୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା

ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମଢିଆଳି ଗ୍ରାମକୁ ବ୍ଲକ ଓ ଜିଲାସ୍ତରୀୟ ଟିମ୍‌ ଗସ୍ତ କରି ଲୋକଙ୍କୁ ସଚେତନ କରିଛନ୍ତି। ଏଥିସହ ଗ୍ରାମରେ ଆଶାକର୍ମୀ ପ୍ରତ୍ୟେକ ଦିନ ଗସ୍ତ କରି ବ୍ଲକ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଆସନ୍ତା ନଭେମ୍ବର ୧୧ଠାରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହି ବ୍ଲକରେ ଟୀକାକରଣ କରାଯିବାର ବ୍ୟବସ୍ଥା ହୋଇଛି। ଏ ନେଇ ଗୁରୁବାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କନ୍‌ଫରେନ୍ସ ହଲ୍‌ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅନିତାରାଣୀ ରାଉତ ସଂଯୋଜନା ଓ ଚିକିତ୍ସାଧିକାରୀ ଡା. କମଳାକାନ୍ତ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଡା. ସ୍ବାଇଁଙ୍କ ସମେତ ଡ. ଦେବାଶିଷ ପତି, ଡ. ଆଦିତ୍ୟ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରୋଜିନୀ ସାହୁ, ସମନ୍ବିତ ଶିଶୁ ବିକାଶ ସୁପରଭାଇଜର ଦୀପାଳି ମିଶ୍ର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ରଶ୍ମିରେଖା ପୃଷ୍ଟି ଓ ରଣଜିତ ବରାଳ ପ୍ରମୁଖ ଯୋଗଦେଇ ଏହି ରୋଗ ସମ୍ପର୍କରେ ସଚେତନ କରାଇଥିଲେ। ଏହି ରୋଗ ଏକ ମଶାବାହିତ ରୋଗ। ବିଶେଷ କରି ଘୁଷୁରୀ, ପାଣିବଗ ଦେହରେ ଏହି ଭୂତାଣୁ ଦେଖାଯାଇଥାଏ। ମଶା, ଘୁଷୁରୀ କିମ୍ବା ପାଣିବଗରେ ବସି କାମୁଡ଼ି ମଣିଷକୁ କାମୁଡ଼ିଲେ ଏହି ରୋଗ ହୋଇଥାଏ ବୋଲି କୁହାଯାଇଥିଲା। ଏହି ରୋଗକୁ ନିପାତ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବ୍ଲକରେ ଥିବା ୨୦୭ଟି ବିଦ୍ୟାଳୟ ଓ ୨୪୦ ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୧୫ ବର୍ଷ ମଧ୍ୟରେ ମୋଟ ୨୮ ହଜାର ୯୭୬ ପିଲାଙ୍କୁ ଟୀକାକରଣ କରାଯିବ। ଅଙ୍ଗନୱାଡି କେନ୍ଦ୍ରରେ ୧ରୁ ୫ବର୍ଷ ପର୍ଯ୍ୟନ୍ତ ୯,୩୦୯ ଏବଂ ବିଦ୍ୟାଳୟଗୁଡ଼ିକରେ ୬ରୁ ୧୫ ବର୍ଷ ପର୍ଯ୍ୟନ୍ତ ୧୯, ୬୬୭ ଜଣଙ୍କୁ ଟୀକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସେହିପରି ପ୍ରତ୍ୟେକ ଗ୍ରାମରେ ସଚେତନ ପାଇଁ ଆସନ୍ତା ଗୁରୁବାର ସରପଞ୍ଚ, ସମିତିସଭ୍ୟମାନଙ୍କୁ ଡକାଯାଇ ସଚେତନ କରାଯିବା ସହ ପ୍ରତ୍ୟେକ ସ୍କୁଲରୁ ଜଣେ ଲେଖାଏ ଶିକ୍ଷକ, ଅଙ୍ଗନୱାଡି କର୍ମୀଙ୍କୁ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା ହୋଇଛି। ବୈଠକରେ ସ୍ବାସ୍ଥ୍ୟ ସୁପରଭାଇଜର ମନୋରଞ୍ଜନ ରାଉତ, ନବଘନ ଦାସ, ଭାସ୍କର ଚନ୍ଦ୍ର ଦାସ, ଅମରଜିତ ରାୟ, ଅର୍ଜୁନ ମଲିକ, ମିନତି ଦାସ, ଦୀପ୍ତିକଳା ମହାନ୍ତି, ଅନୁପମା ମହାନ୍ତି, ସ୍ବର୍ଣ୍ଣଲତା ବାରିକ, ଶ୍ରଦ୍ଧାଞ୍ଜଳି ରାଉତ, ସଙ୍ଗୀତା ଜେନା, ସନ୍ତୋଷୀରାଣୀ ମାଝୀ, ଅନିତା ଜେନା, ମ୍ୟାଲେରିଆ ସୁପରଭାଇଜର ସଙ୍ଗୀତା ଦେବତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ନିର୍ବାଚିତ ନହୋଇ ବିଧାୟକ ହେବେ ସୁନେତ୍ରା ପାୱାର, ନାମାଙ୍କନ ପ୍ରତ୍ୟାହାରର ୧ ଘଣ୍ଟା ପୂର୍ବରୁ ମତ ବଦଳାଇଲା କଂଗ୍ରେସ

ମୁମ୍ବାଇ,୯।୪: ବର୍ତ୍ତମାନ ଏହା ପ୍ରାୟ ନିଶ୍ଚିତ ଯେ ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନରୁ ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ବିଧାୟକ ହେବେ।…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri