୪ ହାଇଓ୍ବେ ଲୁଟେରା ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟପାଟ କରୁଥିବା ୪ ହାଇଓ୍ବେ ଲୁଟେରାଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଟକ ନିଆଳି ଥାନା ଅଧୀନ ବନମାଳୀପୁରର ପ୍ରଭାତ ଜେନା ଓରଫ୍‌ ବାପି(୨୬), ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ବୁଆଳିର ସୌଳବତ୍ର ମହାରଣା ଓରଫ୍‌ କାଳିଆ (୨୭), ନୟାଗଡ ଜିଲା ଗୋଡିପଦା ଥାନା ଅଧୀନ କୋମଡାର ରଞ୍ଜନ ନାୟକ ଓରଫ୍‌ ମୁନି(୨୪), ଜଗତସିଂହପୁର ଜିଲା ପାରାଦୀପଗଡର ନରେନ୍ଦ୍ରପୁରର ରାଜେଶ ପାଳ ଓରଫ୍‌ ଜିତୁ(୨୫)। ଏମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ୬ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି।
ସୂଚନା ମୁତାବକ, ଗତ ମଙ୍ଗଳବାର ଗଜପତି ଜିଲା ଗୁରୁଣ୍ଡି ଥାନା ଅଞ୍ଚଳର ଅସ୍ପନ ସୁନୀଲ କୁମାର(୩୦) ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ ନିକଟରେ ଲୁଟର ଶିକାର ହୋଇଥିଲେ। ଡ୍ରାଇଭର ଅସ୍ପନ କଟକର ସତ୍ୟ ସାଇ ଟ୍ରାନ୍ସପୋର୍ଟରୁ ଟ୍ରକରେ ଅଟା ବୋଝେଇ କରି ଗୁଣୁପୁର ବାହାରିଥିଲେ। ଭୋର ସାଢେ ୪ଟା ରେ ପୁରୀ ବାଇପାସ ନିକଟରେ ୪ଟି ବାଇକରେ ୮ଜଣ ଯୁବକ ଆସି ଟ୍ରକକୁ ଅଟକାଇଥିଲେ। ଯୁବକମାନେ ଟ୍ରକ୍‌ ଝରକା କାଚ ଭାଙ୍ଗି ଦେବା ସହ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରିଥିଲେ। ଏହା ସହ ୧୫ହଜାର ଟଙ୍କା, ମୋବାଇଲ ଫୋନ ଓ ଗାଡିର କାଗଜ ପତ୍ର ନେଇ ପଳାଇଥିଲେ। ଏ ନେଇ ଡ୍ରାଇଭର ଲୁଟ ବେଳେ ବ୍ୟବହାର ହୋଇଥିବା ଦୁଇଟି ବାଇକ ନମ୍ବର ସହ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୨୫/୧୯)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏଥିସହ ରସୁଲଗଡ ମା’ପାଟଦେଇ ବସ୍ତି ଅଞ୍ଚଳରେ ରହୁଥିବା ଲୁଟରେ ବ୍ୟବହୃତ ବାଇକ୍‌ ମାଲିକ ପ୍ରଭାତ ଜେନାଙ୍କୁ ଧରି ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ଘଟଣା ଜଣାପଡିଥିଲା। ପ୍ରଭାତ ଏବଂ ତାଙ୍କ ୭ ଜଣ ସହଯୋଗୀ ଲୁଟ କରିଥିବା ପୋଲିସ ଆଗରେ ମାନିଥିଲେ। ପୋଲିସ ପ୍ରଭାତଙ୍କ ତଥ୍ୟକୁ ଆଧାର କରି ଆଉ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ୪ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri