୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ:ତୁରନ୍ତ କ୍ୱାର୍ଟର୍ସ ଛାଡ଼, ନଚେତ୍‌ ବିଦ୍ୟୁତ୍‌, ପାଣି ବନ୍ଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ସରକାରୀ କ୍ୱାର୍ଟର୍ସଗୁଡିକୁ ତୁରନ୍ତ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ପାଣି ଓ ବିଦ୍ୟୁତ୍‌ ଯୋଗାଉଥିବା ବିଭାଗଗୁଡିକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଯେଉଁ ପୂର୍ବତନ ବିଧାୟକମାନେ ଗତ ନିର୍ବାଚନରେ ପରାଜିତ ହୋଇ କ୍ୱାର୍ଟର୍ସ ଛାଡୁ ନାହାନ୍ତି ସେମାନେ ତୁରନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ ସେହି କ୍ୱାର୍ଟର୍ସକୁ ପାଣି ଓ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ଗଣମାଧ୍ୟମକୁ କହିଛନ୍ତି। ସେହି କ୍ୱାର୍ଟର୍ସଗୁଡିକୁ ନୂତନ ବିଧାୟକମାନଙ୍କୁ ଆଲଟ୍‌ କରାଯାଇଛି। କ୍ୱାର୍ଟର୍ସ ଛାଡି ନ ଥିବାରୁ ନୂତନ ବିଧାୟକଙ୍କୁ ଯୋଗାଇ ଦିଆଯାଇ ପାରୁ ନାହିଁ। କ୍ୱାର୍ଟର୍ସ ଛାଡିବାକୁ ଯେଉଁମାନଙ୍କୁ ନୋଟିସ କରାଯାଇଛି ସେମାନେ ହେଲେ ପୂର୍ବତନ ବିଧାୟକ ବସନ୍ତ କୁମାର ପଣ୍ଡା, ବେଦ ପ୍ରକାଶ ଅଗ୍ରଓ୍ବାଲ, ଭୁଜବଳ ମାଝି, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝି, ଗୋଲକ ବିହାରୀ ନାଏକ, ଯୁଗଳ କିଶୋର ପଟ୍ଟନାୟକ, କିଶୋର ଚନ୍ଦ୍ର ତରାଇ, ମହେଶ ସାହୁ, ନନ୍ଦିନୀ ଦେବୀ, ନୀତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାଏକ, ରମେଶ ଚନ୍ଦ୍ର ମାଝି, ସାନନ୍ଦ ମାରାଣ୍ଡି, ସଞ୍ଜୟ କୁମାର ଦାସବର୍ମା, ସଞ୍ଜୀବ କୁମାର ସାହୁ, ସରୋଜ କୁମାର ସାମଲ, ସୁବଳ ସାହୁ, ସରୋଜିନୀ ହେମ୍ବ୍ରମ ଏବଂ ଝିନ୍ନ ହିକ୍‌କା। ଏଠାରେ ସୂଚନା ଯୋଗ୍ୟ ଯେ ଭୁଜବଳ ମାଝି ଏବଂ ରବି ନାରାୟଣ ନାୟକ ଦୁଇଟି ଲେଖାଏ ସରକାରୀ କ୍ୱାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଛନ୍ତି। ଗତ ମାସ ମଧ୍ୟରେ ୨ଥର କ୍ୱାର୍ଟର୍ସ ଛାଡିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣ ଏମ୍‌ପି ହୋଇଥିଲେ ମଧ୍ୟ କ୍ୱାର୍ଟର୍ସକୁ ମାଡି ବସି ରଖିଛନ୍ତି। ତେବେ ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରପାଠୀଙ୍କ ପୁତ୍ର ବିଧାୟକ ଥିବାରୁ ବାପାଙ୍କ କ୍ୱାର୍ଟର୍ସକୁ ନିଜ ନାମରେ କରିବାକୁ ଉଦ୍ୟମ କରୁଛନ୍ତି। ସେହିପରି ସ୍ବର୍ଗତ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲ ବିଧାୟକ ଥିବାରୁ ନିଜ ନାମରେ ତାଙ୍କ ସ୍ବାମୀଙ୍କ କ୍ୱାର୍ଟର୍ସକୁ ରଖିବାକୁ ଚାହୁଛନ୍ତି। ସେହିପରି ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ନାମରେ ଥିବା କ୍ୱାର୍ଟର୍ସକୁ ତାଙ୍କ ସ୍ତ୍ରୀ ତଥା ପୂର୍ବତନ ବିଧାୟିକ ରୀତା ସାହୁଙ୍କ ଦଖଲରେ ରହିଛି। ବିଜେଡି ତାଙ୍କୁ ଆଗାମୀ ବିଜେପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବା ସମ୍ଭାବନା ଥିବାରୁ ସେ କ୍ୱାର୍ଟର୍ସ ଛାଡି ନ ପାରନ୍ତି ବୋଲି କୁହାଯାଇଛି।
ଥରେ ବିଧାନସଭାକୁ ନିର୍ବାଚିତ ହେଲେ ସରକାରଙ୍କ ତରଫରୁ ମିଳିଥିବା କ୍ୱାର୍ଟର୍ସକୁ ଆଉ ବିଧାୟକମାନେ ଛାଡିବାକୁ ନାରାଜ। ଭୁବନେଶ୍ୱରରେ ଏତେ ଶସ୍ତାରେ ଘର ମିଳିବା କଷ୍ଟ। ନିଜର ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀରେ ପୂର୍ବତନ ବିଧାୟକ, ମନ୍ତ୍ରୀଙ୍କ ନାମରେ ଥିବା କ୍ୱାର୍ଟର୍ସ ବର୍ଷ ବର୍ଷ ଧରି ନିଜ ଅକ୍ତିଆରରେ ରଖାଯାଇଛି। ନବ ନିର୍ବାଚିତ ବିଧାୟକମାନେ କ୍ୱାର୍ଟର୍ସ ନ ପାଇ ଏଣେ ତେଣେ ରହୁଛନ୍ତି। ଗତ ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏ ନେଇ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏପରି କି ତାଙ୍କୁ ରାଜ୍ୟ ସରକାରଙ୍କ ଅତିଥି ଭବନ ବାରଣ୍ଡାରେ ରାତି କାଟିବାକୁ ପଡୁଛି ବୋଲି କହିଥିଲେ। ଜୀବନ ପ୍ରତି ବିପଦ ଅଛି ତୁରନ୍ତ କ୍ୱାର୍ଟର୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri