Posted inଗଜପତି

୧୨ ଗାଁକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

କାଶୀନଗର,୨୫ା୫(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ୍‌ ଶିଆଳି ପଞ୍ଚାୟତ ଅଧୀନ ମାଣ୍ଟିଗୁଡ଼ା ଗ୍ରାମର ଜଣେ ପଜିଟିଭ୍‌ ଚିହ୍ନଟ ହେବାପରେ ପଞ୍ଚାୟତର ୧୨ ଗାଁକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ସରପଞ୍ଚ ଲଳିତା ପାଣି ଜିଲାପାଳ କ୍ଷମତା ପ୍ରୟୋଗକରି ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। ମାଣ୍ଟିଗୁଡ଼ା ଗ୍ରାମଠାରୁ ୩ କିମି ପରିଧିରେ ଥିବା ୧୨ଗ୍ରାମ ମାଣ୍ଟିଗୁଡ଼ା, ଜାଇଗୁଡ଼ା, ରାଗିଡ଼ିସିଂ, ନେରେଡିଗୁଡ଼ା, ରାମଚନ୍ଦ୍ରପୁର, ପି. ହରିପୁର, କାଳିଆସାହୁଗୁଡ଼ା, କୋଲା, ହନୁମନ୍ତଗୁଡ଼ା, ପେଦାମାଡ଼ି, ଚିନାଗୁଡ଼ା ଓ ଚନ୍ଦ୍ରାୟପେଟାକୁ ସୋମବାର ଅପରାହ୍ନ ୩ଟାରୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ କରାଯାଇଥିବା ସୂଚନା ମିଳିଛି। ଏହି ସମୟରେ ଗ୍ରାମରୁ କେହି ବାହାରକୁ ଯିବା ଏବଂ ବାହାରୁ ଗ୍ରାମକୁ ଆସିବା ଉପରେ କଟକଣା ଜାରି କରାଯାଇଛି। ଶଟ୍‌ଡାଉନ୍‌ ନେଇ ସରପଞ୍ଚ ପାଣି କାଶୀନଗର ବିଡିଓ ଏବଂ ଥାନା ଆଇଆଇସିଙ୍କୁ ଲିଖିତଭାବେ ଅବଗତ କରାଇଛନ୍ତି। ଶଟ୍‌ଡାଉନ୍‌ ସମୟରେ ଅଞ୍ଚଳରେ ସୁରକ୍ଷା ଯୋଗାଇଦେବା ନିମନ୍ତେ ସେ ପୋଲିସକୁ ମଧ୍ୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri