୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ ହାରରେ ବାର୍ଷିକ ଅଭିବୃଦ୍ଧି ଆବଶ୍ୟକ ହେବ। ଏଥିସହିତ ନିବେଶର ମୋଟ ହାରକୁ ଜିଡିପିର ୩୮ ପ୍ରତିିଶତରେ ପହଞ୍ଚାଇବାକୁ ପଡିବ ବୋଲି ୟର୍ନେଷ୍ଟ ଆଣ୍ଡ ୟଙ୍ଗ(ଇ ଆଣ୍ଡ ଓ୍ବାଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
ଇ ଆଣ୍ଡ ଓ୍ବାଇର ‘ଇକୋନୋମୀ ଓ୍ବ୍‌ାଚ୍‌’ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ଯଦି ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରେ, ତେବେ ଦେଶର ଅର୍ଥନୀତିର ଆକାର ୨.୭ ଲକ୍ଷ କୋଟି ଡଲାରରୁ ବୃଦ୍ଧି ପାଇ ୩ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟିବ। ରିପୋର୍ଟରେ କୁହାଯାଇଛି ଯେ, ଭାରତର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ୫ ବର୍ଷ ଧରି ୯ ପ୍ରତିଶତ ହାରରେ ବଢ଼େ, ତେବେ ୨୦୨୦-୨୧ରେ ଏହାର ଆକାର ୩.୩ ଲକ୍ଷ କୋଟି ଡଲାର, ୨୦୨୧-୨୨ରେ ଏହା ୩.୬ ଲକ୍ଷ କୋଟି ଡଲାର, ୨୦୨୨-୨୩ରେ ୪.୧ ଲକ୍ଷ କୋଟି ଡଲାର, ୨୦୨୩-୨୪ରେ ୪.୫ ଲକ୍ଷ କୋଟି ଡଲାର ଏବଂ ୨୦୨୪-୨୫ରେ ୫ ଲକ୍ଷ କୋଟି ଡଲାର ହୋଇଯିବ। ଏଥିପାଇଁ ୨୦୨୪-୨୫ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ରହିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୦-୨୧ରେ ଅଭିବୃଦ୍ଧି ହାରକୁ ୯%ରେ ପହଞ୍ଚାଇବାକୁ ହେଲେ ନିବେଶ ହାରକୁ ମୋଟ ଘରୋଇ ଉତ୍ପାଦନ(ଜିଡିପି)ର ୩୮ ପ୍ରତିଶତରେ ପହଞ୍ଚାଇବାକୁ ହେବ, ଯାହା କି ୨୦୧୮-୧୯ରେ ୩୧.୩ ପ୍ରତିଶତ ରହିଥିଲା। ଆର୍ଥିକ ବର୍ଷ ୨୦୧୮-୧୯ରେ ୩୧.୩ ପ୍ରତିଶତ ନିବେଶ ହାର ରହିଥିବା ବେଳେ ବାସ୍ତବିକ ବିକାଶ ହାର ୬.୮ ପ୍ରତିଶତ ରହିଥିଲା। ସୂଚନାଥାଉ କି, ଭାରତରେ ଏଥିପୂର୍ବରୁ ୨୦୧୧-୧୨ରେ ସର୍ବାଧିକ ନିବେଶ ହାର ୩୯.୬ ପ୍ରତିଶତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri