୮ରେ ମା’ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ:ଏକ ଲକ୍ଷ ଭକ୍ତଙ୍କ ହେବ ସମାଗମ

ତାଳଚେର,୨୯ା୬(ନି.ପ୍ର.) ଆଗାମୀ ଜୁଲାଇ ୮ ହେରା ପଞ୍ଚମୀ ଦିନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ପରେଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ବୈଠକରେ ଯୋଗ ଦେଇଥିଲେ।
ଏହି ରତ୍ନମୁଦ ଉତ୍ସବରେ ପ୍ରାୟ ଏକ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଜିଲାର ସମସ୍ତ ଅଞ୍ଚଳରୁ ୩୦୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନମଣ୍ଡଳୀ ଏଥିରେ ଯୋଗ ଦେବେ। ଏହାସହିତ ଅନୁଗୋଳ ଓ ଢେଙ୍କାନାଳ ଜିଲାର ପ୍ରତ୍ୟେକ ଗ୍ରାମର ସଭାପତି, ସମ୍ପାଦକ, ଗ୍ରାମବାସୀ, ଅଞ୍ଚଳର ସମସ୍ତ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା, ବ୍ୟବସାୟୀ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା। ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ପ୍ରାୟ ଏକ ଲକ୍ଷ ଭକ୍ତଙ୍କ ପାଇଁ ତାଳଚେର ବିଧାୟକ ଅନ୍ନପ୍ରସାଦର ବ୍ୟବସ୍ଥା କରିବାକୁ ସହମତି ପ୍ରକାଶ କରିଥିଲେ। ମା’ଙ୍କ ମନ୍ଦିର ନିକଟରେ ତିନୋଟି ଜାଗାରେ ଟେଣ୍ଟ କରିବାକୁ ଏମ୍‌ସିଏଲ୍‌ର ହିଙ୍ଗୁଳା ଓ ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ସହମତି ପ୍ରଦାନ କରିଛନ୍ତି। ସେହପରି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ସବ ଦିନ ମା’ଙ୍କ ପୀଠରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉପରୋକ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜୁଲାଇ ୩ରେ ସମୀକ୍ଷା କରାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା। ଟ୍ରଷ୍ଟ ବୋର୍ଡ ସଦସ୍ୟ ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୁରଲୀଧର ସାହୁ, ରାଜେନ୍ଦ୍ର ସିଂ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରର ମହାପ୍ରବନ୍ଧକ ପି.ବି. ରେଡ୍ଡୀ, ମୁରଲୀଧର ମିଶ୍ର, ନୀଳମଣି ସାହୁ, ବି.ସି. ତ୍ରିପାଠୀ, ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଚତୁର୍ଭୂଜ ଦାସ, ଅଭୟ କୁମାର ଗଡନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସାମାଜିକକର୍ମୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri