ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟଜୟନ୍ତୀ ଉଦ୍‌ଯାପିତ: ଲୁହା ଉତ୍ପାଦନରେ ରାଜ୍ୟ, ଦେଶର ନେତୃତ୍ୱ ନେବ ଯାଜପୁର: କେନ୍ଦ୍ରମନ୍ତ୍ରୀ

ଚଣ୍ଡିଖୋଲ/ଛତିଆ୧୩।୧୦(ଡି.ଏନ.ଏ)- ପୂର୍ବ ଭାରତର ବିକାଶ ହେଲେ ଦେଶର ପ୍ରକୃତ ବିକାଶ ହୋଇପାରିବ। ତେଣୁ ପୂର୍ବ ଭାରତର ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭାରତର ଗୁରୁତ୍ୱ ବହନ କରୁଥିବା ଓଡ଼ିଶାର ଯାଜପୁର ଜିଲା ଇଷ୍ପାତ, ଖଣି ସହ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାଜପୁର ଜିଲା ଲୁହା ଉତ୍ପାଦନରେ ରାଜ୍ୟ ତଥା ଦେଶର ନେତୃତ୍ୱ ନେବ। ଛତିଆରେ ୩ଦିନ ଧରି ଚାଲିଥିବା ଜିଲା ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବ ଓ ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଶନିବାର ମୁଖ୍ୟଅତିଥିଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇଷ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଯାଜପୁରର କଳିଙ୍ଗନଗରରେ ୩୦ ମିଲିୟନ ମେଟ୍ରିକ ଟନ ଲୁହା ଉତ୍ପାଦନ କରାଯାଇ ବିଶ୍ୱ ବଜାରରେ ଏହି ଜିଲାର ମହତ୍ୱକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ଅଧ୍ୟକ୍ଷ ଅମର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ସାଲେପୁରର ପ୍ରାକ୍ତନ ବିଧ଼ାୟକ ପ୍ରକାଶଚନ୍ଦ୍ର ବେହେରା ଓ ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ, ପା୍ରାକ୍ତନ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ଯାଜପୁର ଜିଲା ହ୍ୟାଣ୍ଡବଲ ଆସୋସିଏଶନର ସଭାପତି ଅଧ୍ୟାପକ କେଶବ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ପ୍ରଥମ କରି ଓଡ଼ିଶାରେ ହ୍ୟାଣ୍ଡବଲ ଖେଳର କୋଚ ଭାବେ ଅଗ୍ରଣୀ ଭୂମିକା ନେଇଥିବା ପଣ୍ଡିଚେରୀର ଏମ୍‌. କାର୍ତ୍ତିକେୟନ, ହିମାଚଳ ପ୍ରଦେଶର କାନା ପରାସର, ଓଡ଼ିଶା ରାଜ୍ୟ କୋଚ ମନୋଜ କୁମାର ଦାସ, ଆନ୍ତର୍ଜାତିକ କବାଡ଼ି ଖେଳାଳି ମନସ୍ବିନୀ ସ୍ବାଇଁ, ଆନ୍ତର୍ଜାତିକ ହ୍ୟାଣ୍ଡବଲ ଖେଳାଳି ବିପ୍ଳବ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ପ୍ରତିଯୋଗିତାର ମହିଳା ବିଭାଗରେ ଜଗତସିଂହପୁରକୁ ହରାଇ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛି। ସେହିଭଳି ପୁରୁଷ ବିଭାଗରେ କେନ୍ଦୁଝରକୁ ହରାଇ ଝାଡ଼ଖଣ୍ଡ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ୪ଟି ରାଜ୍ୟରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ୩ଦିନ ଧରି ପୁରୁଷ ବିଭାଗରେ ଗଞ୍ଜାମ, କେନ୍ଦୁଝର, ଯାଜପୁର, ପୁରୀ, ଆନ୍ଧ୍ର ପ୍ରଦେଶ ଓ ବିଶାଖା ପାଟନାର ୮ଟି ଦଳ ଭାଗ ଦେଇଥିଲେ। ସେହିଭଳି ମହିଳା ବିଭାଗରେ ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର ଓ ଆନ୍ଧ୍ର ପ୍ରଦେଶର ଖେଳାଳିମାନେ ଭାଗ ନେଇ ୩ଦିନ ଧରି ଖେଳିଥିଲେ। ଶେଷରେ ବିଜୟୀ ଦଳଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଚାମ୍ପିୟନ ଓ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?