ୟୁଟ୍ୟୁବ୍‌ ମ୍ୟୁଜିକ୍‌କୁ ଖୋଲା କାନ୍‌ଭାସ୍‌ ଦେଇଛି

ସ୍ମିତା ରାଓ ବେଲୁର। ଜଣେ ହିନ୍ଦୁସ୍ଥାନୀ କ୍ଲାସିକାଲ ତଥା ସୁଫି ଗାୟିକା ଭାବେ ସେ ଦେଶ ବିଦେଶରେ ପରିଚିତ। ତାଙ୍କ ସୁମଧୁର କଣ୍ଠ ଶ୍ରୋତାଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛିି। ଜୟପୁର କିରନ ଘରାନାରୁ ଆସିଥିତ୍ବା ସ୍ମିତା ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡିିଓର ନିୟମିତ ଗାୟିକା। ଇଞ୍ଜିନିୟର ସ୍ମିତାଙ୍କ ନିଶା ଥିଲା ସଙ୍ଗୀତ। ପରେ ସେ ଚାକିରି ଛାଡ଼ି ନିଶାକୁ ପେସା କରିନେଇଛନ୍ତି। ଭୁବନେଶ୍ୱରକୁ ଏକ କନସର୍ଟରେ ସଙ୍ଗୀତ ପରିବେଷଣ କରିବାକୁ ଆସିଥିବା ବେଳେ ସ୍ମିତାଙ୍କ ସହିତ ଆଳାପର କିୟଦଂଶ।

ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍‌କୁ କିପରି ଆସିଥିଲେ?
*ଛୋଟ ବେଳେ ରେଡିଓ ସଙ୍ଗୀତ ଅନୁକରଣ କରିବାର ଦକ୍ଷତା ମୋ ପାଖରେ ରହିଛି ବୋଲି ବାପା ଜାଣିଯାଇଥିଲେ। ପରେ ସେ ମୋତେ ଗୀତ ଶିଖିବାକୁ ଛାଡ଼ିଥିଲେ। ପ୍ରଥମ ଶ୍ରେଣୀରେ ପଢ଼ିବା ସମୟରେ ମୁଁ ବହୁ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଥିଲିି। ୯ବର୍ଷ ବୟସରେ ମୁଁ କର୍ନାଟକୀ ମ୍ୟୁଜିକ୍‌ ଶିଖିଲି। ଏହାପରେ ୧୨ବର୍ଷ ବୟସରେ ଗୁରୁ ସ୍ବର୍ଗତ ପି. ଆର୍‌ ଭଗଓ୍ବତଙ୍କଠାରୁ ହିନ୍ଦସ୍ଥାନୀ କ୍ଲାସିକାଲ ଭୋକାଲ ଖୟାଲ ମ୍ୟୁଜିକ୍‌ ଶିକ୍ଷା ଗ୍ରହଣ କରିଥିଲି।
‘ସୁଫି’ କାହିଁକି ବାଛିଲେ?
*ମୁଁ କ୍ଲାସିକାଲ ମ୍ୟୁଜିକ୍‌ ଶିଖୁଥିଲି। ଗୀତ ଶୁଣିବା ମୋର ହବି ଥିଲା। ସେହି ସମୟରେ ଅଜିଜ୍‌ ଅହମ୍ମଦ ଓ୍ବାର୍ସିଙ୍କ ଏକ ସୁନ୍ଦର କବାଲି ଗୀତ ପ୍ରାୟ ୨୦ମିନିଟ୍‌ ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ଏହାପରେ ‘ସୁଫି’ ପ୍ରତି ମୋର ଦୁର୍ବଳତା ବଢ଼ିଗଲା। ଏହାଛଡ଼ା ମୁଁ ଭାବେ ‘ସୁଫି’ର ସମାଜରୁ ଧାର୍ମିକ ବିଭାଜନ ଦୂର କରି ଏକତା ଆଣିବା ଓ ଆରୋଗ୍ୟଲାଭ କରିବାର କ୍ଷମତା ରହିଛି।
ଆପଣଙ୍କ ରୋଲ୍‌ ମଡେଲ କିଏ?
*କିଶୋରୀ ଆମୋନ୍‌କରଙ୍କ ରାଗ ଭୂପାଲି ମୋର ଅତି ପ୍ରିୟ। ଦୀର୍ଘ ବର୍ଷ ଧରି ମୁଁ ମେହଦୀ ହାସନ, ଗୁଲାମ ଅଲ୍ଲୀ, ହରିହରନଙ୍କର କ୍ଲାସିକାଲ ଓ ସେମିକ୍ଲାସିକାଲ ଗଜଲ ଶୁଣିଛି। ବର୍ତ୍ତମାନର ଗୁରୁ ଡ. ଅଲ୍‌କା ଦେଓଙ୍କଠାରୁ ମୁଁ ପ୍ରେରଣା ପାଇଛିି। ଏହାବ୍ୟତୀତ ଅଜିଜ୍‌ ଅହମ୍ମଦ ଓ୍ବାର୍ସି, ଅବିଦା ପର୍‌ଓ୍ବିନ, ବେଗମ ଅଖତାର, ନୁସ୍ରତ ଫତେହ ଅଲି, ଭୀମସେନ ଯୋଶୀ, ମଲ୍ଲିକାର୍ଜୁନ୍‌ ମାନ୍‌ସୁର୍‌ ମୋର ଅନୁପ୍ରେରକ।
ଆଇଟି ଜବ୍‌ ଛାଡ଼ି ସଙ୍ଗୀତକୁ କିପରି ପେସା କରିଥିଲେ?
*ଯଦିଓ ମୁଁ ମେଡିକାଲ ଇଲେକ୍ଟ୍ରୋନିକ୍‌ସ ଇଞ୍ଜିନିୟରିଂରେ ଡିଷ୍ଟିଙ୍କଶନ୍‌ ସହ ଡିଗ୍ରୀ ହାସଲ କରିଥିଲି ଓ ଗୋଟେ ଭଲ ଆଇଟି ସେକ୍ଟରରେ କାମ କରୁଥିଲି। କିନ୍ତୁ ଗୀତ ପ୍ରତି ମୋର ଦୁର୍ବଳତା ଥିଲା। ଚାକିରିକୁ କେବଳ ରୋଜଗାର କରିବାର ଏକ ବାଟ ବୋଲି ଭାବୁଥିଲି। ଏହି ସମୟରେ ମୋର ପ୍ରଥମ ଗୁରୁ ମୋତେ କହିଥିଲେ, ‘ପ୍ରତିବର୍ଷ ହଜାର ହଜାର ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ଙ୍କ ମଧ୍ୟରୁ ଜଣେ ହେବାକୁ ଚାହୁଁଛ ନା ସଙ୍ଗୀତ କ୍ଷେତ୍ରରେ ଲକ୍ଷାଧିକଙ୍କ ମଧ୍ୟରେ ଜଣେ ହେବାକୁ ଚାହୁଁଛ’। ଗୁରୁଙ୍କ ଏହି ପ୍ରଶ୍ନ ମୋ ମାନସିକତାରେ ଗଭୀର ପ୍ରଭାବ ପକାଇଥିତ୍ଲା। ପରେ ଆଇଟି ଜବ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ଯେହେତୁ ମୋ ପରିବାରରେ ଆଗରୁ କେହି ମ୍ୟୁଜିକ୍‌ ଲାଇନ୍‌ରେ ନ ଥିଲେ, ତେଣୁ ଫୁଲ୍‌ ଟାଇମ୍‌ ମ୍ୟୁଜିସିଆନ୍‌ ହୋଇ କିପରି ରୋଜଗାରକ୍ଷମ ହୋଇପାରିବି ତାହାକୁ ନେଇ ଚିନ୍ତାରେ ପଡିଗଲିି। ତେବେ କର୍ପୋରେଟ ହାଉସ୍‌ରୁ ମୋତେ ଅନେକ ଶିକ୍ଷା ମିଳିଥିଲା। ଯାହା ପରବର୍ତ୍ତୀ ସମୟରେ ମୋର ମ୍ୟୁଜିକ୍‌ କ୍ଷେତ୍ରରେ ସହଯୋଗ କରିଥିଲା।
ବର୍ତ୍ତମାନର ଯୁବପିଢ଼ି କ୍ଲାସିକାଲ ମ୍ୟୁଜିକ୍‌ ପ୍ରତି ଆକୃଷ୍ଟ ନ ହେବାର କାରଣ କ’ଣ ?
*କ୍ଲାସିକାଲ ମ୍ୟୁଜିକ୍‌ ହେଉଛି ହେଭି ଡୋଜ୍‌। ଯଦି ଓଡ଼ିଆ ଲୋକକୁ ଦକ୍ଷିଣ ଓଡ଼ିଶାର ଖାଦ୍ୟ ଏକା ସାଥିରେ ଦିଆଯିବ ତେବେ ତାଙ୍କର ବଦହଜମୀ ହୋଇଯିବ। ତେଣୁ ପ୍ରଥମ ଦିନରେ ମସଲା ଦୋସା, ଦ୍ୱିତୀୟ ଦିନରେ ସମ୍ବର ଓ ତୃତୀୟ ଦିନରେ ତାକୁ ପୂରା ମିଲ୍‌ ଦେଲେ ସେ ଖାଇବାକୁ ପସନ୍ଦ କରିବ। କାରଣ ସେ ଦକ୍ଷିଣ ଭାରତର ଖାଦ୍ୟର ସ୍ବାଦକୁ ଜାଣିସାରିଥିବେ। ଠିକ୍‌ ସେମିତିକା ସ୍ବାଦ ହେଉଛି କ୍ଲାସିକାଲ ମ୍ୟୁଜିକ୍‌ର। ଯଦି ପ୍ରଥମେ ଜଣଙ୍କୁ ସୁଫି ଗୀତ, ଦ୍ୱିତୀୟ ଦିନରେ ଗଜଲ ଓ ତୃତୀୟ ଦିନରେ ଛୋଟା ଖୟାଲ ଶୁଣାଯାଏ, ତେବେ ଗୋଟେ ମାସ ଭିତରେ ସେ ଏକ କ୍ଲାସିକାଲ କନସର୍ଟ ଶୁଣିବାକୁ ପ୍ରସ୍ତୁତ ହୋଇଯିବେ। କ୍ଲାସିକାଲ ମ୍ୟୁଜିକ୍‌ ଅଳ୍ପ ଅଳ୍ପ (ସ୍ମଲ ଡୋଜ୍‌)ରେ ଦେଲେ ପସନ୍ଦ ଆସିବ ଏବଂ ଜଣେ ଶିଖିବାକୁ ଆଗ୍ରହ ପ୍ର୍ରକାଶ କରିବ।
ଆମ ଟ୍ରାଡିଶନାଲ ଆର୍ଟ ଫର୍ମକୁ ପୁନର୍ଜୀବିତ କରିବା ପାଇଁ କ’ଣ କରାଯାଇପାରିବ?
*ଏବେ ଆମେ ୟୁଟ୍ୟୁବ୍‌ ଜରିଆରେ ଗୋଟେ ଦେଶରୁ ଅନ୍ୟ ଦେଶର ଲୋକଙ୍କୁ ଗୀତ ଶୁଣାଇପାରୁଛେ। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ୍‌ ଆମ ମ୍ୟୁଜିକ୍‌କୁ ଏକ ଖୋଲା କାନ୍‌ଭାସ୍‌ ଦେଇଛି। ଯାହା ଦ୍ୱାରା ସାରା ଦୁନିଆ ଆମ ଗୀତ ଶୁଣିପାରୁଛି। ସେଥିପାଇଁ ମୁଁ ଭାବୁଛି ଏହା ଆମର ଗୋଲ୍‌ଡେନ୍‌ ଏଜ୍‌।
ଓଡ଼ିଶା ସମ୍ପର୍କରେ କ’ଣ କହିବେ?
*ଓଡ଼ିଶା ପ୍ରଥମ ଥର ପାଇଁ ଆସିଛି। ଓଡ଼ିଶାର ଇକ୍କତ ଶାଢ଼ି ମୋର ବହୁତ ପସନ୍ଦ। ମୋତେ ଓଡ଼ିଶୀ ଡ୍ୟାନ୍ସ ମଧ୍ୟ ଭଲ ଲାଗେ।
ଓଡ଼ିଶୀ ମ୍ୟୁଜିକ୍‌ ବିଷୟରେ କିଛି ଧାରଣା ଅଛି କି?
*ନାଁ। ଓଡ଼ିଶୀ ମ୍ୟୁଜିକ୍‌ ବିଷୟରେ ମୋର ବେଶି ଧାରଣା ନାହିଁ। ଯେତିକି ଯାହା ବି ଜାଣିଛି ତାହା ଓଡ଼ିଶୀ ଡ୍ୟାନ୍ସ ଜରିଆରେ।
ଓଡ଼ିଶୀ ମ୍ୟୁଜିକ୍‌ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବା ପାଇଁ ଯୋଗ୍ୟ ବୋଲି ଭାବୁଛନ୍ତି କି?
*ମୁଁ ଶୁଣିବାକୁ ପାଇଛି ଯେ, ଓଡ଼ିଶୀ ମ୍ୟୁଜିକ୍‌ ହେଉଛି ହିନ୍ଦୁସ୍ଥାନୀ ଓ କର୍ନାଟକୀର ମିଶ୍ରଣ। ନୂଆ ନୂଆ ମ୍ୟୁଜିକ୍‌ ଆସୁଛି ତାକୁ ଯଦି ଶାସ୍ତ୍ରୀୟ ମାନ୍ୟତା ମିଳିପାରୁଛି ତେବେ ଓଡ଼ିଶୀ ମ୍ୟୁଜିକ୍‌କୁ କାହିଁକି ନୁହେଁ। ଓଡ଼ିଶୀ ମ୍ୟୁଜିକ୍‌ କୌଣସି ବାହାର ଦେଶରୁ ଆସିନାହିଁ। ଏହା ଆମ ଦେଶର ସଙ୍ଗୀତ। ବେଦବେଦାନ୍ତ କାଳରୁ ଏହା ଚାଲିଆସିଛି। ଏହାକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିବା ଆବଶ୍ୟକ।
ବହୁ କନସର୍ଟରେ ପର୍‌ଫର୍ମ କରିଛନ୍ତି। ସେଥିରୁ କେଉଁଟି ସ୍ମରଣୀୟ?
*ଯେଉଁଠି ଶ୍ରୋତା ମୋ ସଙ୍ଗୀତକୁ ହୃଦୟରୁ ଅନୁଭବ କରିପାରୁଥିବେ, ସେହି ସମୟ ମୋ ପାଇଁ ସ୍ମରଣୀୟ। ଏହିଭଳି ଅନେକ କନସର୍ଟରେ ହୋଇଛି। ତେଣୁ ଏମିତି କୌଣସି ନିର୍ଦ୍ଦିଷ୍ଟ କନସର୍ଟକୁ ମୋର ସ୍ମରଣୀୟ ବୋଲି କହିପାରିବିନି। ତେବେ ସବୁ କନସର୍ଟରେ ନୂଆ ଅଭିଜ୍ଞତା ମିଳେ।
କ୍ଲାସିକାଲ ମ୍ୟୁଜିକ୍‌କୁ ନେଇ ଭବିିଷ୍ୟତର ଯୋଜନା କ’ଣ?
*କ୍ଲାସିକାଲ ମ୍ୟୁଜିକ୍‌ ଲୋକେ ଶୁଣିବା ଦରକାର। ମୁଁ ଚାହିଁବି କି ମୋର କନସର୍ଟରେ ନୂଆ ଶ୍ରୋତା କ୍ଲାସିକାଲ ମ୍ୟୁଜିକ୍‌ ଶୁଣନ୍ତୁ। ମୁଁ ତାଙ୍କୁ ସ୍ମଲ ଡୋଜ୍‌ରେ ଶୁଣାଇବାକୁ ଚେଷ୍ଟା କରିବି। ଯାହା ଫଳରେ ଲୋକଙ୍କର କ୍ଲାସିକାଲ ମ୍ୟୁଜିକ୍‌ ପ୍ରତି ରୁଚି ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?