ହ୍ବାଟ୍ସଆପ୍‌ରେ ପାଠପଢ଼ିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା ଠପ୍‌ ହୋଇଯାଇଛି। କେତେକ ଘରୋଇ ସ୍କୁଲ୍‌ରେ ଅନ୍‌ଲାଇନ୍‌ ଜରିଆରେ ପାଠପଢ଼ା ଯାଉଛି। ଏହି ଅନ୍‌ଲାଇନ ପାଠପଢ଼ାକୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍‌ରେ ଲାଗୁ କରିବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ହ୍ବାଟ୍ସଆପ୍‌ ଜରିଆରେ ଶିକ୍ଷାଦାନ ପାଇଁ ‘ଓଡ଼ିଶା ଶିକ୍ଷା ସଂଯୋଗ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବୁଧବାର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଏହି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ସମସ୍ତ ବିଦ୍ୟାଳୟ ମାର୍ଚ୍ଚ ୧୭ରୁ ବନ୍ଦ ରହିଛି। ତେଣୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଲକ୍ଷ୍ୟରେ ରଖି ଟିଭି ଏବଂ ଅନ୍‌ଲାଇନ କିମ୍ବା ଡିଜିଟାଲ ଶିକ୍ଷାଦାନର ପଦ୍ଧତିକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦଶମ ଶ୍ରେଣୀ ପାଇଁ ବିଜ୍ଞାନ, ଗଣିତ, ଇଂଲିଶ ଏବଂ ଭୂଗୋଳର ପାଠ୍ୟକ୍ରମର କିଛି ଭିଡିଓ ଦୂରଦର୍ଶନ ଓଡ଼ିଆରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ମେ’ ୧୨ରେ ଶେଷ ହେବ। ବିଭିନ୍ନ ବିଷୟର ଅଧିକ ଭିଡିଓ ରେକର୍ଡିଂ ଏବଂ ପ୍ରସାରଣ ପାଇଁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ସ୍ତରରେ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆପଣାଇବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍‌ଲାଇନ୍‌ରେ ଏହା ଛାତ୍ରୀଛାତ୍ରଙ୍କ ପାଇଁ ସହଜ ହେବ। ଏହିପରି ଏକ କାର୍ଯ୍ୟକ୍ରମ ଯଥା ‘ଶିକ୍ଷା ସଂଯୋଗ’ ଖୋର୍ଦ୍ଧା ଜିଲାରେ ୧୯ ଏପ୍ରିଲରୁ ଆରମ୍ଭ ହୋଇଛି। ‘ଓଡ଼ିଶା ଶିକ୍ଷା ସଂଯୋଗ’ ନାମରେ ରାଜ୍ୟର ଅନ୍ୟାନ୍ୟ ଜିଲାରେ ଏଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଠ୍ୟସୂଚୀ ପ୍ରସ୍ତୁତ ସହ ସମୟ ନିର୍ଘଣ୍ଟହେବ। ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଛାତ୍ରୀଛାତ୍ରଙ୍କ ପର୍ଯ୍ୟନ୍ତ ବିଭିନ୍ନ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରାଯିବ। ସେଥିରେ ପାଠ୍ୟ ଉପକରଣ ପ୍ରଦାନ କରାଯିବ। ମେ’ ୭ତାରିଖ ସୁଦ୍ଧା ଏହି କାର୍ଯ୍ୟକ୍ରମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri