୬ ମାସରେ ୧୦୯ ଗାଁରେ ପହଞ୍ଚତ୍ବ ସମସ୍ତ ଯୋଜନା

ସୋନପୁର,୫।୩(ନି.ପ୍ର.): ପଞ୍ଚାୟତିରାଜ ଦିବସରେ ସୁବର୍ଣ୍ଣପୁର ଜିଲାରେ ଘୋଷଣା ହୋଇଛି ମିଶନ ୧୦୯ କାର୍ଯ୍ୟକ୍ରମ । ଜିଲାପାଳ ମୋନିଷା ବାନାର୍ଜୀ ଏହି ଘୋଷଣା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ। ଜିଲାର ମୋଟ ପଞ୍ଚାୟତ ସଂଖ୍ୟା ୧୦୯। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମସ୍ତ ପଞ୍ଚାୟତର ଗୋଟିଏ ଲେଖାଏ ଗାଁ(ଅର୍ଥାତ୍‌ ୧୦୯ ଗାଁ)ର ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍‌, ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି ଆଦିର ସମସ୍ୟା ଥିଲେ ତାର ସମାଧାନ କରାଯିବ। ଭତ୍ତା ପାଇବାରୁ ବଞ୍ଚତ୍ତ ଥିବା ବୃଦ୍ଧାବୃଦ୍ଧ, ଅସହାୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଭତ୍ତା ଦିଆଯିବ। ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରି ସହାୟତା ଯୋଗଇ ଦେବାର ବ୍ୟବସ୍ଥା ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବ୍ୟକ୍ତି ସାମିଲ ହୋଇ ନଥିଲେ ଅନ୍ତର୍ଭୁକ୍ତ କରାଯିବ । ଏମ୍‌ଜିଏନଆରଇଜିଏସ୍‌ରେ କାମ କରିବାକୁ ଚାହୁଁଥିବା ଜବକାର୍ଡ ଧାରୀଙ୍କୁ ପ୍ରଶାସନ ନିଜ ଅଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବ । ଆସନ୍ତା ୬ ମାସ ଭିତରେ ୧୦୯ ଗାଁର ଜନସାଧାରଣଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ କରାଯିବ ବୋଲି ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହରେ ଅଧ୍ୟକ୍ଷତା କରି ଜିଲାପାଳ ବାନାର୍ଜୀ ଏହି ଘୋଷଣା କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଆହୁରି କହିଥିଲେ ଯେ, ସୁବର୍ଣ୍ଣପୁର ଏକ ଗ୍ରାମ ବହୁଳ ଜିଲା । ତେଣୁ ଗାଁର ବିକାଶ ହେଲେ ଯାଇ ଜିଲା ଓ ରାଜ୍ୟର ବିକାଶ ହେବ। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସକାଶେ ପଦକ୍ଷେପ ନେଇଥିଲେ ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ଏସ୍‌ପି ଦେବୀପ୍ରସାଦ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ମହାନ ଜନନେତା ଥିଲେ । ସେ ଲୋକଙ୍କ ସହ ସିଧାସଳଖ ମିଶିବାକୁ ପସନ୍ଦ କରୁଥିଲେ ଓ ସମସ୍ୟାର ସମାଧାନ କରୁଥିଲେ ବୋଲି କହିଥିଲେ। ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଓଡିଶାରେ ୧୩ ଜିଲାକୁ ୩୦ରେ ପରିଣତ କରିବା ତାଙ୍କର ସାହାସିକ ପଦକ୍ଷେପ ଥିଲା ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ…

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?