୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ

ବାରିପଦା ଅଫିସ,୨୦ା୬- ମୟୂରଭଞ୍ଜ ଜିଲା ଅଗ୍ରଣୀ ବ୍ୟାଙ୍କ୍‌ ତରଫରୁ ୧୭୬ତମ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସ୍ବଧା ଦେବୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଋଣ ଯୋଜନାରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, ଗୃହ, ଶିକ୍ଷା, ଆଦି ବିଭିନ୍ନ କ୍ଷେତ୍ରରେ ଜିଲା ପାଇଁ ମୋଟ ୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ବତ୍ତର୍ମାନ ମହାମାରୀ କରୋନା ପାଇଁ ଜିଲାର ବହୁ ପ୍ରବାସୀ ଗ୍ରାମକୁ ଫେରିଛନ୍ତି, ସେମାନେ ଯଦି ଚାହିଁବେ କୌଣସି ଚାଷ କାର୍ଯ୍ୟ ଓ ବ୍ୟବସାୟ ନିମନ୍ତେ ବ୍ୟାଙ୍କ୍‌ ଋଣ ଯୋଗାଇଦେବା ପାଇଁ ଅତରିକ୍ତ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରିବା ନିମନ୍ତେ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଦିଲ୍ଲୀପ କୁମାର ସାହୁ ଗୁରୁତ୍ୱ ଦେଇଥିଲେ। ଓମଫେଡ଼ ଏବଂ ମତ୍ସ୍ୟ ବିଭାଗର ସହାୟତାରେ ଦୁଗ୍ଧ ଚାଷୀ ଓ ଏବଂ ମାଛ ଚାଷୀମାନଙ୍କୁ କିଶାନ କ୍ରେଡିଟକାର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲାପାଳ ଦେବୀ ସିଂହ ୨୦୨୦-୨୧ ଆର୍ଥିକ ବର୍ଷର ଋଣ ଯୋଜନା ପୁସ୍ତକକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ନାବାର୍ଡ଼ର ଅଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

ଲଗାଣ ବର୍ଷାରେ ଗ୍ରାମବାସୀ ଜଳବନ୍ଦୀ

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି ଉଦଳା। ଏପରି କି କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା ଏବଂ ଗୋପବନ୍ଧୁନଗର ବ୍ଲକ ଅଞ୍ଚଳରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri