Posted inଖେଳ

୧୬ ଜଣଙ୍କୁ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର, ୨୯।୮(ସ୍ପୋଟର୍‌ସ ବ୍ୟୁରୋ)- ଜଣାଶୁଣା ପତ୍ରିକା ‘ଦୂରଦର୍ଶୀ’ ତରଫରୁ ଏଥର ମଧ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬ଜଣଙ୍କୁ ସମ୍ମାନିତ କରାଯାଇଛି। ସ୍ଥାନୀୟ ଇଡକଲ ଅଡିଟୋରିୟମଠାରେ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ୨୦୧୯ ପାଇଁ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ‘ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଗତ ୭ ବର୍ଷ ହେବ ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଥିବା କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶିକ୍ଷକ ଓ କ୍ରୀଡ଼ା ସଂଗଠକମାନଙ୍କୁ ପ୍ରାତ୍ସାହିତ କରିବା ଲାଗି ସମ୍ମାନିତ କରିବା ସହ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ‘ଦୂରଦର୍ଶୀ’ର ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ରୂପେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ରୂପେ ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ ନାୟକ, ଭାରତୀୟ ସଫ୍ଟ ଟେନିସ ମହାସଂଘ ସମ୍ପାଦକ ବିକାଶ ପଟ୍ଟନାୟକ, ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟିକା ତଥା ବର୍ତ୍ତମାନର କୋଚ୍‌ ଓ ଚୟନକର୍ତ୍ତା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ବ୍ୟୁରୋ ଚିଫ୍‌ ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ସୁନାମ ଅର୍ଜନ କରିଥିବା ବିଭିନ୍ନ କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶିକ୍ଷକ, କ୍ରୀଡ଼ା ସଂଗଠକ, କ୍ରୀଡ଼ା ସାମ୍ବାଦିକ ତଥା ସମୀକକ୍ଷ ଓ କ୍ରୀଡ଼ା ପୃଷ୍ଠପୋଷକଙ୍କୁ ଏହି ଅବସରରେ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସମେତ ପାରା ଆଥଲେଟନ ଜୟନ୍ତୀ ବେହେରା, ଓଡ଼ିଶା ଭଲିବଲ ସଂଘ ସମ୍ପାଦକ ଗଗନେନ୍ଦୁ ଦାସ, ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ସୁନୀଲ ଦାଶ, ମହିଳା କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ, ଯାଜପୁର ଜିଲା କ୍ରୀଡ଼ାସଂଘ ସମ୍ପାଦକ ସମ୍ବିତ ମହାନ୍ତି, କ୍ରୀଡ଼ା ସଂଗଠକ ସଞ୍ଜୟ କୁମାର ନାୟକ, ଚେସ୍‌ ଖେଳାଳି ଶ୍ରେୟାସ ଶୁଭମ ପଟ୍ଟନାୟକ, ଓଡ଼ିଶା ବଲ ବ୍ୟାଡମିଣ୍ଟନ ସଂଘ ସଭାପତି ଷ୍ଟାଲିନ ପରିଜା, କରାଟେ ଖେଳାଳି ରିତେଶ ମହାନ୍ତି, ଟେବୁଲ ଟେନିସ ଖେଳାଳି ଶ୍ୱେତପଦ୍ମା ଦଳାଇ, ହ୍ୟାଣ୍ଡବଲ୍‌ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ୍‌, ପାଓ୍ବାର ଲିଫ୍ଟର ରାକେଶ ଭୁକ୍ତା, କ୍ରୀଡ଼ା ପ୍ରଶିକ୍ଷକ ଶୁଭେନ୍ଦୁ ସାମନ୍ତରାୟ ଓ ଧାବକ ବୁଦ୍ଧାଦିତ୍ୟ ସ୍ବାଇଁ ପ୍ରମୁଖଙ୍କୁ ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା। ଅର୍ପିତା ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri