ହୋମ୍‌ମେଡ ଫେସିଆଲ୍‌

ଏବେ ବିବାହ ସିଜନ୍‌ ଚାଲିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବଢ଼ାଇବାକୁ ହେଲେ ସେମାନେ ପାର୍ଲର ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଘରେ ଏକ ଉପାୟ ଆପଣାଇ ପାର୍ଲର ପରି ଲୁକ୍‌ ପାଇପାରିବେ। ଆପଣ ହଳଦୀ ଓ ବାଦାମରେ ପ୍ରସ୍ତୁତ ହୋମମେଡ୍‌ ଫେସିଆଲ୍‌ ବ୍ୟବହାର କରିପାରନ୍ତି। ହଳଦୀ ଆଣ୍ଟିଅକ୍ସିଡାଣ୍ଟର କାମ କରିଥାଏ ଓ ବାଦାମ ଏହାକୁ ସଫ୍ଟ କରିଥାଏ। ତେବେ ହୋମ୍‌ମେଡ୍‌ ଫେସିଆଲ ପ୍ରସ୍ତୁତ କରିବାର ଉପାୟ ବିଷୟରେ ଆସନ୍ତୁ ଜାଣିବା..

ଆବଶ୍ୟକ ସାମଗ୍ରୀ
ଏକ ଚାମଚ ହଳଦୀ, ଏକ ଚାମଚ ମହୁ, ଅଧାଚାମଚ ଲେମ୍ବୁରସ, ଅଧାଚାମଚ ଏଲୋଭେରା ଜେଲ୍‌ ଓ ଏକ ଚାମଚ ଦହିକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ।
ବ୍ୟବହାର କରିବାର ଉପାୟ
ଗୋଲ୍ଡ ଫେସିଆଲ ପ୍ରସ୍ତୁତ କରିବା ପୂର୍ବରୁ ଭଲଭାବେ ମୁହଁକୁ ସଫାକରନ୍ତୁ। ମୁହଁକୁ କ୍ଲିନ୍‌ କରିବାକୁ ହେଲେ କଞ୍ଚାକ୍ଷୀର ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ଫେସ୍‌ ଅଏଲି ହୋଇଥାଏ ତେବେ ଆପଣ ରୋଜ୍‌ ଓ୍ବାଟରର ସହାୟତା ନେଇ ମୁହଁକୁ ସଫା କରିପାରିବେ। ଆପଣଙ୍କୁ ଏହି ପ୍ୟାକ୍‌ର ସହାୟତା ନେଇ ମୁହଁକୁ ସ୍କ୍ରବିଂ କରିବାକୁ ହେବ। ଏଥିପାଇଁ ଆପଣ ଏହି ପ୍ୟାକ୍‌ରେ ଚାଉଳଗୁଣ୍ଡ କିମ୍ବା ବେସନ ମିଶାନ୍ତୁ। ସ୍କ୍ରବିଂ ପୂର୍ବରୁ ମୁହଁକୁ ବାଦାମତେଲ ସାହାଯ୍ୟରେ ମସାଜ୍‌ କରନ୍ତୁ। ମସାଜ୍‌ ପରେ ସ୍କ୍ରବ୍‌ କରନ୍ତୁ। ସ୍କ୍ରବିଂ ପରେ ମୁହଁକୁ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହାପରେ ଲଗାନ୍ତୁ ଫେସ୍‌ପ୍ୟାକ୍‌। ଏହା ସମ୍ପୂର୍ଣ୍ଣ ଶୁଖିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଶୁଖିବା ପରେ ଏହାକୁ ହାଲ୍‌କା ହାତରେ ଘଷି ମୁହଁରୁ ଛଡ଼ାଇଦିଅନ୍ତୁ। ଆପଣ ମଧ୍ୟ ବାଦାମତେଲ ଦ୍ୱାରା ମୁହଁକୁ ଭଲଭାବେ ମସାଜ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri