୨୨ଦିନରେ ଅଟୱାଲ କର୍ମଚାରୀଙ୍କ ଧାରଣା : ଧାରଣାକାରୀଙ୍କୁ ଭେଟିଲା ବିଶ୍ୱ ମାନବିକ ଅଧିକାର ରକ୍ଷା ସଂଗଠନ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ବକେୟା ଦରମା, ବୋନସ୍‌ ଏବଂ ଅବସରକାଳୀନ ଭର୍ତ୍ତା ଦାବିରେ ଅଟୱାଲ କର୍ମଚାରୀଙ୍କ ଧାରଣା ଜାରି ରହିଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଧାରଣା ଗୁରୁବାର ୨୨ ଦିନରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦାବି ସମାଧାନ ଦିଗରେ ଖଣି କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ବିଫଳ ହୋଇଛି। ଅପରପକ୍ଷେ କର୍ମଚାରୀଙ୍କ ସମସ୍ୟାକୁ ନେଇ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଟାଟା, ଅଟୋୱାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରିରଖିଛନ୍ତି। ପୂର୍ବରୁ ଶ୍ରମିକ ସଂଗଠନର ଜିଲା କାର୍ଯ୍ୟକର୍ତ୍ତା ଧାରଣାକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ଅଟୱାଲ କମ୍ପାନୀକୁ ୧୫ ଦିନ ସମୟ ଦେଇଥିଲେ। ଇତି ମଧ୍ୟରେ ୧୫ ଦିନରୁ ଅଧିକ ସମୟ ହାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ନ ଥିବାରୁ କର୍ମଚାରୀଙ୍କ ଧାରଣା ଜାରି ରହିଛି । ଏଭଳିସ୍ଥିତିରେ ଗୁରୁବାର ବିଶ୍ୱମାନବିକ ଅଧିକାର ରକ୍ଷା ସଂଗଠନର ଜାତୀୟ ସଭାପତି ଅଭିନ୍ନ ହୋତାଙ୍କ ସହ ବିଭିନ୍ନ ଜିଲାର କର୍ମକର୍ତ୍ତା କର୍ମଚାରୀଙ୍କୁ ଭେଟି ଦିବି ସମ୍ପର୍କରେ ପଚାରି ବୁଝିଥିଲେ। ଅଟୋୱାଲ, ଟାଟା କମ୍ପାନୀ ଶ୍ରମିକଙ୍କ ମାନବିକ ଅଧିକାର କ୍ଷ୍ୟୁର୍ଣ୍ଣ କରିବା ସହ ହକ୍‌ ପାଇବାରୁ ବଞ୍ଚତ୍ତ କରୁଛି। ଏହାକୁ ନେଇ ଶୁକ୍ରବାର ରାଜ୍ୟ ମାନବିକ ଅଧିକାର ଓ ଶ୍ରମ ବିଭାଗ କମିଶନରଙ୍କୁ ଭେଟି ଲିଖିତ ତଥ୍ୟ ପ୍ରଦାନ କରିବେ ବୋଲି କାଳିଆପାଣି ଖଣି ନିଗମ ଅତିଥିଶାଳାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ହୋତା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ କଟକ ଜିଲା ସଭାପତି ସନ୍ତୋଷ କୁମାର ଭୋଳ, ବାଲେଶ୍ୱର ଜିଲା ସଭାପତି ସଂଘମିତ୍ରା ମହାନ୍ତି, ଦେବିଦତ୍ତ ସାମନ୍ତ ରାୟ, ବ୍ରହ୍ମପୁର ସଭାପତି ଅନୁପମା ପାଢୀ, ଜାତୀୟ ସଭ୍ୟ ଗୋପାଲ ଖଣ୍ଡେଲୱାଲ, ରାଜ୍ୟ ସଂଯୋଜକ ରାଜେଶ ମଲ୍ଲିକ, ଆଶୁତୋଷ ଲେଙ୍କା, ଜାତୀୟ ସଂଯୋଜକ ପ୍ରଦୀପ କୁମାର ହୋତା, ଯାଜପୁର ଜିଲା ସଭାପତି ତୁଷାରକାନ୍ତ ଷଣ୍ଢ , ହରେକୃର୍ଷ୍ଣ ଭଞ୍ଜ, ବିମଳ କୁମାର ରଣା, ମନୋଜ କୁମାର ବେହେରା, ମାଧବ ଦାସ ପ୍ରମୁଖ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

କର୍ମୀଙ୍କ ମନ ଜିଣୁଛି ପ୍ରାର୍ଥୀଙ୍କ ଭାଇରାଲ୍‌ ଭାଷଣ

ଖଇରା,୬ା୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଜୋରଦାର ପ୍ରଚାରରେ ଲାଗିପଡ଼ିଛନ୍ତି। ଏଥର ଏଠାରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବ...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ପାଣି ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ ଚେତାବନୀ

ଚିତ୍ରକୋଣ୍ଡା,୬।୫(କ୍ଷିରୋଦ ବେହେରା):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ହେଡ୍‌କ୍ୱାର୍ଟର୍‌ ତଥା କଲୋନୀ ପାଖରେ ପାଣି ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ଚାଲିଛି। ଚିତ୍ରକୋଣ୍ଡାରେ ଥିବା ବାଲିମେଳା...

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri