ଶ୍ରୀନଗର-ଦିଲ୍ଲୀ ବିମାନ ସେବା; ଭଡା ସୀମା ଧାର୍ଯ୍ୟ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୮: ସୁରକ୍ଷା କାରଣରୁ ଜମ୍ମୁ-କଶ୍ମୀରରୁ ଅମରନାଥ ତୀର୍ଥଯାତ୍ରୀ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିମାନ ସେବା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବିମାନ କମ୍ପାନୀଙ୍କୁ କୁହାଯାଇଛି। ତେବେ ଚାହିଦା ବୃଦ୍ଧି କାରଣରୁ ବିମାନ ଭଡ଼ା ଚଢ଼ା ହୋଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବଂ ଘରୋଇ କମ୍ପାନୀ ଗୋଏୟାର ଶ୍ରୀନଗର-ଦିଲ୍ଲୀ ଫ୍ଲାଇଟ୍‌ର ସର୍ବାଧିକ ବିମାନ ଭଡା ହ୍ରାସ ଘୋଷଣା କରିଛନ୍ତି। ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଭଡ଼ା ସର୍ବାଧିକ ୬୭୧୫ ଟଙ୍କା ରଖାଯାଇଛି। ତେବେ ଦିଲ୍ଲୀ-ଶ୍ରୀନଗର ବିମାନ ଭଡା ସର୍ବାଧିକ ୬୮୯୯ ଟଙ୍କାରେ ସୀମିତ ରହିବ ବୋଲି ଏହାର ମୁଖପାତ୍ର ଧନଞ୍ଜୟ କୁମାର ପ୍ରକାଶ କରିଛନ୍ତି। ସେହିପରି ଅଗଷ୍ଟ ୧୫ ପର୍ଯ୍ୟନ୍ତ ଗୋଏୟାର ଏହାର ବିମାନ ଭଡ଼ା ୧୦ହଜାର ଟଙ୍କାରେ ସୀମିତ ରଖିଛି। ତେବେ ଅନ୍ୟ ବିମାନ କମ୍ପାନୀ ଇଣ୍ଡିଗୋ, ସ୍ପାଇଶ୍‌ଜେଟ୍‌, ଭିଷ୍ଟାରା ଏବଂ ଏୟାରଏସିଆ ଇଣ୍ଡିଆ ଅଦ୍ୟାବଧି ସେମାନଙ୍କ ଭଡ଼ା ହ୍ରାସ ନେଇ ଘୋଷଣା କରିନାହାନ୍ତି। ସୂଚନାଥାଉ କି, ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ଉପତ୍ୟକା ଛାଡ଼ିବା ଲାଗି ଜମ୍ମୁ-କଶ୍ମୀର ସରକାର ଶୁକ୍ରବାର ନିର୍ଦ୍ଦେଶ ଦେବା ପରେ ବିମାନ ଭଡ଼ା ଅଚାନକ ବୃଦ୍ଧି ପାଇଥିଲା। ତେବେ ଭଡ଼ା କମାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଏୟାର ମୁଖପାତ୍ର କହିଛନ୍ତି ଯେ, ବିମାନ ଚଳାଚଳ ମନ୍ତ୍ରଣାଳୟର ଆହ୍ବାନକୁ କମ୍ପାନୀ ସର୍ବଦା ଗୁରୁତ୍ୱ ଦେଇଛି। କେରଳ ବନ୍ୟା, ଓଡ଼ିଶାରେ ଫନୀ ବାତ୍ୟା, ବାଲାକୋଟ ବିମାନ ଆକ୍ରମଣ ବେଳେ କମ୍ପାନୀ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇବା ସହ ଭଡାକୁ ନିୟନ୍ତ୍ରଣରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri