ଅକ୍ଷୟ ମହାନ୍ତିଙ୍କ ସ୍ତ୍ରୀ ପ୍ରବୀଣାଙ୍କ ପରଲୋକ

କଟକ ଅଫିସ, ୧ା୬: ବିଶିଷ୍ଟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ତଥା ଖୋକାଭାଇଙ୍କ ସ୍ତ୍ରୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତି ସାଢେ ୯ଟାରେ ପରଲୋକ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାରବାଟୀ ପ୍ୟାଲେସ୍‌ରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ପ୍ରବୀଣା ସପରିବାର ଯାଇଥିଲେ। ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବୀଣାଙ୍କ ୨ ପୁଅ ମିତ୍ରଭାନୁ, ଚିତ୍ରଭାନୁ, ୩ଝିଅ ଶ୍ରୀଲେଖା, ଶ୍ରୀୟା ଓ ପ୍ରିୟା ଅଛନ୍ତି। ସତୀଚୌରା ଶ୍ମଶାନରେ ଶନିବାର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁତ୍ର ମିତ୍ରଭାନୁ ସୂଚନା ଦେଇଛନ୍ତି। ମିତ୍ରଭାନୁଙ୍କ କହିବା ଅନୁଯାୟୀ, ୨୦୦୬ରେ ପ୍ରବୀଣାଙ୍କର ପ୍ରଥମ ହୃଦ୍‌ଘାତ ହୋଇଥିଲା। ମାତ୍ର ସେଥିରୁ ସେ ବର୍ତ୍ତିଯାଇଥିଲେ। ଶୁକ୍ରବାର ଦ୍ୱିତୀୟ ଥର ହୃଦଘାତ୍‌ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ୨୦୦୨ରେ ଖୋକାଭାଇଙ୍କର ପରଲୋକ ଘଟିଥିଲା। ପୁଅ ଚିତ୍ରଭାନୁ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହୋମ କ୍ୱାରାଣ୍ଟାଇନରେ 25266 ବିଦେଶ, ଅନ୍ୟ ରାଜ୍ୟ ଫେରନ୍ତା

ଛତ୍ରପୁର,୪।୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ବହିରାଗତଙ୍କ ମଧ୍ୟରୁ ବର୍ତ୍ତମାନ 25 ହଜାର 266 ଜଣ...

୩୨୬ ଗ୍ରାମକୁ ସୁନାମୀ ମୁକାବିଲା ଲାଗି ପ୍ରସ୍ତୁତ କରାଯିବ

ଭୁବନେଶ୍ୱର,୯।୧୦(ବ୍ୟୁରୋ):ବାତ୍ୟା, ବନ୍ୟା ଓ ବଜ୍ରପାତ ଆଦି ବିପର୍ଯ୍ୟୟ ପରିଚାଳନାରେ ନୂତନ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିବା ପରେ ବର୍ତ୍ତମାନ ରାଜ୍ୟରେ ସୁନାମୀପ୍ରବଣ ଉପକୂଳ ଗ୍ରାମଗୁଡିକୁ ଏଥିଲାଗି...

ଓଡ଼ିଶାରେ ଏନ୍‌ପିଆର୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୧(ବ୍ୟୁରୋ):ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ବିକ୍ଷୋଭ ଏବଂ ବିତର୍କ ଚାଲିଥିବା ବେଳେ ରାଜ୍ୟ ସରକାର ଓଡିଶାରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାର...

ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଛତ୍ରପୁର,୫।୨(ଡି.ଏନ୍‌.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା...

ଜୁନ୍‌ ଶେଷରେ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଜୁନ୍‌ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏଥିପାଇଁ ଜୋର୍‌ସୋରରେ ମୂଲ୍ୟାୟନ ଚାଲିଛି। ଆସନ୍ତା ୧୭ ତାରିଖରୁ  ନବମ ଓ ଦଶମ ଶ୍ରେଣୀ...

ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷୀଙ୍କ ଆଢୁଆଳରେ ଆନ୍ଦୋଳନ କରୁଛନ୍ତି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଚାଷୀଙ୍କୁ ଦିଆଯାଉଥିବା ଟୋକନ ଏବଂ ଧାନକିଣାରେ ଅନିୟମିତତା ହେଉଥିବା ନେଇ କେତେକ ସଂଗଠନ ଚାଷୀଙ୍କ ନାମରେ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି...

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର

ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ...

ଦକ୍ଷିଣ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦକ୍ଷିଣ ଓଡ଼ିଶାର। ସେ କୋରାପୁଟ ଜିଲା ଦଶମନ୍ତପୁରର ବୋଲି ଜଣାପଡ଼ିଛି।...

Advertisement
Archives

Model This Week