Posted inଖେଳ

ୟୁରୋ ଟି୨୦ ସ୍ଲାମ୍‌ ପାଇଁ ଆଫ୍ରିଦୀ ଆଇକନ ଖେଳାଳି

ମୁମ୍ବାଇ, ୨୨ା୫ (ପି.ଟି.)-ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୟୁରୋ ଟି୨୦ ସ୍ଲାମ୍‌ରେ ଆଇକନ ଖେଳାଳି ଭାବେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ୬ ଜଣ ମାର୍କି ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟି୨୦ ଉପଅଧିନାୟକ ଜେ.ପି. ଡୁମିନୀ ତାଙ୍କ ଟିମମେଟ୍‌ ଇମ୍ରାନ ତାହିର ସ୍ଥାନ ପାଇଛନ୍ତି। ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସରେ ୩ ସପ୍ତାହ ଧରି ହେବାକୁଥିବା ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ହେବ। ଆଫ୍ରିଦୀଙ୍କ ବ୍ୟତୀତ ଆଇକନ୍‌ ଖେଳାଳି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ଶେନ୍‌ ଓ୍ବାଟସନ (ଅଷ୍ଟ୍ରେଲିଆ), ବ୍ରେଣ୍ଡନ ମ୍ୟାକ୍‌କୁଲମ (ନ୍ୟୁଜିଲାଣ୍ଡ) ଏବଂ ରଶିଦ ଖାଁ। ମାର୍କି ଖେଳାଳି ତାଲିକାରେ ଖ୍ରିସ୍‌ ଲିନ୍‌ (ଅଷ୍ଟ୍ରେଲିଆ), ବାବର ଆଜାମ (ପାକିସ୍ତାନ) ଏବଂ ଲ୍ୟୁକ୍‌ ରୋଞ୍ଚତ୍ (ନ୍ୟୁଜଲାଣ୍ଡ) ସାମିଲ ହୋଇଛନ୍ତି। ଅବଶିଷ୍ଟ ୨ଆଇକନ ଖେଳାଳି ଏବଂ ଜଣେ ମାର୍କି ଖେଳାଳିଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା ହେବ। ପ୍ରତିଯୋଗିତାରେ ଭାଗ ନେଉଥିବା ୬ଟି ଫ୍ରାଞ୍ଚାଇଜ୍‌ ହେଲେ ନେଦରଲାଣ୍ଡ୍ସରୁ ଆମଷ୍ଟାରଡାମ୍‌ କିଙ୍ଗ୍ସ ଓ ରୋଷ୍ଟରଡାମ୍‌ ରାଇନୋଜ୍‌, ସ୍କଟଲାଣ୍ଡରୁ ଗ୍ଲାସେ୍‌ଗୋ ଜିଆଣ୍ଟ୍ସ ଓ ଏଡିନବର୍ଗ ରକ୍ସ ଏବଂ ଆୟର୍ଲାଣ୍ଡରୁ ଡବଲିନ୍‌ ଚିଫ୍ସ ଓ ବେଲ୍‌ଫାଷ୍ଟ ଟାଇଟାନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

PCBର ବଡ଼ ଘୋଷଣା, ପୁଣି ଥରେ ବାବର ଆଜମ ହେଲେ ଅଧିନାୟକ

ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ନିର୍ବନ୍ଧର ୪ ମାସ ପରେ ପୃଥ୍ବୀ ଶ’ ସହ ସମ୍ପର୍କ ତୁଟାଇଲେ ଆକୃତି ଅଗ୍ରଓ୍ବାଲ, ପ୍ରତାରଣା କରିଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୭: ପୁଣି ଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’। ସେ ଏବଂ ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ସୃଷ୍ଟି…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri