Posted inଜାତୀୟ

ଅଓ୍ବନ୍ତିପୋରାରେ ଏନ୍‌କାଉଣ୍ଟର: ସେନାର ଗୁଳିରେ ଟଳିପଡ଼ିଲେ ଆଉ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ ବୁଧବାର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅଓ୍ବନ୍ତିପୋରାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଓ ଜମ୍ମୁ-କଶ୍ମୀର ପୋଲିସର ଜଣେ ଏସ୍‌ପିଓ ଶହୀଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ...

ବାଇକ୍‌ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…

ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍‌ ରାସ୍ତା ଉପରକୁ ଚାଲି...

ଦେଶମୁଖଙ୍କର ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ନୂଆଦିଲ୍ଲୀ,୪ ।୧୧: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗୁରୁବାର ମୁମ୍ବାଇର...

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ...

ପାନ୍‌ କାର୍ଡ ନୁହେଁ ନାଗରିକତ୍ୱର ପ୍ରମାଣ

ଗୁଆହାଟୀ,୨୧।୨: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) କାର୍ଡ ଓ ବ୍ୟାଙ୍କ ଦସ୍ତାବିଜଗୁଡ଼ିକୁ ନାଗରିକତ୍ୱର ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ସେହିପରି ‘ଗାଓଁ ବୁରା’...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚେନ୍ନାଇ, ୧୮।୧୦: ଡିଆର୍‌ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍‌ଏସ୍‌ ଚେନ୍ନାଇରେ ଏହାର...

କଂଗ୍ରେସ ନେତାଙ୍କୁ ଆଇନଗତ ନୋଟିସ ପଠାଇଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ପୱନ ଖେରା, ଜୟରାମ ରମେଶ, ନେତା ଡି’ସୁଜାଙ୍କୁ ରବିବାର ଏକ ଆଇନଗତ ନୋଟିସ ପଠାଇଛନ୍ତି। ବିନା...

ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀର ଶ୍ରୀନଗରର ଛାନପୋରା ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୨ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ବଡଗାମ୍‌ରୁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।...

Advertisement
Archives

Model This Week