Posted inଜାତୀୟ

୩୭୦ ଉଚ୍ଛେଦ ପରେ ଜୈଶ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର: ଟାର୍ଗେଟ ୩୦ ସହର ମଧ୍ୟରେ ଭୁବନେଶ୍ୱର

ନୂଆଦିଲ୍ଲୀ,୨୬ା୯: ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦରେ ହତାଶ ହୋଇପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଭାରତ ବିରୋଧରେ ରକ୍ତ ଚାଉଳ ଚୋବାଉଛି। ପଠାନ୍‌କୋଟ ସମେତ ଅନେକ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ୍‌ ଆଝାରଙ୍କ ନେତୃତ୍ୱାଧୀନ ଜୈଶ୍‌ ଟାର୍ଗେଟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ରହିଛନ୍ତି। ଏହି ତିନିଜଣଙ୍କୁ ଆକ୍ରମଣ କରିବା ପାଇଁ ଜୈଶ୍‌ ଏକ ସ୍କ୍ବାଡ୍‌କୁ ପ୍ରସ୍ତୁତ କରୁଥିବା ନେଇ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି। କେବଳ ଏତିକି ନୁହେଁ, ଭୁବନେଶ୍ୱର ସମେତ ଭାରତର ୩୦ଟି ସହରରେ ଆକ୍ରମଣ ପାଇଁ ଜୈଶ୍‌ ଷଡ଼ଯନ୍ତ୍ର ରଚିଥିବା ନେଇ ଏକ ପତ୍ର ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ୍‌ ସିକ୍ୟୁରିଟିର ହସ୍ତଗତ ହୋଇଛି। ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହେବା ପରେ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ବୁଧବାର ହାଇଆଲର୍ଟ ଜାରି କରାଯାଇଛି।
ସୁରକ୍ଷା ସଂସ୍ଥା ପାଇଥିବା ଚିଠି ଅନୁସାରେ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାରକୁ ନେଇ ଜେଇଏମ୍‌ ହତାଶ ହୋଇପଡ଼ିଛି। ଏଥିଲାଗି ଏହି ଆତଙ୍କବାଦୀ ସଙ୍ଗଠନ ଭାରତ ସରକାରଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଚାହୁଁଛି। ଏହାର ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଏବଂ ଏନ୍‌ଏସ୍‌ଏ ରହିଛନ୍ତି। ଏଥିସକାଶେ ଜୈଶ୍‌ ଚଳିତ ମାସରେ ଆତଙ୍କବାଦୀମାନଙ୍କୁ ନେଇ ଏକ ସ୍କ୍ବାଡ୍‌ ଗଠନ କରିଛି। ପାକିସ୍ତାନର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଏଥିରେ ଜୈଶ୍‌କୁ ସହଯୋଗ କରୁଛି। ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ବିଦେଶୀ ପ୍ରତିପକ୍ଷଙ୍କଠାରୁ ଏକ ଗୁପ୍ତ ରିପୋର୍ଟ ପାଇଛନ୍ତି। ସେପ୍ଟେମ୍ବରରେ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଜୈଶ୍‌ ଆତଙ୍କବାଦୀ ଶମ୍‌ଶେର ଓ୍ବାନି ଓ ତାଙ୍କ ହ୍ୟାଣ୍ଡଲରଙ୍କ ମଧ୍ୟରେ ହୋଇଥିବା ପତ୍ରାଳାପରୁ ସେମାନେ ଜାଣିବାକୁ ପାଇଥିବା ଅବଗତ କରାଇଛନ୍ତି। ଏହା ପୂର୍ବରୁ ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ଆସନ ବାରାଣସୀରେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଜମ୍ମୁ, ପଠାନ୍‌କୋଟ, ଅମୃତସର, ଜୟପୁର, ଗାନ୍ଧୀନଗର, କାନପୁର, ଲକ୍ଷ୍ନୌ ସମେତ ୩୦ଟି ସହର ଉପରେ ଆକ୍ରମଣ କରିବା ପାଇଁ ପତ୍ରରେ ଧମକ ଦିଆଯାଇଛି। ସେହିପରି ଦେଶର ୪ଟି ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣର ଯୋଜନା ଚାଲିଥିବା ଏଥିରୁ ଜଣାପଡ଼ିଛି। ସଦ୍ୟ ରିପୋର୍ଟ ପରେ ଉକ୍ତ ସହରଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି। ଅନୁରୂପ ଭାବେ ଶ୍ରୀନଗର, ଅଓ୍ବନ୍ତିପୋରା, ଜମ୍ମୁ, ପଠାନ୍‌କୋଟ ଓ ହିଣ୍ଡୋନ୍‌ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ପ୍ରକାଶ ଯେ, ଉରି ଆକ୍ରମଣ ପରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲଓ୍ବାମା ଆକ୍ରମଣ ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଭଳି ଆତଙ୍କବାଦ ନିରୋଧୀ ଅଭିଯାନ ପାଇଁ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବାରୁ ସେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ବାଲାକୋଟ କାର୍ଯ୍ୟାନୁଷ୍ଠାନ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ପୁଣି ସକ୍ରିୟ ହୋଇଛି। ସେଠାରେ ରହିଥିବା ୪୫୦ରୁ ୫୦୦ ଆତଙ୍କବାଦୀ ଜମ୍ମୁ-କଶ୍ମୀର ଦେଇ ଭାରତୀୟ ଭୂଖଣ୍ଡରେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଥିବା ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌ ସୂଚନା ଦେଇଥିଲେ। ଏହାର ଦୁଇଦିନ ପରେ ଜୈଶ୍‌ ପକ୍ଷରୁ ଏଭଳି ଆକ୍ରମଣ ନେଇ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି।

‘ଗୋଇନ୍ଦା ସୂଚନା ତୁରନ୍ତ ସାର୍ବଜନୀନ ଅନୁଚିତ’

ଜୈଶ୍‌-ଇ-ମହମ୍ମଦ(ଜେଇଏମ୍‌) ଟାର୍ଗେଟରେ ଦେଶର ୩୦ ସହର ମଧ୍ୟରେ ଭୁବନେଶ୍ୱର ରହିଛି। ଏନେଇ ବୁଧବାର ଗୋଇନ୍ଦା ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି ହୋଇଛି। ଅପରପକ୍ଷରେ ଭୁବନେଶ୍ୱର ଟାର୍ଗେଟରେ ରହିଥିବାନେଇ କୌଣସି ସୂଚନା ନ ଥିବା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଛନ୍ତି। ମାତ୍ର ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାନେଇ ସୂଚନା ମିଳିବା କୌଣସି ନୂଆକଥା ନୁହେଁ। ପୁରୀ ଶ୍ରୀମନ୍ଦିରକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ନେଇ ପୂର୍ବରୁ ବହୁବାର ଗୋଇନ୍ଦା ସୂଚନା ମଳିଛି। ପୋଲିସ ମଧ୍ୟ ତତ୍ପରତା ଦେଖାଇଛି। ହେଲେ ସେପରି କୌଣସି ଆକ୍ରମଣ ହୋଇନାହିଁ। ଏଭଳିସ୍ଥିତିରେ ବୁଧବାର ଦିଆଯାଇଥିବା ଗୋଇନ୍ଦା ସୂଚନା ପରେ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି। ସମ୍ପ୍ରତି ଦେଶର ଆର୍ଥିକ ମାନ୍ଦାବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଏଭଳି ସୂଚନା ଦିଆଯାଇ ଥାଇପାରେ ବୋଲି ଅନେକେ ଚର୍ଚ୍ଚା କରୁଛନ୍ତି। ରାଧୁଆ ମିଛୁଆ ଗପ ଭଳି ଆକ୍ରମଣ କଥା ବାରମ୍ବାର କୁହାଗଲେ ଏହା ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେବ ବୋଲି ମଧ୍ୟ କୁହାଯାଉଛି। ତେବେ ଏଭଳି ଆକ୍ରମଣ ସୂଚନା ସମ୍ପର୍କରେ ରାଜ୍ୟ ଗୋଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗ ଉପରେ କୌଣସି ମତାମତ ଦେବା ଉଚିତ ହେବ ନାହିଁ ଏବଂ ଯେକୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣ ଉପରେ ଟିକିନିଖି ନଜର ରଖାଯାଇଛି ।
ଅବସରପ୍ରାପ୍ତ କଲୋନେଲ ତଥା ପ୍ରତିରକ୍ଷା ବିଶେଷଜ୍ଞ କେ. ପି. ଧଳସାମନ୍ତ କୁହନ୍ତି, ଆତଙ୍କବାଦୀଙ୍କ ବିଷୟରେ ଯେତେବେଳେ କୌଣସି ସୂଚନା ମିଳିବ ତାହା ଦେଶବାସୀଙ୍କୁ

ସଙ୍ଗେ ସଙ୍ଗେ ଜଣାଇବା ଉଚିତ ନୁହେଁ। ଲୋକମାନେ ଭୟଭୀତ ହେବା ସହ ଅରାଜକତା ଦେଖାଯିବାର ଆଶଙ୍କା ରହିଛି। ବିଭିନ୍ନ ସେନା ବିଭାଗଠାରୁ ନିଶ୍ଚିତ ହେବାପରେ ଗୋଇନ୍ଦା ବିଭାଗ ଖବର ପ୍ରକାଶ କରେ। ବର୍ତ୍ତମାନ ଯେଉଁ ଗୋଇନ୍ଦା ଖବର ଦେଇଛି, ଏହା ଏକ ପ୍ରକାର ଠୋସ ଖବର ଭାବି ପାରିବା। ମାତ୍ର ଆତଙ୍କବାଦୀ କେଉଁ ଜାଗାକୁ ଏବଂ କେତେବେଳେ ଟାର୍ଗେଟ କରିପାରନ୍ତି ତାହା ଜନସାଧାରଣଙ୍କୁ ଜଣାଇବା କିଛି ଆବଶ୍ୟକ ନାହିଁ। ଏହା ଦ୍ୱାରା ଶତ୍ରୁପକ୍ଷ ଅଧିକ ଚାଲାକ ହୋଇଯିବେ। ବିଶେଷ କରି ସୀମା ନିକଟରେ ଥିବା ଏୟାରପୋର୍ଟ ଗୁଡିକ ସେମାନଙ୍କର ଟାର୍ଗେଟରେ ରହିଥାଏ। ଓଡ଼ିଶାରେ ଏକ ବଡ଼ ଉପକୂଳ ରହିଥିବାବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଖୋଲାମେଲା ପଡିଛି। ତେଣୁ ବାଂଲାଦେଶ ଦେଇ ଆତଙ୍କବାଦୀ ଆସି ଆକ୍ରମଣ କରିପାରନ୍ତି। ଆମର ଉପକୂଳ ଅଞ୍ଚଳରେ ବାଂଲାଦେଶ ଶରଣାର୍ଥୀ ବହୁତ ଅଛନ୍ତି। ସେମାନଙ୍କୁ ଟଙ୍କା ଦେଇ ଆତଙ୍କବାଦୀମାନେ ଅନେକ କିଛି କରିପାରିବେ। ତେଣୁ କୌଣସି ପ୍ରକାର ସନ୍ଦିଗ୍ଧ ଗତିବିଧି ଦେଖିଲେ ପୋଲିସକୁ ତୁରନ୍ତ ଖବର ଦେବା ଦରକାର ବୋଲି ସାମନ୍ତ କହିଛନ୍ତି।
ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କ କହିବା ହେଲା, ଯେହେତୁ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଶବାସୀଙ୍କୁ ଆଗୁଆ ଦିଆଯାଉଛି, ତେଣୁ ସେମାନେ ଅଧିକ ଚାଲାକ ହୋଇଯାଉଛନ୍ତି। ଯାହାଫଳରେ କେହି ଆଶା କରୁ ନ ଥିବା ସ୍ଥାନକୁ ସେମାନେ ଟାର୍ଗେଟ କରିବାକୁ ଯୋଜନା କରିପାରନ୍ତି। ଯଦି କୌଣସି ପ୍ରକାର ଆକ୍ରମଣ ହୁଏ, ତେବେ ଏହା ଦେଶର ଅର୍ଥନୈତିକ ବ୍ୟବସ୍ଥା ଉପରେ ଘୋର ପ୍ରଭାବ ପକାଇବ। ଓଡିଶାର ଅନେକ ସ୍ଥାନ ରହିଛି ଯାହା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିବା ସହ ଆକ୍ରମଣ କରିବାର ବହୁ ସମ୍ଭାବନା ରହିଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ପୁରୀ ଶ୍ରୀମନ୍ଦିର, କୋଣାର୍କ, ପାରାଦୀପ ବନ୍ଦର, ଚାରିବାଟିଆ ଏଆର୍‌ସି, ସୁନାବେଡ଼ା ମିଗ ବିମାନ ଫ୍ୟାକ୍ଟ୍ରି ଉପରେ ନଜର ବହୁ ପୂର୍ବରୁ ରହିଛି। ଏସବୁ ଗୁରୁତ୍ୱପର୍ଣ୍ଣ ସ୍ଥାନଗୁଡିକୁ ସେମାନେ ସାଟେଲାଇଟ ଦ୍ୱାରା ବହୁତ ଭଲ ଭାବରେ ଜାଣିପାରୁଛନ୍ତି। ଯଦି ଆତଙ୍କବାଦୀ ଆକ୍ରମଣ ହେବ ତେବେ ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ପୋଲିସ ଯଥେଷ୍ଟ ନୁହେଁ। କୋଷ୍ଟାଲ ଗାର୍ଡଙ୍କ ସଂଖ୍ୟା ବହୁତ କମ୍‌ ଥିବାରୁ ସେମାନଙ୍କ ସଂଖ୍ୟା ବଢାଇବା ସହ ସେମାନଙ୍କୁ ଶକ୍ତିଶାଳୀ କରିବା ଆବଶ୍ୟକ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ହର୍ମୁଜ ପ୍ରଣାଳୀରେ ଇରାନ ଅଭିମୁଖେ ଯାଉଥିବା ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଆମେରିକା କଲାଣି ଏମିତି ଦାବି ଚିନ୍ତାରେ ପଡ଼ିଲାଣି ସାରା ବିଶ୍ୱ

ତେହରାନ,୩୧।୫: ଶନିବାର ଆମେରିକା ଚେତାବନୀ ଦେଇଛି ଯେ ଆବଶ୍ୟକ ହେଲେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କହିଛନ୍ତି…

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri