୧୫ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୬ ଗିରଫ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ କନକଦୁର୍ଗା ମନ୍ଦିର ନିକଟସ୍ଥ ପରମେଶ୍ୱର ପ୍ରଧାନଙ୍କ ଭଉଣୀ ଘରୁ ଗତ ୨୭ତାରିଖ ରାତିରେ ସୁନାଗହଣା, ନଗଦ ଟଙ୍କା ସହ ଗୋଟିଏ ବାଇକ୍‌ ଚୋରି ହୋଇଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏନେଇ ପରମେଶ୍ୱର ଗତ ୨୮ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନ ଥାନାରେ ମାମଲା (ନଂ. ୧୯୮/୧୯-୨୦) ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ପୂର୍ବାହ୍ନରେ ପୋଲିସ ଚୋରି ସୁନା ଗହଣା ଓ ମୋଟରସାଇକେଲକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଶନିବାର ମଧ୍ୟାହ୍ନରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏସ୍‌ପି ଉମେଶ ପଣ୍ଡା, ଥାନାଧିକାରିଣୀ ସରୋଜିନୀ ନାୟକ ସୂଚନା ଦେଇଛନ୍ତି।
ପରମେଶ୍ୱରଙ୍କ ଭଉଣୀଙ୍କ ପରିବାର ଲୋକେ ଗତ ୨୭ ତାରିଖରେ ବାହାରକୁ ଯାଇଥିବାବେଳେ ଘର ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ରାତିରେ ୪ଜଣ ଦୁର୍ବୃତ୍ତ ତାଲା ଓ ଝରକା ଭାଙ୍ଗି ଘର ଭିତରେ ପଶିଥିଲେ। ଲୁହା ଆଲମିରା ଭାଙ୍ଗି ସୁନାର ୬ଟି ହାର, ୫ଟି କାନ ଫୁଲ, ୮ଟି ମୁଦି, ୯ଟି ଲକେଟ୍‌, ଗୋଟିଏ ନାକଫୁଲ, ୨ଟି ଚୁଡ଼ି, ଗୋଟିଏ ବ୍ରେସଲେଟ୍‌ ସହ କିଛି କଟା ହୋଇରହିଥିବା ସୁନା, ରୂପାର ୬ଟି ପାଉଁଜି, ୫ଟି ଗୋଡ ମୁଦି, ୪ଟି ଲକେଟ୍‌୍‌, ୪ଟି ତାବିଜ, ୮ଟି ହାତ ଘଣ୍ଟା, ୭ଟି ମୋବାଇଲ ଫୋନ୍‌, ନଗଦ ୩୭ହଜାର ୧ଶହ ଟଙ୍କା ସହିତ ଗୋଟିଏ ମୋଟରସାଇକେଲ ଚୋରି କରିନେଇଥିଲେ। ପୋଲିସ ତଦନ୍ତ କରି ଟାଉନ ଥାନା ଅଧୀନ ଆକତପୁରର ରବି ନାରାୟଣ ବେହେରା (୨୪), ମହାଳିକସାହିର ଅଶୋକ କୁମାର ମହାଳିକ (୨୨), ମାନସିଂବଜାରର ରଞ୍ଜନ ବେହେରା (୨୨), ସଦର ଥାନା ଛେଳିଆପଦା ଗ୍ରାମର ଦୀପକ ବେହେରା (୨୩)ଙ୍କୁ ଗିରଫ କରିଥିଲା। ରେମୁଣା ଥାନା ଅଧୀନ ଦୁର୍ଗାଦେବୀପୁର ଅଞ୍ଚଳର ରାଉତରାୟପୁର ଗ୍ରାମର ଅନନ୍ତ ସାହୁ (୫୦) ଏବଂ ରୂପ୍‌ସା ଥାନା ଅଧିନସ୍ତ ଆଙ୍କୋ ଅଞ୍ଚଳର ସୁବ୍ରତ ଗିରି (୨୦) ଉକ୍ତ ଚୋରି ସାମଗ୍ରୀକୁ ବେଆଇନ ଭାବେ କିଣିଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri