୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ ହାରରେ ବାର୍ଷିକ ଅଭିବୃଦ୍ଧି ଆବଶ୍ୟକ ହେବ। ଏଥିସହିତ ନିବେଶର ମୋଟ ହାରକୁ ଜିଡିପିର ୩୮ ପ୍ରତିିଶତରେ ପହଞ୍ଚାଇବାକୁ ପଡିବ ବୋଲି ୟର୍ନେଷ୍ଟ ଆଣ୍ଡ ୟଙ୍ଗ(ଇ ଆଣ୍ଡ ଓ୍ବାଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
ଇ ଆଣ୍ଡ ଓ୍ବାଇର ‘ଇକୋନୋମୀ ଓ୍ବ୍‌ାଚ୍‌’ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ଯଦି ୭ ପ୍ରତିଶତ ଅଭିବୃଦ୍ଧି ହାସଲ କରେ, ତେବେ ଦେଶର ଅର୍ଥନୀତିର ଆକାର ୨.୭ ଲକ୍ଷ କୋଟି ଡଲାରରୁ ବୃଦ୍ଧି ପାଇ ୩ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟିବ। ରିପୋର୍ଟରେ କୁହାଯାଇଛି ଯେ, ଭାରତର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ୫ ବର୍ଷ ଧରି ୯ ପ୍ରତିଶତ ହାରରେ ବଢ଼େ, ତେବେ ୨୦୨୦-୨୧ରେ ଏହାର ଆକାର ୩.୩ ଲକ୍ଷ କୋଟି ଡଲାର, ୨୦୨୧-୨୨ରେ ଏହା ୩.୬ ଲକ୍ଷ କୋଟି ଡଲାର, ୨୦୨୨-୨୩ରେ ୪.୧ ଲକ୍ଷ କୋଟି ଡଲାର, ୨୦୨୩-୨୪ରେ ୪.୫ ଲକ୍ଷ କୋଟି ଡଲାର ଏବଂ ୨୦୨୪-୨୫ରେ ୫ ଲକ୍ଷ କୋଟି ଡଲାର ହୋଇଯିବ। ଏଥିପାଇଁ ୨୦୨୪-୨୫ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ରହିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୦-୨୧ରେ ଅଭିବୃଦ୍ଧି ହାରକୁ ୯%ରେ ପହଞ୍ଚାଇବାକୁ ହେଲେ ନିବେଶ ହାରକୁ ମୋଟ ଘରୋଇ ଉତ୍ପାଦନ(ଜିଡିପି)ର ୩୮ ପ୍ରତିଶତରେ ପହଞ୍ଚାଇବାକୁ ହେବ, ଯାହା କି ୨୦୧୮-୧୯ରେ ୩୧.୩ ପ୍ରତିଶତ ରହିଥିଲା। ଆର୍ଥିକ ବର୍ଷ ୨୦୧୮-୧୯ରେ ୩୧.୩ ପ୍ରତିଶତ ନିବେଶ ହାର ରହିଥିବା ବେଳେ ବାସ୍ତବିକ ବିକାଶ ହାର ୬.୮ ପ୍ରତିଶତ ରହିଥିଲା। ସୂଚନାଥାଉ କି, ଭାରତରେ ଏଥିପୂର୍ବରୁ ୨୦୧୧-୧୨ରେ ସର୍ବାଧିକ ନିବେଶ ହାର ୩୯.୬ ପ୍ରତିଶତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri