୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଶୋଇବା ପାଇଁ କର୍ମଚାରୀଙ୍କୁ ଦିଆଯାଉଛି ଲକ୍ଷେ ଟଙ୍କା। କିନ୍ତୁ ଏଥିପାଇଁ ଆପଣ ଚୟନ ହେବା ଆବଶ୍ୟକ। ତେବେ ଏହି ଖବର ବିଦେଶରେ ନୁହେଁ ବରଂ ଭାରତର। ଆଜ୍ଞା ହଁ, ଶୁଣିବାକୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ସତ। କର୍ମଚାରୀଙ୍କ ପାଇଁ ଏଭଳି ଅଫର୍‌ ଆଣିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଅନ୍‌ଲାଇନ୍‌ ଫର୍ମ ଓ୍ବେକ୍‌ଫିଟ୍‌। ଅନ୍‌ଲାଇନ ସ୍ଲିପ୍‌ ସଲ୍ୟୁସନ୍‌ ଫର୍ମ ନିଜର ଏହି ପ୍ରୋଗ୍ରାମକୁ ଓ୍ବେକ୍‌ଫିଟ୍‌ ସ୍ଲିପ୍‌ ଇନ୍‌ଟର୍ଣ୍ଣସିପ୍‌ର ନାଁ ଦେଇଛି। ଆଉ ଏହି କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ କିଛି ନିୟମ ଓ ସର୍ତ୍ତାବଳୀ ରଖାଯାଇଛି। ପ୍ରଥମେ ଏହି ଇନ୍‌ଟର୍ଣ୍ଣସିପ୍‌ ପାଇଁ ମାତ୍ର କେତେଜଣ ଲୋକଙ୍କୁ ଚୟନ କରାଯିବ। ଏହାପରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଛଣା ଉପରେ କର୍ମଚାରୀଙ୍କୁ ଶୋଇବାକୁ ପଡ଼ିବ। ଏଥିସହ ପ୍ରତିଦିନ ଆପଣଙ୍କୁ କିଭଳି ନିଦ ହେଲା, ଭଲ ନା ଖରାପ୍‌ ସେନେଇ ମଧ୍ୟ ସୂଚନା ଦେବାକୁ ପଡ଼ିବ।

କେବଳ ସେତିକି ନୁହେଁ, ପ୍ରଥମେ କମ୍ପାନୀ ଶୋଇବା ପାଇଁ କିଛି ଲୋକଙ୍କୁ କାଉନସିଲ୍‌ କରିବ। ତା’ପରେ ସେମାନଙ୍କର ଶୋଇବା ଶୈଳୀକୁ ଟ୍ରାକ୍‌ କରିବ। ଏହାପରେ ସେମାନଙ୍କୁ ଏକ୍ସପର୍ଟଙ୍କ ପରାମର୍ଶ ମଧ୍ୟ ଦିଆଯିବ। ଯେଉଁମାନେ ଶୋଇବାକୁ ଯିବେ ସେମାନଙ୍କର ନିଦର ରେକର୍ଡ କରାଯିବା ସହ ଶୋଇବା ଶୈଳୀ ଉପରେ ନଜର ମଧ୍ୟ ରଖାଯିବ। ଏଥିସହ ବିଜେତାଙ୍କୁ ସ୍ଲିପ୍‌ ଟ୍ରାକର ବି ଦିଆଯିବ। ତେବେ କମ୍ପାନୀ ନିୟମ ଅନୁଯାୟୀ ଏହି ସ୍କିମ୍‌ରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଶହେ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୯ଘଣ୍ଟା ଶୋଇବାକୁ ପଡ଼ିବ। ଆଉ ଏଥିପାଇଁ ସେହିମାନଙ୍କୁ ଚୟନ କରାଯିବ ଯେଉଁମାନେ ନିଦଠାରୁ ଆଉ କୌଣସି ଜିନିଷକୁ ଅଧିକ ଗୁରୁତ୍ୱ ଦେଇ ନ ଥାନ୍ତି। ଆଜିକାଲି ପ୍ରତିଦ୍ୱନ୍ଦିତା ସମୟରେ ସମସ୍ତେ କେବଳ ଦୌଡୁଛନ୍ତି। କାହାକୁ ଟିକେ ବିଶ୍ରାମ ନେବାକୁ ସମୟ ନାହିଁ। କାଳେ ବିଶ୍ରାମ ନେଲେ ଆଉ କିଏ ଆଗକୁ ପଳାଇବ। ଦୈନନ୍ଦିନ ଜୀବନରେ କାର୍ଯ୍ୟ ବ୍ୟସ୍ତତା ଓ ଚିନ୍ତା ଯୋଗୁ ବହୁ ଲୋକ ଭଲଭାବେ ଶୋଇ ପାରୁନାହାନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି। ଏଥିପାଇଁ ଉକ୍ତ କମ୍ପାନୀ ଏହି ଇନ୍‌ଟର୍ଣ୍ଣସିପ୍‌ ପ୍ରୋଗ୍ରାମ ନେଇ ଆସିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଲୋକମାନେ ଭଲଭାବେ ବିଶ୍ରାମ ବି ନେବେ ଆଉ ତାଙ୍କୁ କାମ କି ଘର ମଧ୍ୟ ଛାଡିବାକୁ ପଡ଼ିବ ନାହିଁ। ତା’ସହ ମୋଟା ଅଙ୍କର ଦରମା ମଧ୍ୟ ପାଇପାରିବେ। ଯଦି ଆପଣ ଏହି ଇନ୍‌ଟର୍ଣ୍ଣସିପ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ କମ୍ପାନୀର ଓ୍ବେବସାଇଟ https://www.wakefit.co/sleepintern କୁ ଯାଇ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri