Posted inଖେଳ

୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିଶ୍ୱକପ୍‌ ଟିକେଟ କିଣିଛନ୍ତି: ଆଇସିସି

ଲଣ୍ଡନ, ୨୮।୫(ପି.ଟି.)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବିଶ୍ୱକପ୍‌ ପାଇଁ ରେକର୍ଡ ସଂଖ୍ୟାରେ ଟିକେଟ୍‌ ବିକ୍ରି ହୋଇଛି। ଖାସ୍‌ କରି ମହିଳାମାନେ ଟିକେଟ କ୍ରୟ କରିବାରେ ବେଶ୍‌ ଆଗ୍ରହ ପ୍ରକଟ କରିଛନ୍ତି। ଏକ ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟାର ମହିଳା ବିଶ୍ୱକପ୍‌ ଟିକେଟ କ୍ରୟ କରିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ପ୍ରଥମଥର ପାଇଁ ଏହି ମେଗାଇଭେଣ୍ଟ ଅବସରରେ ପାଖାପାଖି ଦୁଇ ଲକ୍ଷ ଲୋକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଏଠାକୁ ଆସିବେ ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ୍‌ ଏଲ୍‌ଓ୍ବର୍ଦି କହିଛନ୍ତି। ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରିକେଟ ଟୁର୍ନାମେଣ୍ଟକୁ ଆମେ ସୁଚାରୁରୂପ ପରିଚାଳନା କରିବାକୁ ପ୍ରୟାସ କରୁଛୁ। ଏକ ଲକ୍ଷ ଦଶ ହଜାର ମହିଳା ଟିକେଟ କିଣି ସାରିଲେଣି। ସେହପରି ୧ ଲକ୍ଷ ୧୬ ବର୍ଷରୁକମ୍‌ ଦର୍ଶକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଏଠାକୁ ଆସିବେ ବୋଲି ଏଲଓ୍ବର୍ଦି କହିଛନ୍ତି। ଏହି ର୍ଟୁନାମେଣ୍ଟ ଯୁବବର୍ଗକୁ କ୍ରିକେଟ ଖେଳିବାକୁ ପ୍ରେରିତ କରିବ। ପ୍ରଥମଥର ପାଇଁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କ୍ରିକେଟ ଉପଭୋଗ କରିବାକୁ ଏଠାକୁ ଆସୁଛନ୍ତି। ଦୀର୍ଘ ୨୦ ବର୍ଷପରେ ବ୍ରିଟେନରେ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି। ଟିକେଟ ପାଇଁ ପାଖାପାଖି ୪ ଲକ୍ଷ ଆବେଦନ ଆମେ ପାଇଛୁ ବୋଲି ସେ କହିଛନ୍ତି। ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଇଭେଣ୍ଟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲାରେ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ମୋଟ ଉପରେ ୪୮ଟି ମ୍ୟାଚ୍‌ ଖେଳାଯିବ। ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ୧୦ଟି ଦଳ ପ୍ରଥମେ ପରସ୍ପରକୁ ଭେଟିବେ। ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌ର ଐତିହାସିକ ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କେଉଁଠି ଅଛନ୍ତି କେଉଁ ଦଳ

ଲକ୍ଷ୍ନୌ,୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ୫୪ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୯୮ ରନ୍‌ରେ ପରାସ୍ତ କରିଛି। ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ଟି-୨୦ ବିଶ୍ୱକପ ୨୦୨୪ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ଆରମ୍ଭରୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।...

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri