Posted inଜାତୀୟ

୧୧ରେ ଦିଲ୍ଲୀ ଦଙ୍ଗା ଆଲୋଚନା

ନୂଆଦିଲ୍ଲୀ,୭ା୩: ହୋଲି ପରେ ମାର୍ଚ୍ଚ ୧୧ରେ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ପାର୍ଲାମେଣ୍ଟ ଆଲୋଚନାରେ ସ୍ଥାନ ପାଇବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ସପ୍ତାହର ଦଙ୍ଗା ଉପରେ ଗୃହରେ ଉତ୍ତର ରଖିବେ। ସୋମବାର ଅଧିବେଶନ ଆରମ୍ଭ ହେବା ଦିନଠାରୁ ଦଙ୍ଗା ଉପରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଆସୁଛନ୍ତି। ଆଲୋଚନା ପାଇଁ ଏବେ ସମୟ ଠିକ୍‌ ନୁହେଁ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କହିଥିବାବେଳେ ହୋଲି ପରେ ସ୍ବଳ୍ପ ସମୟ ଆଲୋଚନାକୁ ଅନୁମତି ଦେଇଛନ୍ତି। ତେବେ ଏହି ପ୍ରସଙ୍ଗ ଉପରେ ଭୋଟ ନିଆଯିବନି। ଗୃହରେ ବିଶୃଙ୍ଖଳା ସୃଷ୍ଟି ନ କରି ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗନେବେ ବୋଲି ଆଶା କରାଯାଉଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। ୧୧ ପର୍ଯ୍ୟନ୍ତ ପାର୍ଲାମେଣ୍ଟକୁ ମୁଲତବୀ ରଖାଯାଇଛି।
ଦିଲ୍ଲୀ ଆଲୋଚନା ଦଙ୍ଗା ଦାବିରେ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ୭ ଜଣ କଂଗ୍ରେସ ଏମ୍‌ପିଙ୍କୁ ଗୁରୁବାର ବାଚସ୍ପତି ନିଲମ୍ବନ କରିଥିଲେ। ସେମାନେ ଅଧିବେଶନ ଶେଷ ପର୍ଯ୍ୟନ୍ତ ଗୃହକୁ ଆସିପାରିବେ ନାହିଁ। ଦଙ୍ଗାରେ ୫୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା। ବହୁସଂଖ୍ୟାରେ ଲୋକ ବାସହରା ହୋଇଛନ୍ତି। ତେବେ ହୋଲି ପୂର୍ବରୁ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର କାହିଁକି ରାଜି ହେଉନାହାନ୍ତି ବୋଲି ନିଲମ୍ବିତ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି। ଏହାଦ୍ୱାରା ଯେଉଁମାନେ ଦଙ୍ଗାରେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହରାଇଛନ୍ତି, ସେମାନେ କ’ଣ ହୋଲି ଖେଳିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri