Posted inଖେଳ

୭ ରନ୍‌ରେ ଅଲଆଉଟ; ଖାତା ଖୋଲିପାରିଲେ ନି ୧୦ ବ୍ୟାଟ୍ସମ୍ୟାନ

ମୁମ୍ବାଇ,୨୧।୧୧- ଦଳ ଅଲଆଉଟ୍‌ ହେଲା ପୁଣି କୌଣସି ବ୍ୟାଟ୍ସମ୍ୟାନ ରନ୍‌ଟିଏ ବି କରିପାରିଲେନି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଏଭଳି ଘଟଣା ଘଟିଛି ମୁମ୍ବାଇରେ। ସ୍ଥାନୀୟ ଅନ୍ଧେରୀସ୍ଥିତ ଚିଲଡ୍ରେନ ଓ୍ବେଲଫେୟାର ସ୍କୁଲ ଏଭଳି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ହାରିସ ଶିଲ୍ଡ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବୋରିବଲିସ୍ଥିତ ସ୍ବାମୀ ବିବେକାନନ୍ଦ ଇଣ୍ଟରନ୍ୟାଶନାଲ ସ୍କୁଲ (ଏସ୍‌ଭିଆଇଏସ୍‌) ବିପକ୍ଷ ମ୍ୟାଚ୍‌ରେ ଅନ୍ଧେରୀ ଦଳର କୌଣସି ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ୬ ଓଭର ଖେଳିଥିବାବେଳେ ଅତିରିକ୍ତ ରନ୍‌ (୬ ଓ୍ବାଇଡ୍‌ ଓ ଏକ ବାଇ )ଯୋଗୁ ଏହି ଦଳ ୭ ରନ୍‌ରେ ପହଞ୍ଚିଥିଲା। ଫଳରେ ଚିଲଡ୍ରେନ୍ସ ଓ୍ବେଲଫେୟାର ଦଳ ଅବିଶ୍ୱସନୀୟ ୭୫୪ ରନ୍‌ର ବ୍ୟବଧାନରେ ପରାଜୟ ବରଣ କରିଛି। ବିଶ୍ୱାସ କରାଯାଉଛି, ପାରମ୍ପରିକ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଇତିହାସରେ ଏହା ସର୍ବବୃହତ୍‌ ପରାଜୟ। ଆଜାଦ ମେଦାନର ନ୍ୟୁ ଇରା ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିଥିବା ଏସ୍‌ଭିଆଇଏସ୍‌ ମିତ୍‌ ମାୟେକରଙ୍କ ଅପରାଜିତ ତ୍ରିଶତକ ବଳରେ ଧାର୍ଯ୍ୟ ୩୯ ଓଭରରେ ୪ ଉଇକେଟ ହରାଇ ୭୬୧ ରନ୍‌ କରିଥିଲା। ଦଳ ପାଇଁ ମାୟେକର ୧୩୪ ବଲର ସମ୍ମୁଖୀନ ହୋଇ ୩୩୮ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୫୬ ଚୌକା ଓ ୭ ଛକା ସାମିଲ ଥିଲା। ପ୍ରତିପକ୍ଷ ଚିଲଡ୍ରେନ୍ସ ଓ୍ବେଲଫେୟାର ଧାର୍ଯ୍ୟ ୩ ଘଣ୍ଟାରେ ୬ ଓଭର କମ୍‌ ବୋଲିଂ କରିଥିଲେ। ଏହି ତ୍ରୁଟି ପାଇଁ ପେନାଲ୍ଟି ବାବଦକୁ ଏସ୍‌ଭିଆଇଏସ୍‌ ଦଳକୁ ୧୫୬ ରନ୍‌ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ପାର୍ଟେ ୯୫ ଓ ଈଶାନ ରୟ ୬୭ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ସତ ହୋଇଗଲା ଭବିଷ୍ୟବାଣୀ! ବହୁ ବର୍ଷ ପୂର୍ବରୁ ନେପାଳକୁ ନେଇ ଏମିତି କହିଥିଲେ…

ନୂଆଦିଲ୍ଲୀ,୨୭।୮: ନେପାଳରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ପୁରୁଣା ଭବିଷ୍ୟବାଣୀ। ସୋସିଆଲ ମିଡିଆରେ ଦାବି କରାଯାଉଛି…

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri