁଇ ପରିବାର ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ରାମଲିଲା ମଇଦାନକୁ ଯାଇଥିଲେ।
ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ଆକାଶଛୁଆଁ ହୋଇଛି। ବେରୋଜଗାରୀ ଶୀର୍ଷ ଛୁଇଁଲାଣି। ମୋଦି ଭୟ ଓ ଘୃଣାର ପ୍ରସାର କରି ପଡୋଶୀ ଦେଶକୁ ଉପକୃତ କରାଇବା ସହ ଭାରତକୁ ଦୁର୍ବଳ କରାଉଛନ୍ତି। ଦୁଇଜଣ ବଡ଼ ଶିଳ୍ପପତିଙ୍କ ଫାଇଦା ପାଇଁ ସେ ୨୪ ଘଣ୍ଟା କାମ କରୁଛନ୍ତି। ସେମାନେ ଗଣମାଧ୍ୟମ ସମେତ ପ୍ରଧାନମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଏହି ଦୁଇ ଶିଳ୍ପପତି ଏବଂ ଗଣମାଧ୍ୟମର ସହଯୋଗ ବିନା ମୋଦି କଦାପି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, ଏହା ନିଶ୍ଚିତ ବୋଲି ରାହୁଲ କହିଛନ୍ତି।
ରାହୁଲ ମହଙ୍ଗାଇ ଉପରେ କହିଥିଲେ, ଅଟା ଲିଟର ୨୨ ଟଙ୍କାରେ ମିଳୁଥିଲାବେଳେ ଏବେ ତାହା ବଢ଼ି ୪୦ ଟଙ୍କାରେ ପହଞ୍ଚତ୍ଲାଣି। ସଙ୍ଗେ ସଙ୍ଗେ ସେ ନିଜର ଭୁଲ୍‌ ଜାଣିପାରି ତାହାକୁ ସଂଶୋଧନ କରିନେଇଥିଲେ। ତେବେ ପାଟିରୁ ଖସିଯାଇଥିବା ଏହି ଭୁଲ୍‌କୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କ ଭୁଲ୍‌ ଉକ୍ତିର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଘୂରିବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲରେ କାର୍ଟୁନ ଦେଖୁଦେଖୁ ବାଲ୍‌କୋନିରୁ ଖସିପଡ଼ିଲେ ୨ ବର୍ଷର ଶିଶୁ

ମୁମ୍ବାଇ,୧୫ା୯: ଆଜିକାଲି ଛୋଟପିଲାଙ୍କୁ ଭୁଲାଇବା ପାଇଁ ମାତାପିତା ମୋବାଇଲର ସାହାରା ନେଉଛନ୍ତି। ମାତ୍ର ଏହି ମୋବାଇଲ ବେଳେବେଳେ ପିଲାଙ୍କ ପାଇଁ କାଳ ସାଜୁଛି। ଏମିତି ଏକ...

ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ଆରମ୍ଭ ହୋଇପାରେ ୪ଜି ସେବା

ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ଖୁବ୍‌ଶୀଘ୍ର ଆରମ୍ଭ ହୋଇପାରେ ୪ଜି ଇଣ୍ଟରନେଟ ସେବା। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ୨ଟି ଜିଲାରେ ୪ଜି ଇଣ୍ଟରନେଟ ସେବା ପରୀକ୍ଷାମୂଳକ ଭାବେ...

ସମସ୍ତ ସୁପାରିସ ମାନିବାକୁ ରାଜ୍ୟ ସରକାର ବାଧ୍ୟ ନୁହନ୍ତି

ନୂଆଦିଲ୍ଲୀ,୧୯।୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ବ୍ୟାପାରରେ ଆଇନ ପ୍ରଣୟନ କରିବା କ୍ଷମତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି। ଜିଏସ୍‌ଟି କାଉନସିଲର...

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର...

ମଡେଲଙ୍କ ପର୍ସନାଲ ଶପର୍‌ ‘ପିଙ୍କି’

ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍‌ର ବହୁ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ସାମିଲ...

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା...

ନବୋଦୟ ସ୍କୁଲର ୮୫ ପିଲା କରୋନା ପଜିଟିଭ୍‌,କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା…

ନୈନିତାଲ, ୨।୧ : ନୈନିତାଲର ସୁୟାଲବାଡ଼ିସ୍ଥିତ ଜବାହର ନବୋଦୟ ସ୍କୁଲର ୮୫ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆକ୍ରାନ୍ତ ପିଲାଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି...

Advertisement
Archives

Model This Week