ଅଜଣା ରୋଗରେ ଛାତ୍ର ଆକ୍ରାନ୍ତ

ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଛାତ୍ର ଜଣକୁ ଡାକ୍ତରଖାନା ନେବାକୁ ରାଜି ହେଉ ନାହାନ୍ତି। ଡାକ୍ତରଖାନାରେ ଚିକିତ୍ସା ପରିବର୍ତ୍ତେ ଘରେ ଝଡାଫୁଙ୍କା କରୁଛନ୍ତି। ଏପରି ସ୍ଥିତିରେ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଏପରି ଘଟଣା ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଡମୁଗୁଡାରେ ଦେଖିବାକୁ ମିଳିଛି।
ଡମୁଗୁଡାର ଯଦୁ ମୁଦୁଲି । ବୟସ ମାତ୍ର ୭ ବର୍ଷ । କେଶବଗୁଡା ସ୍କୁଲ ଯାଇ ପାଠ ପଢୁଥିଲେ। ଗତ ୨୧ ତାରିଖରେ ଯଦୁଙ୍କୁ ଜ୍ୱର ହୋଇଥିଲା । ତାପରେ ହାତ ଗୋଡ଼ କାମ କଲାନି। ପରିବାର ଲୋକେ ନିକଟସ୍ଥ ମେଡିକାଲ ନେଇଥିଲେ। ପରେ ନବରଙ୍ଗପୁର ଓ କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଅଧିକା ଚିକିତ୍ସା ଲାଗି ବ୍ରହ୍ମପୁର ନେବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରିବାର ଲୋକ ଯଦୁୁଙ୍କୁ ଘରକୁ ଲୁଚାଇ ନେଇ ଆସିଥିଲେ। ବର୍ତ୍ତମାନ ଯଦୁର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ସହ ପାଟି ପଡିଯାଇଛି। ସେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଘରେ ଗୁଣିଆ ଡକାଇ ଝଡା ଫୁଙ୍କା ଚଳାଇଛନ୍ତି । ଖବର ପାଇ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଡମୁଗୁଡା ଯାଇ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ମେଡିକାଲ ନେବାକୁ ବାପା ମିଟୁ ମୁଦୁଲି ରାଜି ହୋଇନଥିଲେ । ପରେ ଭ୍ରାମ୍ୟମାନ ଗାଡିର ଡାକ୍ତରୀ ଦଳ ଯାଇ ଯଦୁଙ୍କୁ ଡାକ୍ତରଖାନା ନେବା ପାଇଁ ମିଟୁ ଓ ପରିବାରଙ୍କୁ ବୁଝାଇ ଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ମିଟୁଙ୍କ ଉଚ୍ଚ ଚିକିତ୍ସାର ଆବଶ୍ୟକତା ଥିବାରୁ ପ୍ରଶାସନ ତରଫରୁ ମିଟୁଙ୍କ ପରିବାରକୁ ବୁଝାଇ ଚିକିତ୍ସା କରାଇବା ଆଶ୍ୟକତା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବଡ଼ସାହି,୧୮ା୭- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଚକମାଧପୁର ଗ୍ରାମର ଦାସ ମୁର୍ମୁଙ୍କ ପୁଅ ରଣଜିତ (୩୬)ଙ୍କର ସନ୍ଦହହଜନକ ମୃତ୍ୟୁ ହୋଇଛି। ସୋମବାର ସକାଳେ ବିଛଣାରୁ...

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା...

୫୫ ହଜାର ପ୍ଲଟ୍‌ରେ ହୋଇନି ଚାଷ

କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ସର୍ଭେରେ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)- ମଣିଷ ସଭ୍ୟତା ସହିତ ଜଙ୍ଗଲ ବହୁ ଆଗରୁ ଜଡିତ। ଏଣୁ ବନବାସୀମାନେ ବଣଜଙ୍ଗଲକୁ ଦେବଦେବୀ ଭାବେ ପୂଜା କରିଆସୁଛନ୍ତି। ବର୍ତ୍ତମାନ ସମୟରେ...

ମହିଳାଙ୍କ ହାତରେ ବିଏମ୍‌ସି ଶାସନ ଭାର

ଭୁବନେଶ୍ୱର, ୧୦।୪ (ବ୍ୟୁରୋ): ପୌର ନିର୍ବାଚନ ସରିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରଥମ ମହିଳା ମେୟର ପାଇଛି। ଏଥିସହ ଡେପୁଟି ମେୟର ଭାବେ ଜଣେ...

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର

ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର...

ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ନିର୍ଦ୍ଦେଶ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇ ପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର। ଏଥିପାଇଁ ଆବଶ୍ୟକ...

ଯାଜପୁର-ଢେଙ୍କାନାଳ ଯୋଗାଯୋଗ ବିଚ୍ଛିନ୍ନ

କାଳିଆପାଣି,୩।୮(ଅସିତ ମହାନ୍ତ):ଲଘୁଚାପ ଜନିତବର୍ଷା ଲାଗି ରହିଥିବାରୁ ଡମଶାଳ ନାଳେରେ ପାଣିଆସି ୨ ଯାଜପୁର ଓ ଢେଙ୍କାନାଳ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବହୁ ବର୍ଷ ପୂର୍ବରୁ...

Advertisement
Archives

Model This Week