ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେହିଭଳି କେତେଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର କରୋନାର ସାମାନ୍ୟ ଲକ୍ଷଣ ଥିବା ବା ପୂର୍ବ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ହୋମ ଆଇସୋଲେଶନ ନିୟମରେ ସଂଶୋଧନ କରିଛନ୍ତି। ତେବେ ନମୁନା ସଂଗ୍ରହର ୧୭ ଦିନ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ହୋମ ଆଇସୋଲେଶନ ଅବଧି ଶେଷ ହୋଇପାରିବ। ହେଲେ ଏଥିପାଇଁ ୧୦ ଦିନ ପର୍ଯ୍ୟନ୍ତ ଯେଉଁମାନଙ୍କୁ ଜ୍ୱର ନ ଆସିବ ସେମାନେ ୧୭ ଦିନ ମଧ୍ୟରେ ଆଇସୋଲଶନର ବା ପୃଥକବାସରୁ ବାହାରି ପାରିବେ। ଏହାସହ ହୋମ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି। ତେବେ ସାମାନ୍ୟ ଲକ୍ଷଣ ବା ଆଦୌ ଲକ୍ଷଣ ନ ଥିବା ଲୋକେ ଆଇସୋଲେଶନରେ ରହିବା ସମୟରେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ।

 

ଆଇସୋଲେଶନରେ ଥିବା ବ୍ୟକ୍ତି କେଉଁ ନିୟମ ପାଳନ କରିବେ
-ସବୁବେଳେ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ୮ ଘଣ୍ଟାରେ ଥରେ ଅଥବା ଏହା ଯଦି ଓଦା ହୋଇଯାଏ ତେବେ ତୁରନ୍ତ ଏହାକୁ ବଦଳାଇବା ଦରକାର।
-ବ୍ୟବହୃତ ମାସ୍କକୁ ଫୋପାଡିବା ପୂର୍ବରୁ ଏହାକୁ ଏକ ପ୍ରତିଶତ ସୋଡିୟମ ହାଇପୋକ୍ଲୋରାଇଡରେ ସଫା କରିବାକୁ ପଡିବ।
-ହୋମ ଆଇସୋଲେଶନ ସମୟରେ ଜଣେ ବ୍ୟକ୍ତି ଗୋଟିଏ କୋଠରୀରେ ରହିବା ସହ ପରିବାରର ବୟସ୍କ ବ୍ୟକ୍ତି ଓ ହୃଦରୋଗୀଙ୍କଠାରୁ ନିଶ୍ଚିତ ରୂପେ ଦୂରେଇ ରହିବେ।
-ଏହି ସମୟରେ ଯଥେଷ୍ଟ ଆରାମ କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଓ ତରଳ ପଦାର୍ଥ ଖାଇବା ଦରକାର।
-ନିଶ୍ୱାସ ପ୍ରଶ୍ୱାସକୁ ନେଇ ଦିଆଯାଇଥବା ନିର୍ଦ୍ଦେଶକୁ ପାଳନ କରିବାକୁ ପଡିବ।
-ସାବୁନ-ପାଣି ଅବା ଆଲକୋହଲ ଥିବା ସାନିଟାଇଜରରେ ଅତି କମ୍‌ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସଫା କରିବାକୁ ପଡିବ।
-ନିଜର କୌଣସି ଜିନିଷକୁ ଅନ୍ୟସହ ଶେୟାର କରିବେ ନାହିଁ।
-ଘର ଭିତରର ଯେଉଁସବୁ ଜିନିଷକୁ ବାରମ୍ବାର ଛୁଇଁବାକୁ ପଡୁଥିବ ସେସବୁକୁ ଏକ ପ୍ରତିଶତ ହାଇପୋକ୍ଲୋରାଇଡ ସଲ୍ୟୁଶନରେ ସଫା କରିବା ଜରୁରୀ।
-ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ପଡିବ।
-ନିଜ ସ୍ବାସ୍ଥ୍ୟର ଯତ୍ନ ନିଜେ ନେବା ସହ କୌଣସି ସମୟରେ ବିଶେଷ ଅସୁବିଧା ହେଲେ ତୁରନ୍ତ ଜଣାଇବେ।

 

ଯେଉଁମାନେ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କର ଯତ୍ନ ନେଉଥିବେ ସେମାନଙ୍କ ପାଇଁ କ’ଣ ନିୟମ ରହିଛି
-ରୋଗୀଙ୍କ ନିକଟକୁ ଯିବାପୂର୍ବରୁ ଟ୍ରିପଲ ଲେୟାର ମାସ୍କ ପିନ୍ଧିବା ଜରୁରୀ। ଏହାକୁ ସାମ୍ନା ପଟୁ ନ ଛୁଇଁ ତୁରନ୍ତ ଏହାକୁ ବଦଳାଇ ନେବା ଭଲ।
-ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ନିକଟରୁ ଫେରିବା ପରେ ଭଲଭାବେ ହାତ ଧୋଇବେ।
-ଖାଇବା ତିଆରି କରିବା ପୂର୍ବରୁ ଅବା ଖାଇବା ପୂର୍ବରୁ, ଶୌଚାଳୟରୁ ଆସିବା ପରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଧୋଇବେ। ଆଲକୋହଲ ଥିବା ସାନିଟାଇଜର ବ୍ୟବହାର କରିବା ଭଲ।
-ରୋଗୀଙ୍କ ପାଖକୁ ଯିବା ପୂର୍ବରୁ ଗ୍ଲୋଭସ୍‌ ବ୍ୟବହାର କରିବା ଜରୁରୀ। ରୋଗୀଙ୍କ ଦେହରୁ ବାହାରୁଥିବା ତରଳ ପଦାର୍ଥ ସହ ସିଧାସଳଖ ସମ୍ପର୍କରେ ନ ଆସିବା ଭଲ।
-ଆଇସୋଲେଶନ କୋଠରୀରେ ରୋଗୀଙ୍କୁ ଖାଦ୍ୟ ଦେବା ସହ ତାଙ୍କ ବାସନ, ପାଣି, ଟାଓ୍ବେଲ ଆଦି ବ୍ୟବହାର କରିବାକୁ ବାରଣ କରାଯାଇଛି।
-ରୋଗୀଙ୍କ ଦେଖାରଖା କରୁଥିବା ବ୍ୟକ୍ତି ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ପ୍ରତିଦିନ ଶରୀରର ତାପମାତ୍ରା ମାପିବେ। ଯଦି କରୋନାର କୌଣସି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?