Posted inଖେଳ

୬୦ ବର୍ଷରୁ କମ୍‌, ୨ ବର୍ଷର ଅଭିଜ୍ଞତା ଥିଲେ ହୋଇପାରିବ କୋଚ୍‌

ନୂଆଦିଲ୍ଲୀ, ୧୬।୭ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଲାଗି ମଙ୍ଗଳବାର ବିଧିବଦ୍ଧ ଭାବେ ଦରଖାସ୍ତ ଆହ୍ବାନ କରିଛି। ଭାରତୀୟ ଦଳର ହାଇପ୍ରୋଫାଇଲ ପଦ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଏହାର ଯୋଗ୍ୟତା ମାନଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିଛି। ଜଣେ ବ୍ୟକ୍ତି ୬୦ ବର୍ଷରୁ କମ୍‌ ବୟସ ହୋଇଥିବା ସହ ଅନ୍ତର୍ଜାତୀୟସ୍ତରରେ ଅତିକମ୍‌ରେ ୨ ବର୍ଷର କୋଚିଂ ଅଭିଜ୍ଞତା ରହିଥିଲେ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାକୁ ସମର୍ଥ ହୋଇପାରିବେ ବୋଲି ଜଣାପଡ଼ିଛି। ଏଥିସମେତ ବ୍ୟାଟିଂ, ବୋଲିଂ, ଫିଲ୍ଡିଂ, କଣ୍ଡିଂସନିଂ ପ୍ରଶିକ୍ଷକ, ପ୍ରଶାସନିକ ମ୍ୟାନେଜର ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ମଧ୍ୟ ବିସିସିଆଇ ଦରଖାସ୍ତ ଆହ୍ବାନ କରିଛି। ଏହି ସମସ୍ତ ପଦବୀ ଲାଗି ଆବେଦନ କରିବାର ଅନ୍ତିମ ସମୟ ଜୁଲାଇ ୩୦ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି।
୨୦୧୭ରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ହେବା ପୂର୍ବରୁ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଲାଗି ୯ଟି ଯୋଗ୍ୟତା ମାନଦଣ୍ଡ ରଖିଥିଲା। କିନ୍ତୁ ଏଥର ମୁଖ୍ୟ ପ୍ରଶିକ୍ଷକ ସମେତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକ ଲାଗି କେବଳ ୩ଟି ଯୋଗ୍ୟତା ମାନଦଣ୍ଡ ରଖିଛି। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଜଣେ ଅତିକମ୍‌ରେ ୨ ବର୍ଷ ଧରି ଗୋଟିଏ ଟେଷ୍ଟ ଖେଳୁଥିବା ଦେଶର କିମ୍ବା ୩ ବର୍ଷ ଧରି ଆସୋସିଏଶଟ୍‌ ସଦସ୍ୟ ରାଷ୍ଟ୍ର/ଏ’ ଟିମ୍‌/ ଆଇପିଏଲ୍‌ ଦଳର ପ୍ରଶିକ୍ଷକ ରହିଥିବା ଆବଶ୍ୟକ। ଏଥିସହିତ ଆବେଦନକାରୀଙ୍କର ଅତିକମ୍‌ରେ ୩୦ ଟେଷ୍ଟ କିମ୍ବା ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିଥିବାର ଅଭିଜ୍ଞତା ରହିଥିବା ଜରୁରୀ। ବ୍ୟାଟିଂ, ବୋଲିଂ ଓ ଫିଲ୍ଠିଂ ପ୍ରଶିକ୍ଷକ ପଦବୀ ଲାଗି ମ୍ୟାଚ୍‌ ଖେଳିବା ସଂଖ୍ୟାକୁ ଛାଡ଼ିଦେଲେ ବାକି ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ରହିଛି। ଏହି ୩ଟି ବିଭାଗର ଆବେଦନକାରୀ ଅତିକମ୍‌ରେ ୧୦ ଟେଷ୍ଟ କିମ୍ବା ୨୫ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଖେଳିବାର ଅଭିଜ୍ଞତା ରହିଥିବା ଆବଶ୍ୟକ। ସେହିଭଳି ସପୋର୍ଟ ଷ୍ଟାଫ୍‌ ପାଇଁ ବୟସ ସମୟସୀମା ୬୦ ରହିଛି। ଭାରତୀୟ ଦଳର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଟୁର୍‌କୁ ନଜରରେ ରଖି ଶାସ୍ତ୍ରୀଙ୍କ ସମେତ ବର୍ତ୍ତମାନ ସପୋର୍ଟ ଷ୍ଟାଫ୍‌ ରହିଥିବା ଭରତ ଅରୁଣ (ବୋଲିଂ କୋଚ୍‌), ସଞ୍ଜୟ ବାଙ୍ଗର (ବ୍ୟାଟିଂ) ଓ ଆର୍‌. ଶ୍ରୀଧର (ଫିଲ୍ଡିଂ)ଙ୍କ ସମୟସୀମାକୁ ୪୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସେମାନେ ସେମାନଙ୍କ ପଦବୀରେ ରହିବେ। ଏଥିସହ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ଲାଗି ସେମାନେ ବିସିସିଆଇ ନିକଟରେ ପୁନଃ ଆଦେବନ କରିପାରିବେ ବୋଲି ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିବାଦୀୟ ଘଟଣାକ୍ରମେ ଅନିଲ କୁମ୍ବଲେ ୨୦୧୭ରେ ଭାରତୀୟ ଦଳ ଛାଡ଼ିବା ପରେ ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ୫୭ ବର୍ଷୀୟ ଶାସ୍ତ୍ରୀ ଏଥିପୂର୍ବରୁ ଅଗଷ୍ଟ ୨୦୧୪ରୁ ୨୦୧୬ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ଡିରେକ୍ଟର ରହିଥିଲେ। ତେବେ ଶାସ୍ତ୍ରୀଙ୍କ ପ୍ରଶିକ୍ଷଣ କାଳରେ ଭାରତ ଆଇସିସିର ଗୋଟିଏ ହେଲେ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଜିତିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri