Posted inଭଦ୍ରକ

୩୯ ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ

ବନ୍ତ, ୨୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକର ୨ଟି ସେକ୍ସନ ସମେତ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଓ ହାଟଡିହୀ ବ୍ଲକର ଶାଳନିଅଁା ସେକ୍ସନରେ ଥିବା ୩୯ଟି ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ ଓ ନାମ ପଞ୍ଜୀକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାଳନିଅଁା ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଶାଳନିଅଁା ୧ ନମ୍ବର ସେକ୍ସନ, ବନ୍ତର ୨ ଓ ୩ ନମ୍ବର ସେକ୍ସନ ଏବଂ ମଞ୍ଜୁରୀରୋଡ ୪ ନମ୍ବର ସେକ୍ସନ ରହିଛି। ବନ୍ତର ୨ଟି ସେକ୍ସନରେ ୨୦ଟି ପାଣି ପଞ୍ଚାୟତ ଥିବାବେଳେ ମଞ୍ଜୁରୀରୋଡ ସେକ୍ସନରେ ୧୩ ଏବଂ ଶାଳନିଅଁା ସେକ୍ସନରେ ୬ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ଆସନ୍ତା ୨୬ ରୁ ୩୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ ଟା ୩୦ ମଧ୍ୟରେ ସମସ୍ତ କୃଷକ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହ ଆବଶ୍ୟକ ଜମି କାଗଜପତ୍ର ଓ ଭୋଟର ପରିଚୟ ପତ୍ର ସମ୍ପୃକ୍ତ ସେକ୍ସନ ଅଫିସରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଜଳସେଚନ ବିଭାଗ ପକ୍ଷରୁ ବିଡିଓ, ତହସିଲଦାର, ସମସ୍ତ ସରପଞ୍ଚ, ପାଣି ପଞ୍ଚାୟତ ସଭାପତିମାନଙ୍କୁ ଅବଗତ କରାଯାଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଉଛି।
ପାଣି ପଞ୍ଚାୟତ ନିର୍ବାଚନ ପୂର୍ବରୁ କୃଷକମାନଙ୍କର ତାଲିକା ପ୍ରସ୍ତୁତ କରାଯିବ। ଜମି ଓ ଚାଷ କରୁଥିବା ସମସ୍ତ କୃଷକ ଏଥିରେ ସଭ୍ୟ ହୋଇପାରିବେ। ଗୋଟିଏ ଜମି ପ୍ଲଟରେ ଜଣେ ଭୋଟର ରହିପାରିବେ। ନିଜ କିମ୍ବା ବାପାଙ୍କ ନାମରେ ଥିବା ଜମିରେ ଭୋଟର ହୋଇପାରିବେ। ଜମି ବିକ୍ରି କରିଥିବା ଚାଷୀଙ୍କ ନାମକୁ ବାଦ୍‌ କରାଯାଇ ଜମି କିଣିଥିବା ଚାଷୀଙ୍କ ନାମ ପଞ୍ଜୀକରଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri