Posted inଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ:ପେସ୍‌ରଙ୍କୁ କହୁଣି ମାରି ବ୍ୟାଟ୍ସମ୍ୟାନ ଦଣ୍ଡିତ

ଦୁବାଇ, ୩୦ା୧ (ପି.ଟି.)-ଭାରତୀୟ ପେସ୍‌ ବୋଲର ଆକାଶ ସିଂଙ୍କୁ ଜାଣିଶୁଣି କହୁଣୀରେ ସ୍ପର୍ଶ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ସାମ୍‌ ଫ୍ୟାନିଂ ଦଣ୍ଡିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚ ବେଳେ ଏହି ଘଟଣା ଘଟିଛି। ଫ୍ୟାନିଂ, ଖେଳାଳି ଏବଂ ଖେଳାଳିଙ୍କ ସହାୟକ କର୍ମଚାରୀଙ୍କ ଲାଗି ଉଦ୍ଦିିଷ୍ଟ ଆଇସିସି ଆଚରଣବିଧି ଲେଭଲ-୧ର ଉଲ୍ଲଂଘନ କରିଛନ୍ତି। ଏଥିଲାଗି ତାଙ୍କର ଦୁଇ ଡେମିରିଟ ପଏଣ୍ଟ ମିିଳିଛି। ଫ୍ୟାନିଂ ନିଜ ଦୋଷ ସ୍ବୀକାର କରିବା ସହ ୧୯ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ରେଫରି ଗ୍ରେମ୍‌ ଲାବରଏଙ୍କ ଦ୍ୱାରା ହୋଇଥିବା ଦଣ୍ଡ ବିଧାନଙ୍କୁ ଗ୍ରହଣ କରିଛନ୍ତି। ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କ ବିରୋଧରେ ଫିଲ୍ଡ ଅମ୍ପାୟର ଆଡ୍ରିଆନ୍‌ ହୋଲ୍‌ଷ୍ଟକ୍‌ ଓ ଶାର୍ଫୁଦୋଲା ଇବନେ ଶାହିଦ୍‌, ତୃତୀୟ ଅମ୍ପାୟର ଓ୍ବେନ୍‌ ନାଇଟ୍ସ ଏବଂ ଚତୁର୍ଥ ଅମ୍ପାୟର ଆସିଫ ୟାକୁବ୍‌ ପ୍ରମୁଖ ଅଭିଯୋଗ ଆଣିଥିଲେ। ଅଷ୍ଟ୍ରେଲିଆର ରନ ଚେଜ୍‌ବେଳେ ୩୧ତମ ଓଭରର ପ୍ରଥ ବଲ୍‌ରେ ଏହି ଘଟଣା ଘଟିଥିଲା। ସେତେବେଳେ ଫ୍ୟାନିଂ ୪୮ରନ କରି ବ୍ୟାଟିଂ କରୁଥିଲେ ଏବଂ ବୋଲର୍ସ ଏଣ୍ଡ୍‌ କ୍ରିଜ୍‌ରେ ଥିଲେ। ଆକାଶ ତାଙ୍କ ବୋଲିଂ ବେଳେ ରନ୍‌ ଶେଷ କଲାବେଳେ ଫ୍ୟାନିଂ ତାଙ୍କୁ ଜାଣି ଶୁଣି କହୁଣୀ ମାରିଥିଲେ। ଏଥିରେ ବୋଲର ଜଣକ ଖରାପ ଅନୁଭବ କରିଥିବା ରିପ୍ଲେରେ ବାରିହୋଇଯାଉଥିଲା। ଅଷ୍ଟ୍ରେଲିଆର ୨୩୪ ରନ ଚେଜ୍‌ କରୁଥିବାବେଳେ ବିଜୟଠାରୁ ୭୪ରନ ପଛରେ ରହିଯାଇଥିଲା। ଟପ୍‌ ସ୍କୋରର ଫ୍ୟାନିଂ ୭୫ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ ପର୍ଯ୍ୟଟକ ଛାନିଆ

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?