ଅଜବ ମେଣ୍ଟ

ଆକାର ପଟେଲ
କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି)କୁ ସାଙ୍ଗରେ ନେଇ ଶିବସେନା ଯଦି ସରକାର ଗଢ଼େ ତେବେ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ଏକ ଅଜବ ମେଣ୍ଟ ସରକାର ହେବ। ଏତେ ଅଜବ ଯେ, ନିର୍ବାଚନ ପୂର୍ବରୁ ତାହା କେବେ ଆଶା କରାଯାଇ ନ ଥିଲା କି ଚିନ୍ତା ବି କରାଯାଇ ନ ଥିଲା। ତିନି ଦଶନ୍ଧି ହେଲା ଠାକ୍‌ରେ ପରିବାର ଭାରତୀୟ ଜନତା ପାର୍ଟି (ଭାଜପା) ସହ ମେଣ୍ଟ କରି ରହିଆସୁଥିଲେ। ପ୍ରତିଥର ଆସନ ବୁଝାମଣାକୁ ନେଇ ଶିବସେନା ଅସନ୍ତୋଷ ଓ କ୍ରୋଧ ପ୍ରକାଶ କରେ। ପ୍ରତିଥର ଶିବସେନା ଯେତିକି ପାଇବା କଥା ତା’ଠୁ ଅଧିକ ଆସନ ଦାବିକରେ। ପୁଣି ପ୍ରତିଥର ଭାଜପା ଧୈର୍ଯ୍ୟର ସହ ଏହାର ସମାଧାନ କରେ କାରଣ ଏହା ଜାଣିଥିଲା ଯେ ଦିନେ ନା ଦିନେ ଦଳ ସମଗ୍ର ମହାରାଷ୍ଟ୍ରକୁ କବ୍‌ଜା କରିନେବ ଏବଂ ନେଲା ମଧ୍ୟ। ଶିବସେନା ସହ ମେଣ୍ଟ ରାଜନୀତିର ଲମ୍ବା ଖେଳ ଖେଳିବାରେ ଭାଜପା ଅସୀମ ଧୈର୍ଯ୍ୟ ଓ ଶୃଙ୍ଖଳା ରକ୍ଷା କରିଆସିଛି। ସେନା ସବୁବେଳେ ବହିର୍ମୁଖୀ ଓ ଆତ୍ମସଂଯମହୀନ। ଏହା କୌଣସି ବିଷୟରେ ସର୍ବସାଧାରଣରେ ଘନ ଘନ ନିଜର ମତ ବଦଳାଇପାରେ, ଯାହା କଂଗ୍ରେସ ଓ ଏନ୍‌ସିପି ପରେ ଅନୁଭବ କରିବେ। ସେନାର ଖବରକାଗଜ ‘ସାମ୍‌ନା’ର ପ୍ରଥମ ପୃଷ୍ଠାରେ ଶିବସେନା ମୁଖ୍ୟଙ୍କ ସାକ୍ଷାତ୍‌କାର ନିୟମିତ ପ୍ରକାଶ ପାଏ। ଏହା ମାଧ୍ୟମରେ ଦଳର ସମ୍ବିଧାନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରେ। ସ୍ଥାନୀୟ ଖବରକାଗଜ ଓ ଚାନେଲଗୁଡ଼ିକ ତାହାକୁ ନେଇ ଖବର କରନ୍ତି। ଏସବୁ ମରାଠୀ ଭାଷାରେ ହୋଇଥିବାରୁ ଦେଶର ଅନ୍ୟ ଅଞ୍ଚଳର ଲୋକମାନେ ସେନା କେତେ ଅସ୍ଥିର ତାହା ଜାଣିବା କଷ୍ଟକର। ତଥାପି ତାହା ଜାଣିବାକୁ ବେଶିଦିନ ଲାଗିବ ନାହିଁ। ଆଦର୍ଶଗତ ଦୃଷ୍ଟିରୁ ସେନାକୁ ଭାଜପାର ଅଂଶୀଦାର ବୋଲି ମନେକରାଯାଏ, କିନ୍ତୁ ପ୍ରକୃତରେ ଏହାର କୌଣସି ମୂଳ ହିନ୍ଦୁତ୍ୱ ଆଦର୍ଶ ନାହିଁ। ଏହା ବି ଦରକାର ପଡ଼ିଲେ ଯାହାକୁ ଭଲ ପାଉଥିଲା ତାକୁ ଘୃଣା କରିପାରେ। ଏହା ନିଜକୁ ଗଢ଼ିବା ପାଇଁ ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଓ ମୁସଲମାନଙ୍କଠାରୁ ବି ରକ୍ତ ଶୋଷିଛି। ଏହା ସତ ଯେ ୧୯୯୨-୯୩ରେ ଶିବସେନାର ନେତାମାନେ ବାବ୍ରୀ ମସ୍‌ଜିଦ ଭଙ୍ଗା ଏବଂ ପରେ ପରେ ମୁମ୍ବାଇର ମୁସଲମାନ ବିରୋଧୀ ଦଙ୍ଗାରେ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ମଧୁକର ସର୍ପୋଟଦାରଙ୍କ ସମେତ ସେନା ନେତାମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
କିନ୍ତୁ ଏହା ମଧ୍ୟ ସତ ଯେ, ମୁମ୍ବାଇରେ ସେନା ଚାହୁଁଛି ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କୁ ହଇରାଣ ହରକତ କରିବା ପାଇଁ ଯେଉଁମାନେ ଅଯୋଧ୍ୟାର ବାବ୍ରୀ ମସ୍‌ଜିଦ ଭଙ୍ଗା କାର୍ଯ୍ୟରେ ତାଙ୍କ ସହ ଅଂଶଗ୍ରହଣ କରିଥିଲେ। ସେନା ମୁସଲମାନଙ୍କ ପ୍ରତି ସମାନ ପ୍ରକାର ବିଦ୍ୱେଷ ଓ ଘୃଣାଭାବ ପ୍ରକାଶ କରେ ଏବଂ ଅନ୍ୟମାନଙ୍କ ପ୍ରତି ବି ଏହା ଅତି ସହଜରେ ସେପରି ଭାବ ପ୍ରକାଶ କରିପାରିବ। ଗାନ୍ଧୀ ପରିବାର ଠାକ୍‌ରେମାନଙ୍କ ଗାଳି ଏବଂ ଅତୀତକୁ କେମିତି ଭୁଲିପାରିବ? ଶତ୍ରୁତା ଓ ମିତ୍ରତା ଏବଂ ଧାର୍ମିକ ଓ ଧର୍ମନିରପେକ୍ଷ ଉଭୟ ଭାବକୁ ନେଇ ସେମାନେ କେମିତି ଚାଲିପାରିବେ? ମନମୋହନ ସିଂ, ଶଶୀ ଥରୁର ଓ ଚିଦାମ୍ବରମ୍‌ଙ୍କ ପରି ଲୋକ କେମିତି ସେନା ସହ ମେଣ୍ଟକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବେ? ଅନ୍ୟପକ୍ଷରେ ସେନାର କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନ ଥିବାରୁ ଏହାର କୌଣସି ଯଥାର୍ଥ ଇସ୍ତାହାର ବା ରଣନୀତିକ ଦିଶା ବି ନାହିଁ। ଅର୍ଥନୀତି କେମିତି ଚାଲିବ, ରାଜ୍ୟ କେମିତି ଚାଲିବ, ମାନବ ସମ୍ବଳ ବିକାଶ ସୂଚକାଙ୍କ କେମିତି ବଢ଼ିବ, ବୈଦେଶିକ ନୀତି କିପରି ହେବ ଏସବୁ ବିଷୟରେ ସେନାର କୌଣସି ଚିନ୍ତାଧାରା ନାହିଁ। ଏହା କେବଳ ରାଗି ପାଟି କରିବା ଶିଖିଛି।
କଂଗ୍ରେସ ଓ ଏନ୍‌ସିପି ପାଇଁ ଏପରି ନିର୍ବାଚନୀ ଫଳାଫଳ ଅପ୍ରତ୍ୟାଶିତ ଥିଲା। ସେମାନେ ପାଖାପାଖି ସମାନ ଭୋଟ ପାଇଛନ୍ତି, ଯାହା ଭାଜପାଠାରୁ ମାତ୍ର ପ୍ରାୟ ୮ ପ୍ରତିଶତ କମ୍‌। କଂଗ୍ରେସର ଭୋଟ ସାମାନ୍ୟ ହ୍ରାସ ପାଇଥିବା ବେଳେ ସେମାନେ ପୁଣି ନିଜକୁ ସଜାଡ଼ିବା ଓ ଦୃଢ଼ କରିବାର ସୁଯୋଗ ଏବେ ବି ରହିଛି। କିନ୍ତୁ ସେନା ସହ ମେଣ୍ଟ କରିବା ଦ୍ୱାରା ସେମାନେ ସେହି ସୁଯୋଗ ହରାଇବେ। ଉଭୟ କଂଗ୍ରେସ ଓ ଏନ୍‌ସିପି ପାଇଁ ସେନା ସହ ମେଣ୍ଟ ଚୁମ୍ବକ ପରି ପରସ୍ପରକୁ ଆକର୍ଷଣ କଲା ପରି ନୁହେଁ, ଅର୍ଥାତ୍‌ ସ୍ବାଭାବିକ ନୁହେଁ। କର୍ମୀ ଓ ଭୋଟର ସ୍ତରରେ ସ୍ପଷ୍ଟ ବିକର୍ଷଣ ଦେଖିବାକୁ ମିଳିବ। ଭାଜପାର ଆଧିପତ୍ୟ ଓ ଶକ୍ତି ଅବଦମିତ ରହିଥିବା ବେଳେ ସେମାନେ ନିଜର ପ୍ରାସଙ୍ଗିକତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ। ଭାଜପା-ସେନା ମେଣ୍ଟର ବିଫଳତାକୁ ଦର୍ଶାଇ କଂଗ୍ରେସ ଆଉ ଏକ ନିର୍ବାଚନ ଦାବି କରିପାରିଥାନ୍ତା। କିନ୍ତୁ ସେମାନେ ଏବେ ଦିଶାହରା ହୋଇଯାଇଥିବା ପରି ମନେହେଉଛି। ସେନା, କଂଗ୍ରେସ ଓ ଏନ୍‌ସିପି ସମସ୍ତେ ମୋଦି-ନେତୃତ୍ୱାଧୀନ ଭାଜପା ଆଗରେ କ୍ରମଶଃ ଅପ୍ରାସଙ୍ଗିକ ଓ କୋଣଠେସା ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି। ଏପରି ଆଶଙ୍କା ମଧ୍ୟ ଯୁକ୍ତିଯୁକ୍ତ। ଭାଜପା ଯେପରି ଭାବେ ନିର୍ବାଚନ ଜିଣି ରାଜ୍ୟ ପରେ ରାଜ୍ୟ ଓ କ୍ଷମତା ଦଖଲ କରିଚାଲିଛି, ତାହା ଭୟ ସୃଷ୍ଟି କରିବା ସ୍ବାଭାବିକ। ତେଣୁ କଂଗ୍ରେସ ପରି ବିରୋଧୀ ଦଳଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି ସୁଚିନ୍ତିତ ପଦକ୍ଷେପ ନେବା ଉଚିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନାଲିଆଖି

ଡ. ସୁବାସ ଚନ୍ଦ୍ର ପାତ୍ର ମୃତ୍ୟୁର ନାଲିଆଖିର ବର୍ଣ୍ଣନା ସହିତ ଆମେ ଏତେ ପରିଚିତ ଯେ ଜୀବନର ଯେ ଗୋଟିଏ ଆଖି ଅଛି, ସେ ନାଲି...

ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ...

ବିଭାଜନର ପାଚେରି

ନାରାୟଣ ପଣ୍ଡା ସ୍ଵ।ଧୀନତା ପୂର୍ବରୁ ଦେଶର ଦୁର୍ବଳବର୍ଗଙ୍କ ଉପରେ ଐତିହାସିକ ଶୋଷଣ, ଅସମାନତା ଓ ପାତରଅନ୍ତର ନୀତି ଯୋଗୁ ସେମାନେ ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ...

ଏଇ ଭାରତରେ

ସକଳ ଘଟରେ ନାରାୟଣ, ଏଭଳି ଭାବ ପ୍ରାଣୀ ସେବା କରିବା ଲାଗି ପ୍ରେରିତ କରିଛି ଚେନ୍ନାଇର ଶିରାନି ପେରିରାଙ୍କୁ। ୧୯୯୪ରେ ଚେନ୍ନାଇ ଚାପ୍ଟର ଅଫ୍‌ ପିପୁଲ...

ଜନସଂଖ୍ୟା ବୃଦ୍ଧିର କେତୋଟି ଦିଗ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଆମ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା...

ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ

ତୁଷାରକାନ୍ତ ତା୦୩ା୦୪ା୨୦୨୧ରିଖରେ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅନ୍ତର୍ଗତ ଟେକୁଲଗୁଡମର ପାହାଡ଼ରୁ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ଆରମ୍ଭ ହୋଇ ପାହାଡ଼ ତଳ ଅଞ୍ଚଳରେ ଶେଷ...

ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି।...

ଏଇ ଭାରତରେ

ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ...

Advertisement
Archives

Model This Week