Posted inଜାତୀୟ

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦ା୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମୋଟ ୧୬୧୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଆସୋସିଏଶନ୍‌ ଅଫ ଡେମୋକ୍ରାଟିକ୍‌ ରିଫର୍ମ୍‌ସ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାର୍ଥୀମାନଙ୍କ ସତ୍ୟପାଠ ଯାଞ୍ଚ ପରେ ଏଡିଆର୍‌ ଶୁକ୍ରବାର ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡିଛି।
ପ୍ରମୁଖ ରାଜନୈତିକ ଦଳ କଂଗ୍ରେସର ୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୦ ଜଣ ଏବଂ ଭାଜପାର ୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୮ ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଛି। ସିପିଆଇଏମ୍‌ର ସର୍ବନିମ୍ନ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଛି। ୧୪ ପ୍ରାର୍ଥୀ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଛନ୍ତି। ୧୩ଜଣଙ୍କ ବିରୋଧରେ ହତ୍ୟା ମାମଲା, ୨୯ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ୨୬ ଜଣଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଏହି ପର୍ଯ୍ୟାୟରେ ମୋଟ ୧୧୫ ନିର୍ବାଚନମଣ୍ଡଳୀରେ ମତଦାନ ହେବାକୁ ଥିବାବେଳେ ସେଥିରୁ ୬୩ଟି ଆସନ ସମ୍ବେଦନଶୀଳ ବର୍ଗରେ ରହିଛି, ଯେଉଁଠି ତିନି କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ରହିଛି। ତୃତୀୟ ପର୍ଯ୍ୟାୟରେ ୩୯୨ ଜଣ କୋଟିପତି ପ୍ରାର୍ଥୀ ରହିଥିବା ସତ୍ୟପାଠରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କୁମାର ଦେବେନ୍ଦ୍ର ସିଂ ଯାଦବଙ୍କ ସମ୍ପତ୍ତି ସର୍ବାଧିକ ୨୦୪ କୋଟି ଟଙ୍କା ହୋଇଥିବାବେଳେ ତାଙ୍କ ପଛକୁ ଅଛନ୍ତି ଏନ୍‌ସିପିର ଭୋଁସଲେ ଶ୍ରୀମନ୍ତ ଛତ୍ରପତି। ତାଙ୍କ ସମ୍ପତ୍ତି ପରିମାଣ ୧୯୯ କୋଟି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଘୋଷଣା କରିଥିବା ପ୍ରାର୍ଥୀମାନଙ୍କ ହାରାହାରି ସମ୍ପତ୍ତି ୨.୯୫ କୋଟି ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ନିର୍ବାଚନୀ ଫଳାଫଳ ମଧ୍ୟରେ ମମତାଙ୍କ ପାଇଁ ଆସିଲା ଖୁସିଖବର: ଜାଣିଲେ ଖୁସିରେ ନାବିବେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସଦ୍ୟତମ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଧିକାଂଶ ଏକଜିଟ ପୋଲ ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାର ପୂର୍ବାନୁମାନ…

ନିର୍ବାଚନ ଫଳାଫଳ ପୂର୍ବରୁ ମମତାଙ୍କୁ ଟ୍ରିପଲ ଝଟକା! TMC ପାଇଁ ଆସୁଛି…

କୋଲକାତା,୧।୫: ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ପୂର୍ବରୁ ତୀବ୍ର ରାଜନୈତିକ କାର୍ଯ୍ୟକଳାପ ଚାଲିଛି। ଦିନ ହେଉ କି ରାତି, ସମଗ୍ର ବଙ୍ଗଳାରେ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।…

ପବନ ଖେରାଙ୍କୁ ବଡ଼ ଆଶ୍ୱସ୍ତି: ଏବେ ତାଙ୍କୁ ଗିରଫ କରିବ ନାହିଁ ଆସାମ ପୋଲିସ

ନୂଆଦିଲ୍ଲୀ,୧।୫: କଂଗ୍ରେସ ନେତା ପବନ ଖେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଆସାମ ପୋଲିସ ଏବେ ପବନ ଖେରାଙ୍କୁ ଗିରଫ କରିପାରିବ ନାହିଁ। ପ୍ରକୃତରେ, ସୁପ୍ରିମକୋର୍ଟ ପବନ ଖେରାଙ୍କୁ…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଭାଜପା, ଜାଣନ୍ତୁ କ’ଣ ଏହାର କାରଣ

କୋଲକାତା,୧।୫: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ମେ ୪ ତାରିଖରେ ଘୋଷଣା ହେବାକୁ ଯାଉଛି। ପଶ୍ଚିମବଙ୍ଗ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri