Posted inଖେଳ

୧ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ବିଶ୍ୱକପ୍‌ ଟିକେଟ କିଣିଛନ୍ତି: ଆଇସିସି

ଲଣ୍ଡନ, ୨୮।୫(ପି.ଟି.)- ଆଗାମୀ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବିଶ୍ୱକପ୍‌ ପାଇଁ ରେକର୍ଡ ସଂଖ୍ୟାରେ ଟିକେଟ୍‌ ବିକ୍ରି ହୋଇଛି। ଖାସ୍‌ କରି ମହିଳାମାନେ ଟିକେଟ କ୍ରୟ କରିବାରେ ବେଶ୍‌ ଆଗ୍ରହ ପ୍ରକଟ କରିଛନ୍ତି। ଏକ ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟାର ମହିଳା ବିଶ୍ୱକପ୍‌ ଟିକେଟ କ୍ରୟ କରିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ପ୍ରଥମଥର ପାଇଁ ଏହି ମେଗାଇଭେଣ୍ଟ ଅବସରରେ ପାଖାପାଖି ଦୁଇ ଲକ୍ଷ ଲୋକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଏଠାକୁ ଆସିବେ ବୋଲି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ୍‌ ଏଲ୍‌ଓ୍ବର୍ଦି କହିଛନ୍ତି। ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରିକେଟ ଟୁର୍ନାମେଣ୍ଟକୁ ଆମେ ସୁଚାରୁରୂପ ପରିଚାଳନା କରିବାକୁ ପ୍ରୟାସ କରୁଛୁ। ଏକ ଲକ୍ଷ ଦଶ ହଜାର ମହିଳା ଟିକେଟ କିଣି ସାରିଲେଣି। ସେହପରି ୧ ଲକ୍ଷ ୧୬ ବର୍ଷରୁକମ୍‌ ଦର୍ଶକ ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ଏଠାକୁ ଆସିବେ ବୋଲି ଏଲଓ୍ବର୍ଦି କହିଛନ୍ତି। ଏହି ର୍ଟୁନାମେଣ୍ଟ ଯୁବବର୍ଗକୁ କ୍ରିକେଟ ଖେଳିବାକୁ ପ୍ରେରିତ କରିବ। ପ୍ରଥମଥର ପାଇଁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କ୍ରିକେଟ ଉପଭୋଗ କରିବାକୁ ଏଠାକୁ ଆସୁଛନ୍ତି। ଦୀର୍ଘ ୨୦ ବର୍ଷପରେ ବ୍ରିଟେନରେ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି। ଟିକେଟ ପାଇଁ ପାଖାପାଖି ୪ ଲକ୍ଷ ଆବେଦନ ଆମେ ପାଇଛୁ ବୋଲି ସେ କହିଛନ୍ତି। ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଇଭେଣ୍ଟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲାରେ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ମୋଟ ଉପରେ ୪୮ଟି ମ୍ୟାଚ୍‌ ଖେଳାଯିବ। ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ୧୦ଟି ଦଳ ପ୍ରଥମେ ପରସ୍ପରକୁ ଭେଟିବେ। ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri