୨ ଗାଡ଼ିରୁ ଜବତ ହେଲା ୧୮୭ କେଜି ଗଞ୍ଜେଇ: ବିହାରର ୨, ଉତ୍ତରପ୍ରଦେଶର ଗିରଫ

ମାଲକାନଗିରି/ଗୋବିନ୍ଦପାଲି, ୩।୬(ଡି.ଏନ୍‌.ଏ./ସ୍ବ.ପ୍ର.)
ମାଲକାନଗିରି ଜିଲା ମାଥିଲି ଥାନା ପୋଲିସ ରବିବାର ରାତିରେ ଗୋବିନ୍ଦପାଲି ଛକରେ ଯାଞ୍ଚ କରିବାବେଳେ ଦୁଇଟି ଗାଡିରୁ ୧୮୭କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ ପରେ କାର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତିରେ ମାଥିଲି ଆଇଆଇସି ଜନ କୁଜୁର ଏବଂ ଅନ୍ୟ କର୍ମଚାରୀ ଗୋବିନ୍ଦପାଲ୍ଲୀ ଛକରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଗୋଟିଏ ମାରୁତି ଓମନିରୁ ୮୧ କେଜି ଗଞ୍ଜେଇ ମିଳିଥିଲା। ଗାଡିରେ ଥିବା ବିହାର ଭେଲଡି ଗ୍ରାମର ମୋହନ ନାଥ(୪୯) ଓ ଶ୍ୟାମସୁନ୍ଦର ପାଠକ(୭୩)ଙ୍କୁ ପୋଲିସ ଗିରଫ କରିଛି। ମାଥିଲି ଥାନା କେସ୍‌ ନଂ ୯୬/୧୯ ଅନୁଯାୟୀ ସୋମବାର ଏହି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାପରେ ମଧ୍ୟ ପୋଲିସର ତଲାସି ଜାରି ରହିଥିବାବେଳେ କିଛି ସମୟ ପରେ ଅନ୍ୟ ଏକ ମାରୁତି ଡିଜାୟରରେ ୧୦୨ କେଜି ଗଞ୍ଜେଇ ମିଳିଥିଲା। ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବାଲିଆ ଜିଲା ତାଲାବାଜରାୟ ଗ୍ରାମର ନିରଜ କୁମାର ସାହା (୧୯) ଓ ଭିଟାଲପୁର ଗ୍ରାମର ଧନଞ୍ଜୟ ସୋନୀ(୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri