ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗତ ନୂଆଁଖାଇ ସମୟରେ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାରୁ ନୂଆଁଖାଇରୁ ମଧ୍ୟ ବଞ୍ଚତ୍ତ ରହିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଟିକ୍ରାପଡାର ମକଡଦମ ପଡାର ଭୋଲା ସଗରିଆ (୩୦), ହେମକାନ୍ତି ସଗରିଆ (୨୫), ସୁନାଧର ସବରିଆ (୫୫), ପ୍ରିତି ସଗରିଆ (୫), ରିଙ୍କୁ ବୌକ (୩୩), ଅମ୍ରିତା ବୌକ (୬୦), ନମିତା ବୌକ (୩୮), କଲ୍ୟାଣି ବୌକ (୪୦), ଲୀଲାବତୀ ହଂସ(୩୫), ଲିପୁ ବେହେରା (୩୪), ଗଉରି ବେହେରା (୨୬), ସବିତା ଦଲପତି (୬୨), ମକାରାଉ ଦଲପତି (୪୨), ସୌମ୍ୟ ଦଲପତି (୧୭), ନିନି ଦଲପତି (୩୮), ବୈଷ୍ଣବ ହଂସ (୪୫) ପ୍ରମୁଖ ଆକ୍ରାନ୍ତ ହୋଇଛନ୍ତି । ସେମାନେ ବିଭିନ୍ନ ପ୍ରକାର ଘରୋଇ ଚିକିତ୍ସା କରୁଥିଲେ ମଧ୍ୟ ଠିକ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି । ଏହା ଏକ ଅଜଣା ଜ୍ୱର ବୋଲି କୁହାଯାଉଛି । ଏହା ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି।

ନୂଆପଡ଼ାରେ ୧୫ରୁ ଧାନ କିଣା ହେବ
ନୂଆପଡା ଅଫିସ,୧୨ା୫- ନୂଆପଡ଼ା ଜିଲାରେ ଆସନ୍ତା ୧୫ ତାରିଖଠାରୁ ଧାନକିଣା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି। ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଏ ନେଇ ...

ଅଜନା ରୋଗ୍ରେ ଦିବ୍ୟାଙ୍ଗ ପାଲଟିଛନ୍ ଭାଇବହେନ୍
କୋମନା, ୧୪।୩ (ଡି.ଏନ୍.ଏ.)- ରାଏଜ୍ ସରକାର ଅସାହା, ଗରିବ ଦୁଖି, ଭିନ୍ନକ୍ଷମମାନକୁ ଭିନେ ଭିନେ ଯୋଜନାରେ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍। ହେଲେ ସରକାରୀ...

ପରିବା ଚାଷୀଙ୍କ କରୋନା ପାଣ୍ଠିକୁ ସହାୟତା
ନୂଆପଡା ଅଫିସ,୨୦ା୪: କରୋନା ମୁକାବିଲା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢାଉଛନ୍ତି।...

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ
ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ...

ଅଜନା ରୋଗ୍ରେ ପୀଡ଼ିତ ହୀରାଦେଈ
ଖଡିଆଳ,୨୩।୧୦(ଡି.ଏନ୍.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗଁାର କେତୁ ଷଣ୍ଢକଁର ମାଏକିନା ହୀରାଦେଈ ଷଣ୍ଢ। ଆଏଜ୍କେ ୨ ବଛର ହେଲା କେହେନ୍ସି ଗୁଟେ ଅଜନା...

ଆର୍ଥିକ ଅନଟନରେ ବାରିକ ପରିବାର
ସିନାପାଲି,୩ା୫(ଡି.ଏନ୍.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା
ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ହରିପୁର ଆଶ୍ରମରେ ଶ୍ରାବଣୀ ଉତ୍ସବ
ନୂଆପଡା ଅଫିସ,୧୨ା୮ ବିଶ୍ୱର ଆଦ୍ୟ ଜ୍ଞାନର ଉତ୍ସ ଏବଂ ଋଷିଙ୍କ ଦ୍ୱାରା ସାକ୍ଷାତକୃତ ଈଶ୍ୱରୀୟ ବାଣୀ ଚତୁର୍ବେଦ ପ୍ରଚାର, ପ୍ରସାର ଏବଂ ସ୍ବାଧ୍ୟାୟର ଆଲୋଚନା, ପର୍ଯ୍ୟାଲୋଚନା...