Posted inଖେଳ

୨୦୧୯ ଆଇସିସି ବିଶ୍ୱକପର ଶ୍ରେଷ୍ଠ ୫ ରୋଚକ ତଥ୍ୟ

ଗୁରୁବାରଠାରୁ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଛି। ପଞ୍ଚମଥର ପାଇଁ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହୋଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ପାଖାପାଖି ଦୁଇ ଦଶନ୍ଧି ପରେ ଇଂଲଣ୍ଡରେ ଏହି ମେଗା ଇଭେଣ୍ଟ ଆୟୋଜନ ହୋଇଛି। ଫଳରେ ବିଶ୍ୱକପ୍‌ର କ୍ରେଜ୍‌ ଆଶାତୀତ ଭାବେ ବୃଦ୍ଧି ପାଇଛି। ଚଳିତ ବିଶ୍ୱକପ୍‌ର କେତେକ ରୋଚକ ତଥ୍ୟ ନିମ୍ନରେ ଦିଆଗଲା।
୧. ପ୍ରଥମଥର ପାଇଁ ଅଂଶଗ୍ରହଣ କରିଛି ୧୦ ଦଳ
ପୂର୍ବରୁ କ୍ରିକେଟ ବିଶ୍ୱକପ୍‌ରେ ଆମେ ୧୦ରୁ କମ୍‌ କିମ୍ବା ଊର୍ଦ୍ଧ୍ୱ ଦଳ ଅଂଶଗ୍ରହଣ କରିଥିବାର ଜାଣିଥିଲୁ। ଏଥର କିନ୍ତୁ ପ୍ରଥମଥର ପାଇଁ ବିଶ୍ୱକପ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ୧୯୭୫ରୁ ୧୯୮୭ ମଧ୍ୟରେ ଅନୁଷ୍ଠିତ ୪ଟି ସଂସ୍କରଣ ଯଥା ୧୯୭୫, ୧୯୭୯, ୧୯୮୩ ଓ ୧୯୮୭ ବିଶ୍ୱକପ୍‌ରେ ୮ଟି ଲେଖାଏ ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ୧୯୯୨ ବିଶ୍ୱକପ୍‌ରେ ୯ଟି ଦଳ ଭାଗନେଇଥିଲେ। ଏହାପରେ ୧୯୯୬ ଓ ୧୯୯୯ ବିଶ୍ୱକପ୍‌ରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ୨୦୦୩ ବିଶ୍ୱକପ୍‌ରେ ୧୪ଟି ଦଳକୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିଲା। ଅନ୍ୟପଟେ ୨୦୦୭ ବିଶ୍ୱକପ୍‌ରେ ଦଳ ସଂଖ୍ୟାରେ ବୃଦ୍ଧି ଘଟିଥିଲା ଓ ଏହା ୧୬ରେ ପହଞ୍ଚିଥିଲା। ଏହାପରେ ୨୦୧୧ ଓ ୨୦୧୫ରେ ୧୪ଟି ଦଳକୁ ନେଇ ବିଶ୍ୱକପ୍‌ ଆୟୋଜିତ ହୋଇଥିଲା। ଏବେ ଚଳିତ ୨୦୧୯ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି।
୨. ପ୍ରଥମଥର ପାଇଁ କୌଣସି ଆସୋସିଏଟ ସଦସ୍ୟ ବିଶ୍ୱକପ୍‌ ଖେଳୁନାହାନ୍ତି।
ପ୍ରଥମଥର ପାଇଁ ଚଳିତ ବିଶ୍ୱକପ୍‌ ଇତିହାସରେ କୌଣସି ଆସୋସିଏଟ ସଦସ୍ୟ କିମ୍ବା ଆଇସିସିର ପୂର୍ଣ୍ଣ ସଦସ୍ୟତା ପାଇ ନ ଥିବା ଦେଶ ଅଂଶଗ୍ରହଣ କରିନାହାନ୍ତି। ୧୯୭୫ରେ ଖେଳାଯାଇଥିବା ପ୍ରଥମ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଓ ପୂର୍ବ ଆଫ୍ରିକା ନନ୍‌ ଫୁଲ ମେମ୍ବର ଭାବେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଥିଲେ। ସେହିପରି ୧୯୭୯ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଓ କାନାଡ଼ା ଆସୋସିଏଟ ମେମ୍ବର ଭାବେ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ୧୯୯୬ ବିଶ୍ୱକପରେ କେନିଆ, ନେଦରଲାଣ୍ଡ୍ସ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆସୋସିଏଟ ମେମ୍ବର ଭାବେ ଅଂଶଗ୍ରହଣ କରିଥିଲେ। ୧୯୯୯ ବିଶ୍ୱକପ୍‌ରେ ଆସୋସିଏଟ ମେମ୍ବର ଭାବେ ବାଂଲାଦେଶ, କେନିଆ ଓ ସ୍କଟ୍‌ଲାଣ୍ଡ ଭାଗ ନେଇଥିଲେ। ୨୦୦୩ ବିଶ୍ୱକପ୍‌ରେ ୪ଟି ଆସୋସିଏଟ ମେମ୍ବର ଯଥା କେନିଆ, କାନାଡ଼ା, ନାମ୍ବିଆ ଓ ନେଦରଲାଣ୍ଡ୍ସ ଭାନ ନେଇଥିଲେ। ଏହାପରେ ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ୪ଟି ଆସୋସିଏଟ୍‌ ମେମ୍ବର ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ୨୦୧୧ ସଂସ୍କରଣରେ କାନାଡ଼ା, ଆୟର୍ଲାଣ୍ଡ, କେନିଆ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିଥିଲେ। ସେହିପରି ୨୦୧୫ ବିଶ୍ୱକପ୍‌ରେ ଆୟର୍ଲାଣ୍ଡ, ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ୟୁଏଇ ଆସୋସିଏଟ ସଦସ୍ୟ ଭାବେ ଭାଗନେଇଥିଲେ।
୩. ପ୍ରଥମଥର ଅତିକମ୍‌ରେ ଗୋଟିଏ ଫୁଲ୍‌ ମେମ୍ବର ଦେଶ ବିଶ୍ୱକପ୍‌ ଯୋଗ୍ୟତା ହାସଲ୍‌ରେ ବିଫଳ ହୋଇଛି
ଏଥର ବିଶ୍ୱକପ୍‌ରେ ଦୁଇଟି ଫୁଲ୍‌ ମେମ୍ବର ଦେଶ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ତେଣୁ ପ୍ରଥମଥର ପାଇଁ ଅତିକମ୍‌ରେ ଗୋଟିଏ ଫୁଲ୍‌ ମେମ୍ବର ଦେଶ ବିଶ୍ୱକପ୍‌ ଖେଳିବାରେ ବିଫଳ ହୋଇଛି।
୪. ପ୍ରଥମଥର ପାଇଁ ଇଂଲଣ୍ଡ ବିଶ୍ୱକପ୍‌ରେ ଡେ/ ନାଇଟ୍‌ ମ୍ୟାଚ୍‌ ଆୟୋଜନ କରିବ
ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ରେ ଡେ/ନାଇଟ ମ୍ୟାଚ୍‌ ଆୟୋଜନ କରିବ। ୧୯୭୯ରେ ପ୍ରଥମଥର ପାଇଁ ଡେ/ନାଇଟ ଦିନିକିଆ ମ୍ୟାଚ୍‌ ଆୟୋଜନ ହୋଇଥିଲା। ତେବେ ୧୯୯୨ ବିଶ୍ୱକପ୍‌ରେ କୌଣସି ମ୍ୟାଚ୍‌ ଦିବାରାତ୍ରଭିତ୍ତିକ ହୋଇଥିଲା। ୧୯୯୨ ଫେବୃୟାରୀ ୨୨ରେ ପର୍ଥରେ ଭାରତ ଓ ଇଂଲଣ୍ଡ ଏହି ଡେ/ନାଇଟ୍‌ ମ୍ୟାଚ୍‌ରେ ପରସ୍ପରକୁ ଭେଟିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ୧୯୭୫, ୧୯୭୯, ୧୯୮୩ ଓ ୧୯୯୯ରେ ବିଶ୍ୱକପ୍‌ ଆୟୋଜନ କରିଥିଲା। ତେବେ ଇଂଲଣ୍ଡ ବିଶ୍ୱକପ୍‌ରେ କୌଣସି ଡେ/ନାଇଟ ମ୍ୟାଚ୍‌ ଆୟୋଜନ କରି ନ ଥିଲା। ଚଳିତ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଏପର୍ଯ୍ୟନ୍ତ ୯୪ଟି ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ କରିଛି ଓ ଏହି ସବୁ ମ୍ୟାଚ୍‌ ଦିନରେ ହିଁ ଆୟୋଜିତ ହୋଇଥିଲା। ତେବେ ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ମୋଟ ଉପରେ ୭ଟି ଡେ/ନାଇଟ୍‌ ମ୍ୟାଚ୍‌ ଆୟୋଜନ କରିବ।
୫. ଏକବିଂଶ ଶତାବ୍ଦୀରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ଚେଜିଂ ଚାମ୍ପିୟନ ଭାବେ ଉଭା ହୋଇଛି
ଚଳିତ ଏକବିଂଶ ଶତାବ୍ଦୀରେ ଅଷ୍ଟ୍ରେଲିଆ ଚେଜିଂ ଚାମ୍ପିୟନ ଭାବେ ଉଭା ହୋଇଛି। ଅର୍ଥାତ ଚେଜ୍‌ କରି ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ବିଫଳ ହୋଇନାହିଁ। ଅର୍ଥାତ ୧୯୯୯ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ପଛରେ ବ୍ୟାଟିଂ ରନ୍‌ ଚେଜ୍‌ କରି ବିଜୟୀ ହୋଇଛି ଓ କେବେ ପରାସ୍ତ ହୋଇନାହିଁ। ଶେଷଥର ପାଇଁ ଚେଜ୍‌ କରି ଅଷ୍ଟ୍ରେଲିଆ ୧୯୯୯ ବିଶ୍ୱକପ୍‌ରେ ବିଫଳ ହେବା ସହ ପରାସ୍ତ ହୋଇଥିଲା। ମେ ୨୩ରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ହାରିଥିଲା। ଏହି ମ୍ୟାଚ୍‌ରେ ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୭୫ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଇଞ୍ଜାମାମ ସର୍ବାଧିକ ୮୧, ଅବଦୁଲ ରଜାକ ୬୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆର ଡାମିଏନ ଫ୍ଲେମିଂ ୨ଟି ଉଇକେଟ ନେଇଥିଲେ। ଜବାବରେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ଚେଜ୍‌ କରିବାରେ ବିଫଳ ହୋଇଥିଲା। ଅଷ୍ଟ୍ରେଲିଆ ୪୯.୫ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା। ମାଇକେଲ ବେଭାନ ସର୍ବାଧିକ ୬୧, ଅଧିନାୟକ ଷ୍ଟିଭ ଓ୍ବ ୪୯, ରିକି ପଣ୍ଟିଂ ୪୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାକିସ୍ତାନର ଓ୍ବାସିମ ଆକ୍ରମ ସର୍ବାଧିକ ୪, ସାକଲିନ୍‌ ମୁସ୍ତାକ ୩ ଉଇକେଟ ନେଇଥିଲେ। ଇଞ୍ଜାମାମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?