Odisha Elections 2024

୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) – କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି ଉକ୍ତ ଘାଟିରେ ଏହି ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ। ସେହି ରାସ୍ତାରେ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ଠାରୁ ବାଇକ, ଟଙ୍କା, ସୁନା ଆଦି ମାର୍‌ପିଟ କରି ଛଡାଇ ନେଉଥିଲେ। ଏନେଇ ବାଲିଗୁଡା ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଲୋକେ ମଧ୍ୟ ଭୟରେ ସମ୍ପୃକ୍ତ ରାସ୍ତାରେ ବାଇକରେ ଯାତାୟାତ କରିବାକୁ ଡରୁଥିଲେ। ଏହି ଘଟଣାରେ ପୋଲିସ ୬ଜଣ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସ୍ଥାନୀୟ ଲୋକେ ଏଥିରେ ପୋଲିସକୁ ସହଯୋଗ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ୬ତାରିଖରେ ଖମନଖୋଲ ଅଞ୍ଚଳର ମାନସ କୁମାର ଡିଗାଲ ତାଙ୍କ ବାପା ଓ ଶ୍ୱଶୁର ଏକ ବାଇକରେ ଯାଉଥିବାବେଳେ କଞ୍ଜାଲଗୁ ଘାଟିରେ ଦୁର୍ବୃତ୍ତ ବାଇକକୁ ଅଟକାଇଥିଲେ। ପରେ ଭୁଜାଲି, ଛୁରୀ, ଠେଙ୍ଗା ଦେଖାଇ ବାଇକ, ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ। ଏ ନେଇ ମାନସ ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ଏହି ଖବର ପାଇ ଖମନଖୋଲ ଗ୍ରାମବାସୀ ସନ୍ଦେହରେ କେତେଜଣ ଯୁବକଙ୍କୁ ଅଟକ ରଖି ବାଲିଗୁଡା ଥାନାକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଉକ୍ତ ଯୁବକମାନଙ୍କୁ ହେପାଜାତ୍‌କୁ ନେଇ ପଚରାଉଚରା କରିଥିଲେ। ସେମାନଙ୍କ ସୂଚନା ପ୍ରକାରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବାରେ ବାଲିଗୁଡା ପୋଲିସ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୮ ବାଇକ ଜବତ କରିବା ସହ ଗୋଟିଏ ଭୁଜାଲି, ଦୁଇଟି ଛୁରୀ, ଦୁଇଟି ଠେଙ୍ଗା, ୪ ମୋବଇଲ ଜବତ ହୋଇଛି। ଅଭିଯୁକ୍ତ ୬ଜଣ ହେଲେ ପୁରୁଷୋତ୍ତମ ରଣା, ନବୀନ ଓରଫ ନରେନ୍ଦ୍ର ଗୁରୁ, ସୂର୍ଯ୍ୟକାନ୍ତ ମାଝୀ, ସଞ୍ଜୁ ଓରଫ ସଞ୍ଜୀବ ରଣା, ଶନ୍ତୁ ମହାଲିଙ୍ଗ ଓ ଶନ୍ତୁ ବାରିକ। ବାଲିଗୁଡା ପୋଲିସ ନଂ.୧୩୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ବାଲିଗୁଡା ଥାନାରେ ହୋଇଥିବା ନଂ.୫୯ ଓ ୧୦୦ର ଡକାୟତି କେଶରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ସ୍ବୀକାର କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

କାଟିଙ୍ଗିଆ ପଞ୍ଚାୟତରେ ଜଳକଷ୍ଟ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ)ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଳକଷ୍ଟ ଲୋକଙ୍କୁ ହନ୍ତସନ୍ତ କରୁଛି। ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ହୋଇଥିବାରୁ କାଟିଙ୍ଗିଆ...

ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri