୬ରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଟର୍ମିନାଲ୍‌ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧।୬ (ବ୍ୟୁରୋ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଟର୍ମିନାଲ୍‌ ସେମିଷ୍ଟର ପରୀକ୍ଷା ଜୁଲାଇ ୬ରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ। ଛାତ୍ରୀଛାତ୍ରମାନେ ଘରେ ରହି ଅନ୍‌ଲାଇନ୍‌ରେ ଏହି ପରୀକ୍ଷା ଦେବେ ଅର୍ଥାତ୍‌ ହୋମ୍‌ ବେସ୍‌ଡ ଓପନ୍‌ ବୁକ୍‌ ଏକ୍‌ଜାମ (ହୋବ୍‌) ପଦ୍ଧତିରେ ପରୀକ୍ଷା ହେବ। ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରଙ୍କୁ ଗୁଗଲ୍‌ ଫର୍ମ, ହ୍ବାଟ୍‌ସ୍‌ ଆପ୍‌, ଇ-ମେଲ୍‌ କିମ୍ବା ଫୋନ୍‌ କଲ୍‌ ମାଧ୍ୟମରେ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷାର ଅବଧି ତିନି ଘଣ୍ଟା ରହିବ କିମ୍ବା ଆବଶ୍ୟକସ୍ଥଳେ ପରିବର୍ତ୍ତିତ ସମୟ ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯିବ। ପ୍ରଶ୍ନପତ୍ର ପାଇବା ପରେ ଛାତ୍ରୀଛାତ୍ରଙ୍କୁ ସାଦା କାଗଜରେ ଉତ୍ତର ଲେଖିବାକୁ ପଡ଼ିବ। ଉତ୍ତର ଲେଖିବା ପୂର୍ବରୁ ପରୀକ୍ଷାର୍ଥୀମାନେ ନାମ, ନାମଲେଖା ସଂଖ୍ୟା, ବିଷୟ, ପାଠ୍ୟକ୍ରମର ନାମ ଏବଂ ପାଠ୍ୟକ୍ରମ କୋଡ୍‌ ଉଲ୍ଲେଖ କରିବା ଆବଶ୍ୟକ। ପ୍ରତ୍ୟେକ ଅତିରିକ୍ତ ପୃଷ୍ଠାର ଶୀର୍ଷରେ ପରିକ୍ଷାର୍ଥୀମାନେ ନିଜର ନାମଲେଖା ନମ୍ବର ଉଲ୍ଲେଖ କରିବେ। ପରୀକ୍ଷା ସମୟ ଶେଷ ହେବା ପରେ ଛାତ୍ରୀଛାତ୍ରଙ୍କୁ ସମସ୍ତ ଉତ୍ତର ପୃଷ୍ଠାର ଫଟୋଗ୍ରାଫ୍‌ ନେବାକୁ ପଡ଼ିବ କିମ୍ବା ପିଡିଏଫ୍‌ ଫାଇଲ୍‌ ଭାବରେ ସ୍କାନ୍‌ କରିବାକୁ ପଡ଼ିବ। ଏକଘଣ୍ଟା ମଧ୍ୟରେ ତାହାକୁ ଗୁଗଲ୍‌ ଫର୍ମ ବା ହ୍ବାଟ୍‌ସ୍‌ ଆପ୍‌ (୮୭୬୩୯୪୯୮୪୬) ବା ଇମେଲ୍‌ (coe@cuo.ac.in)ରେ ଅପଲୋଡ୍‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ପଠାଇବେ। ଯଦି କୌଣସି ଛାତ୍ରୀଛାତ୍ର ବୈଷୟିକ କିମ୍ବା ଅନ୍ୟାନ୍ୟ କାରଣରୁ ଉତ୍ତରଖାତା ପଠାଇବାକୁ ଅସମର୍ଥ ହେବେ, ତେବେ ସେମାନେ ବିଶ୍ୱବିଦ୍ୟାଳୟ ଠିକଣାରେ ସ୍ପିଡ୍‌ ପୋଷ୍ଟ ଦ୍ୱାରା ପଠାଇପାରିବେ। ଅଧିକ ସୂଚନା ପାଇଁ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ଓ୍ବେବ୍‌ସାଇଟ୍‌ www.cuo.ac.in ସହିତ ଯୋଗାଯୋଗ କରିପାରିବେ।
ସୂଚନାଯୋଗ୍ୟ, ପୂର୍ବରୁ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ କରୋନା ପାଇଁ ହୋବ୍‌ ପଦ୍ଧତିରେ କରିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri