Posted inଜାତୀୟ

ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ବିରୋଧରେ ଗଣଆନ୍ଦୋଳନ ଆହ୍ବାନ

ନୂଆଦିଲ୍ଲୀ,୨୬ା୮(ପି.ଟି.): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବାକୁ ଥିବାବେଳେ ଏହିଦିନକୁ ସ୍ମରଣୀୟ କରିବା ପାଇଁ ଭାରତକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ଦିଓ୍ବାଲି ପୂର୍ବରୁ ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଏକତ୍ର କରିବାକୁ ରବିବାର ମୋଦି ତାଙ୍କର ପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ଜରିଆରେ ମ୍ୟୁନିସିପାଲିଟି, ଜିଲା ପ୍ରଶାସନ, ଗ୍ରାମ ପଞ୍ଚାୟତ, ଏନ୍‌ଜିଓ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କର୍ପୋରେଟ ସେକ୍ଟରଗୁଡିକୁ ପରାମର୍ଶ ଦେଇଛନ୍ତି। ରିସାଇକ୍ଲିଂ ପ୍ରକ୍ରିୟାରେ ସେଗୁଡିକୁ ଇନ୍ଧନରେ ପରିଣତ କରାଯାଇପାରିବ। ତେଣୁ ନିରାପଦର ସହ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ମୁକ୍ତ ହେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରିବେଶର ସୁରକ୍ଷା ଲାଗି ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ବର୍ଜନ କରିବା ପାଇଁ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିବାବେଳେ ରବିବାର ଏହା ବିରୋଧରେ ଗଣ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। ସେପ୍ଟେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ‘ସ୍ବଚ୍ଛତା ହିଁ ସେବା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ପ୍ରକୃତି ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ପୋଷଣ ଅଭିଯାନ ସମ୍ପର୍କରେ କହିବା ସହ ଏଥିରେ ଜନସାଧାରଣଙ୍କ ଯୋଗଦାନ ପାଇଁ ମୋଦି ଆହ୍ବାନ ଦେଇଥିଲେ। ସେହିପରି ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଫିଟ୍‌ ଇଣ୍ଡିଆ ଆନ୍ଦୋଳନ’ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି।
ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ବିଅର ଗ୍ରିଲ୍ସ ସହ ତାଙ୍କର କଥୋପକଥନ ଟେକ୍ନୋଲୋଜି ଯୋଗୁ ସମ୍ଭବ ହୋଇଥିବା ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷ ପୂର୍ବରୁ ୨୧ ଜୁଲାଇରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧ ।: ଜୁଲାଇ ୨୧ ଭାରତ ଇତିହାସରେ ପୁଣିଥରେ ଏକ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି...

ପୋଷ୍ୟ ସନ୍ତାନ ଗ୍ରହଣ କରିବା କ୍ଷେତ୍ରରେ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ…

ଲକ୍ଷ୍ନୌ, ୨୦।୨ : ଜଣେ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ବିବାହ ପ୍ରମାଣପତ୍ର ଆବଶ୍ୟକ ନୁହେଁ। ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପୋଷ୍ୟ...

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା...

ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଲେ ରାହୁଲ

ରାୟପୁର,୨୫।୬: ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରାହୁଲ ସାହୁ। ୫ ଦିନ ବୋରଓ୍ବେଲରେ ଫସିବା ପରେ ଗତ ୧୪ ତାରିଖ ରାତିରେ ଉଦ୍ଧାର ହୋଇଥିଲେ...

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ...

ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ନୁହେଁ ଯୌନ ନିର୍ଯାତନା, କହିଲେ କୋର୍ଟ…

ମୁମ୍ବାଇ,୧।୮: ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ଯୌନ ନିର୍ଯାତନା ଅନ୍ତର୍ଗତ ନୁହେଁ ବୋଲି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।...

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ମେହବୁବା କହିଲେ, ଭାରତୀୟ ଲୋକତନ୍ତ୍ର ପାଇଁ କଳାଦିବସ, ଭୟଙ୍କର ହେବ ପରିଣାମ

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର...

କେନ୍ଦ୍ର-ଏଏପି ସରକାରଙ୍କ ବିବାଦ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧ : ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାର ଦାବି କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ଆବେଦନ ଉପରେ...

Advertisement
Archives

Model This Week