Posted inଜାତୀୟ

୧୧ରେ ଦିଲ୍ଲୀ ଦଙ୍ଗା ଆଲୋଚନା

ନୂଆଦିଲ୍ଲୀ,୭ା୩: ହୋଲି ପରେ ମାର୍ଚ୍ଚ ୧୧ରେ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ପାର୍ଲାମେଣ୍ଟ ଆଲୋଚନାରେ ସ୍ଥାନ ପାଇବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ସପ୍ତାହର ଦଙ୍ଗା ଉପରେ ଗୃହରେ ଉତ୍ତର ରଖିବେ। ସୋମବାର ଅଧିବେଶନ ଆରମ୍ଭ ହେବା ଦିନଠାରୁ ଦଙ୍ଗା ଉପରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଆସୁଛନ୍ତି। ଆଲୋଚନା ପାଇଁ ଏବେ ସମୟ ଠିକ୍‌ ନୁହେଁ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଥିବାବେଳେ ହୋଲି ପରେ ସ୍ବଳ୍ପ ସମୟ ଆଲୋଚନାକୁ ଅନୁମତି ଦେଇଛନ୍ତି। ତେବେ ଏହି ପ୍ରସଙ୍ଗ ଉପରେ ଭୋଟ ନିଆଯିବନି। ଗୃହରେ ବିଶୃଙ୍ଖଳା ସୃଷ୍ଟି ନ କରି ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗନେବେ ବୋଲି ଆଶା କରାଯାଉଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। ୧୧ ପର୍ଯ୍ୟନ୍ତ ପାର୍ଲାମେଣ୍ଟକୁ ମୁଲତବୀ ରଖାଯାଇଛି।
ଦିଲ୍ଲୀ ଆଲୋଚନା ଦଙ୍ଗା ଦାବିରେ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ୭ ଜଣ କଂଗ୍ରେସ ଏମ୍‌ପିଙ୍କୁ ଗୁରୁବାର ବାଚସ୍ପତି ନିଲମ୍ବନ କରିଥିଲେ। ସେମାନେ ଅଧିବେଶନ ଶେଷ ପର୍ଯ୍ୟନ୍ତ ଗୃହକୁ ଆସିପାରିବେ ନାହିଁ। ଦଙ୍ଗାରେ ୫୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା। ବହୁସଂଖ୍ୟାରେ ଲୋକ ବାସହରା ହୋଇଛନ୍ତି। ତେବେ ହୋଲି ପୂର୍ବରୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର କାହିଁକି ରାଜି ହେଉନାହାନ୍ତି ବୋଲି ନିଲମ୍ବିତ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ଯେଉଁମାନେ ଦଙ୍ଗାରେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହରାଇଛନ୍ତି, ସେମାନେ କ’ଣ ହୋଲି ଖେଳିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ

ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…

ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍‌ ୭ଟି…

ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri