୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ ପଛରେ ରହିବ କେମିତି ବଲିଉଡ୍‌! ଚଳିତବର୍ଷ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇ କୋଟି କୋଟି ଟଙ୍କା ବ୍ୟବସାୟ କରିବା ପରେ ଏବେ ଆଗାମୀ ବର୍ଷର ଚିନ୍ତାରେ ନିର୍ମାତା। ୨୦୨୦ରେ ବଲିଉଡ୍‌ ସୁପର ଷ୍ଟାରମାନଙ୍କର ଅନେକ ଫିଲ୍ମ ଆସିବାକୁ ଯାଉଛି, ଯାହା ଦର୍ଶକଙ୍କ ମନକୁ ବାନ୍ଧି ସାରିଲାଣି। କେବଳ ରିଲିଜ୍‌କୁ ଅପେକ୍ଷା ରହିଛି।

ଯଦି ୨୦୨୦ର ଫିଲ୍ମ କ୍ୟାଲେଣ୍ଡର ଉପରେ ନଜର ପକାଯାଏ, ତେବେ ଜାନୁୟାରୀରେ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନ୍‌ଙ୍କ ଅଭିନୀତ ଫିଲ୍ମ ‘ତାନାଜୀ’। ଏହାର ଟ୍ରେଲର ନିକଟରେ ରିଲିଜ୍‌ କରାଯାଇଥିଲା। ବହୁ ଦିନ ବ୍ୟବଧାନ ପରେ ଅଜୟଙ୍କ ସହ କାଜୋଲଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ଦର୍ଶକ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ଜାନୁୟାରୀରେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ’। ୧୦ ଜାନୁୟାରୀରେ ଏହା ପରଦାକୁ ଆସିବ। ଫିଲ୍ମର କାହାଣୀ ଏସିଡ୍‌ ପୀଡ଼ିତାଙ୍କ ଜୀବନକୁ ନେଇ ଗତିଶୀଳ। ଏଥିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଦେଖିବାକୁ ମିଳିବ।

୨୧ ଜାନୁୟାରୀରେ ପରଦାକୁ ଆସିବ ବିକ୍କି କୌଶଲଙ୍କ ଫିଲ୍ମ ‘ଭୂତ ପାର୍ଟ-୧’। ଏହାକୁ ଟକ୍କର ଦେବ ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଥିବା ଆୟୁଷ୍ମାନ୍‌ ଏହି ଫିଲ୍ମରେ ଜଣେ ଗେ’ ଭୂମିକାରେ ନଜରକୁ ଆସିବେ।

ସେହିଭଳି ୨୪ ଜାନୁୟାରୀରେ ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର’ ପରଦାକୁ ଆସିବ। ଦମ୍‌ଦାର ନୃତ୍ୟ ସାଙ୍ଗକୁ ଆକ୍ସନର ତଡ୍‌କା ଏଥିରେ ଦର୍ଶକ ଦେଖିବାକୁ ପାଇବେ। ଏହି ଦିନ କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ପଙ୍ଗା’ ମଧ୍ୟ ରିଲିଜ୍‌ ହେବା ସ୍ଥିର ହୋଇଛି। ଏହା ବରୁଣଙ୍କ ଫିଲ୍ମକୁ ଟକ୍କର ଦେବ ବୋଲି ଅନୁମାନ କରାଯାଉଛି।

ଏହାବ୍ୟତୀତ ଟାଇଗର ଶ୍ରଫଙ୍କ ‘ବାଗି-୩’ ମଧ୍ୟ ରିଲିଜ ଅପେକ୍ଷାରେ। ତାପସି ପନ୍ନୁଙ୍କ ‘ଥପ୍ପଡ଼’ ଫେବୃୟାରୀରେ ରିଲିଜ ହେବ ବୋଲି କୁହାଯାଉଛି। ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା’, ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’, ରଣବୀର କପୁରଙ୍କ ‘୮୩’, ବରୁଣ-ସାରାଙ୍କ ‘କୁଲି ନଂ ୧’, ବିଦ୍ୟା ବଲାନଙ୍କ ‘ଶଙ୍କୁନ୍ତଳା ଦେବୀ’, ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’, ସଲ୍‌ମାନ ଖାନ୍‌ଙ୍କ ‘ରାଧେ’, ସଞ୍ଜୟ ଦତ୍ତ-ପୂଜା ଭଟ୍ଟଙ୍କ ଫିଲ୍ମ ‘ସଡକ-୨’, ଫର୍‌ହାନଙ୍କ ଫିଲ୍ମ ‘ତୁଫାନ’, ଅକ୍ଷୟ କୁମାରଙ୍କ ‘ପୃଥ୍ବୀରାଜ’, କଙ୍ଗନାଙ୍କ ଅନ୍ୟ ଏକ ଫିଲ୍ମ ‘ଥାକଡ଼’, ଅମିର ଖାନ୍‌ଙ୍କ ‘ଲାଲ ସିଂ ଚଢ଼ା ପ୍ରମୁଖ ପରଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri