ରାଜ୍ୟରେ ୩ହଜାର କରୋନା ଆକ୍ରାନ୍ତ, ୨ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ଥମିବାର ନାଁ ନେଉନି କରୋନା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ତେବେ ସଂକ୍ରମଣ ହାରକୁ ଦେଖିଲେ ବଡ଼ ବିପଦ ସାମ୍ନାକୁ ଆସୁଛି। ଓଡ଼ିଶାରେ ମାର୍ଚ୍ଚରେ ପ୍ରଥମ ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଛୁଇଁବା ପାଇଁ ୬୪ ଦିନ ଲାଗିଥିଲା। ପରବର୍ତ୍ତୀ ସମୟରେ ମାତ୍ର ୧୨ ଦିନରେ ଆଉ ହଜାରେ କରୋନା ପଜିଟିଭ୍‌ ବାହାରିଥିଲେ ଅର୍ଥାତ୍‌ ୭୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାରରେ ପହଞ୍ଚତ୍ଥିଲା। କିନ୍ତୁ ଏବେ ଏହି ସଂଖ୍ୟା ତିନିହଜାର ଡେଇଁଛି। ଶେଷ ହଜାରେ ପଜିଟିଭ୍‌ ମାତ୍ର ୮ଦିନରେ ଚିହ୍ନଟ ହୋଇଛନ୍ତି। ହିସାବକୁ ନେଲେ ପ୍ରତିଦିନ ପ୍ରାୟ ୧୦୦ ଉପରେ ପଜିଟିଭ୍‌ଙ୍କ ସଂଖ୍ୟା ବଢୁଛି। ଶେଷ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪୬ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି।
ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୨୭ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୯ଜଣ ଥିବାବେଳେ ଗଞ୍ଜାମରୁ ୧୮, ଜଗତ୍‌ସିଂହପୁରରୁ ୮, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ୭ଜଣ ଲେଖାଏ ରହିଛନ୍ତି। ସେହିପରି ଦେବଗଡ଼ରୁ ୫ଜଣ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡିରୁ ୩ଜଣ ଲେଖାଏ, କେନ୍ଦୁଝର, କଟକ, କନ୍ଧମାଳ, କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ ଏବଂ ଯାଜପୁର, ଢେଙ୍କାନାଳ, ମାଲକାନଗିରି ଓ ବଲାଙ୍ଗୀରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପଶ୍ଚିମବଙ୍ଗରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ର ୬୧ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି।
ସେପଟେ ରାଜଧାନୀକୁ ପୁଣି କରୋନା ଫେରିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖୋର୍ଦ୍ଧାରୁ ଚିହ୍ନଟ ୧୯ଜଣଙ୍କ ମଧ୍ୟରୁ ଭୁବନେଶ୍ୱରର ୪ଜଣ ରହିଛନ୍ତି। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୪ଜଣ ଆକ୍ରାନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ୨୮ବର୍ଷୀୟ ଯୁବକ ଏବଂ ସେ ହାଇଦ୍ରାବାଦରୁ ଫେରି ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। ସେହିପରି ଡୁମୁଡୁମା ଅଞ୍ଚଳର ୨୯ବର୍ଷୀୟ ଯୁବକଙ୍କ ଠାରେ କୋଭିଡ୍‌-୧୯ ଭୂତାଣୁ ମିଳିଛି। ସେ ଦିଲ୍ଲୀରୁ ଫେରିଥିବା ସୂଚନା ରହିଛି। ସେହିପରି ପଟିଆ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ୩୪ବର୍ଷୀୟ ପୁରୁଷ ଓ ୨୬ବର୍ଷୀୟ ମହିଳା ଗୋଟିଏ ପରିବାରର। ସେମାନେ ଦିଲ୍ଲୀରୁ ଫେରି ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ।
ଅନ୍ୟପକ୍ଷରେ ରାଜ୍ୟରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକରୁ ଅଧିକ ସୁସ୍ଥ ହେବାରେ ଲାଗିଛନ୍ତି। ଫଳରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ହଜାର ଟପିଛି। ମଙ୍ଗଳବାର ୧୪୦ଜଣ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବାରୁ ଏବେ ଏମାନଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚତ୍ଛି। ସୁସ୍ଥ ହୋଇଥିବା ୧୪୦ଜଣଙ୍କ ମଧ୍ୟରୁ କଟକରେ ସର୍ବାଧିକ ୨୪ଜଣ ରହିଛନ୍ତି। ଗଞ୍ଜାମରେ ୨୨, ନୂଆପଡ଼ାରେ ୨୧, ଯାଜପୁର, ଜଗତ୍‌ସିଂହପୁର ଓ ଖୋର୍ଦ୍ଧାରେ ୧୧ଜଣ ଲେଖାଏ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରେ ୮, ବଲାଙ୍ଗୀର ଓ ଭଦ୍ରକରେ ୭ଜଣ ଲେଖାଏ ସୁସ୍ଥ ରୋଗୀ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୫ଜଣ ସୁସ୍ଥ ହୋଇଥିବାବେଳେ ବରଗଡ଼, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ଜଣ ଲେଖାଏ ଏବଂ ବାଲେଶ୍ୱର ଓ ପୁରୀରୁ ୨ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ୩୧୪୦ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୧୩୩ଜଣ ସୁସ୍ଥ ହୋଇଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୯୬କୁ ଖସି ଆସିଛି। ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri