ୟାମିଙ୍କୁ ପସନ୍ଦ ଏମିତି ଜୀବନସାଥି

ମୁମ୍ବାଇ: ବଲିଉଡ୍‌ ବିୟୁଟି ୟାମି ଗୌତମ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବିଶେଷ ଭାବେ ଏହି ଇଣ୍ଟରାକ୍ସନ ସମୟରେ ସେ କହିଛନ୍ତି ତାଙ୍କୁ କେମିତିକା ଜୀବନସାଥି ପସନ୍ଦ। ଯିଏ ଭଲ ରୋଷେଇ ଜାଣିଥିବେ ଓ ଭଲ ଆନନ୍ଦଦାୟକ କଥା କହିପାରୁଥିବେ ୟାମିଙ୍କୁ ସେମିତି ଜୀବନସାଥି ପସନ୍ଦ ବୋଲି ସେ କହିଛନ୍ତି। ୟାମିଙ୍କ ଜଣେ ପ୍ରଶଂସକଙ୍କ ଉତ୍ତରରେ ସେ ଏହା କହିଛନ୍ତି। ଏହାସହ ତାଙ୍କ ଜୀବନସାଥି ଜଣେ ଭଲ ହୃଦୟର ବ୍ୟକ୍ତି ହୋଇଥିବା ଜରୁରୀ ବୋଲି ୟାମି କହିଛନ୍ତି। କରୋନା ଭାଇରସ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ୟାମି ବର୍ତ୍ତମାନ କେମିତି ସମୟ କାଟୁଛନ୍ତି ତାହା ମଧ୍ୟ ସେ ଶେୟାର କରିଛନ୍ତି। ଘରେ ରହି ୟାମି ଯୋଗ କରିବା ସହ ରୋଷେଇ କରୁଛନ୍ତି, ପାଠ ପଢୁଛନ୍ତି, ଫିଲ୍ମ ଦେଖୁଛନ୍ତି ଓ ପରିବାର ଲୋକଙ୍କୁ ମନେ ପକାଉଛନ୍ତି ବୋଲି କହିଛନ୍ତି। ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ନେଇଥିବା ୟାମି ଗୌତମ ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ବିକ୍କି ଡୋନର’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହା ପୂର୍ବରୁ ସେ ଚଣ୍ଡିଗଡ଼ରେ ଆଇନରେ ଡିଗ୍ରୀ କରିଛନ୍ତି। ଆଇଏଏସ୍‌ ହେବାକୁ ଚାହୁଁଥିବା ୟାମି ସମୟକ୍ରମେ ଅଭିନେତ୍ରୀ ହୋଇଯାଇଛନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri