ହିରୋସୀମା ଦିବସର ଅନୁଚିନ୍ତା

ଇଂ. ମାୟାଧର ସ୍ବାଇଁ

୧ ୯୪୫ ମସିହା ଅଗଷ୍ଟ ୬ ତାରିଖ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟ। ଯୁକ୍ତରାଷ୍ଟ୍ର ଆମେରିକା ଏହି ଦିନ ପୃଥିବୀର ପ୍ରଥମ ପରମାଣୁ ବୋମାକୁ ଜାପାନର ହିରୋସୀମା ସହରରେ ପକାଇଲା। ‘ଲିଟଲ ବୟ’ ନାମରେ ଜଣା ଏହି ବୋମାର ଶକ୍ତି ସାଢ଼େ ବାର କିଲୋଟି-ଏନ୍‌.ଟି. ଥିଲା। ଏହି ବିସ୍ଫୋରଣରେ ସହରଟି ଧ୍ୱଂସ ହୋଇଗଲା ଏବଂ ସହରର ସାଢ଼େ ୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧ ଲକ୍ଷ ୪୦ ହଜାର ଲୋକ ଏଥିରେ ମୃତ୍ୟୁବରଣ କଲେ। ଏହାର ୩ ଦିନ ପରେ ଆମେରିକା ଜାପାନର ଅନ୍ୟ ଏକ ସହର ନାଗାସାକୀ ଉପରେ ୨୧ କିଲୋ ଟି.ଏନ୍‌.ଟି. କ୍ଷମତାର ‘ମୋଟା ମଣିଷ’ ନାମଧ୍ୟେୟ ଅନ୍ୟ ଏକ ପରମାଣୁ ବୋମା ପକାଇଲା। ଏଥିରେ ସହରର ପ୍ରାୟ ୩ ଲକ୍ଷ ଲୋକଙ୍କ ମଧ୍ୟରୁ ୭୪,୦୦୦ ଲୋକ ପ୍ରାଣତ୍ୟାଗ କଲେ। ଦୁଇ ସହର ଉପରେ ବୋମା ବର୍ଷଣର ଅନେକ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ତେଜସ୍କ୍ରିୟ କଣିକା ଭରି ରହିଥିଲା।
ପରମାଣୁ ବୋମା ଦୁଇଟି ଆମେରିକାରେ ‘ମାନ୍‌ ହଟ୍ଟାନ୍‌ ପ୍ରକଳ୍ପ’ ଅଧୀନରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ ପଛରେ ରାଜନୀତିକ ବ୍ୟକ୍ତିଙ୍କ ଅପେକ୍ଷା ବୈଜ୍ଞାନିକମାନେ ଅଧିକ ଭାବରେ ଦାୟୀ ବୋଲି କୁହାଯାଇପାରିବ। ୟୁରୋପର ଅନେକ ବୈଜ୍ଞାନିକଙ୍କ ସମେତ ଆମେରିକାର ପ୍ରିନ୍‌ସଟନ୍‌, କାଲିଫର୍ନିଆ, ସିକାଗୋ, କଲମ୍ବିଆ ପ୍ରଭୃତି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଅନେକ ଗବେଷକ ଓ ବୈଜ୍ଞାନିକ ଏହି ପ୍ରକଳ୍ପରେ ଯୋଗ ଦେଇଥିଲେ। ଏପରି କି ଶାନ୍ତିପ୍ରିୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ ମଧ୍ୟ ପରୋକ୍ଷ ଭାବରେ ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିଲେ।
ପରମାଣୁ ଶକ୍ତିର ମୂଳଉତ୍ସ ହେଉଛି ୟୁରାନିୟମ୍‌ ଓ ପ୍ଲୁଟୋନିୟମ ପରମାଣୁ। ଆଇନ୍‌ଷ୍ଟାଇନ ୧୯୦୫ରେ ତାତ୍ତ୍ୱିକ ଭାବରେ ପ୍ରକାଶ କରିଥିଲେ ଯେ, ପରମାଣୁ ବିଭାଜନରୁ ପ୍ରଚୁର ଶକ୍ତି ଉତ୍ପାଦନ ହୋଇପାରିବ। ୧୯୩୯ ରେ ଜର୍ମାନୀର ଅଟ୍ଟୋହାନ୍‌ ଏବଂ ଅଷ୍ଟ୍ରିଆର ମେଇଟନର୍‌ ଜର୍ମାନୀର କାଇଜର ଉଇଲେହମ୍‌ ଅନୁଷ୍ଠାନର ପରୀକ୍ଷାଗାରରେ ଏହାକୁ ପରୀକ୍ଷା ଦ୍ୱାରା ପ୍ରମାଣ କଲେ। ଏହି ଖବର ଆମେରିକାରେ ଅବିଳମ୍ବେ ପହଞ୍ଚତ୍ଗଲା। ସେତେବେଳକୁ ୟୁରୋପରେ ହିଟ୍‌ଲରଙ୍କ ନାଜି ଅତ୍ୟାଚାରରେ ଅତିଷ୍ଠ ହୋଇ ଅନେକ ବୈଜ୍ଞାନିକ ଆମେରିକା ପଳାଇ ଯାଇଥିଲେ। ସେମାନେ ଆଶଙ୍କା ପ୍ରକାଶ କଲେ ଯେ, ଯଦି ପରମାଣୁ ବିଭାଜନ ପ୍ରକ୍ରିୟାରେ ଜର୍ମାନୀ ପରମାଣୁ ବୋମା ନିର୍ମାଣ କରେ, ତାହାହେଲେ ଯୁଦ୍ଧରେ ଏହାକୁ ପରାସ୍ତ କରିବା ଅସମ୍ଭବ। ପୁନଶ୍ଚ ଜର୍ମାନୀ ଏହି ବୋମା ନିର୍ମାଣ କାମ ଆରମ୍ଭ କରିଦେଲାଣି ବୋଲି ଖବର ମଧ୍ୟ ଆମେରିକାରେ ପହଞ୍ଚତ୍ଲା। ଏହା ପୂର୍ବରୁ ଆମେରିକା ପରମାଣୁ ବୋମା ନିର୍ମାଣ କରିବା ପାଇଁ ବୈଜ୍ଞାନିକମାନେ ଇଚ୍ଛା କଲେ। ଆମେରିକାର ରାଷ୍ଟ୍ରପତିଙ୍କୁ ଏହି ପ୍ରସ୍ତାବ ଦେବା ପାଇଁ ସେମାନେ ଆଇନ୍‌ଷ୍ଟାଇନଙ୍କୁ ଅନୁରୋଧ କଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ, ଆଇନ୍‌ଷ୍ଟାଇନଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଗ୍ରହଣ କରିନେବେ। ତାହାହିଁ ହେଲା। ଆଇନ୍‌ଷ୍ଟାଇନ୍‌ ୧୯୩୯ ଅଗଷ୍ଟ ୨ରେ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କୁ ଚିଠି ଲେଖିଲେ। ରାଷ୍ଟ୍ରପତି ଗୋଟିଏ କମିଟି ସ୍ଥାପନ କରି ଏହା ଉପରେ ବିଚାର କରୁଥିବା ବେଳେ ଜାପାନ ୧୯୪୧ ଡିସେମ୍ବରରେ ଆମେରିକାର ପଲ୍‌ ହାରବର ବନ୍ଦର ଉପରେ ଆକ୍ରମଣ କଲା। ଏହାପରେ ଆମେରିକା ସକ୍ରିୟ ଭାବରେ ଯୁଦ୍ଧରେ ପ୍ରବେଶ କଲା ଏବଂ ପରମାଣୁ ବୋମା ନିର୍ମାଣ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଲେ। ୧୯୪୨ ଅଗଷ୍ଟ ୧୩ରେ ବୋମା ନିର୍ମାଣ କାମ ଆରମ୍ଭ ହୋଇ ୧୯୪୪ ସୁଦ୍ଧା ଶେଷ ହୋଇଥିଲା।
ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇବା ପୂର୍ବରୁ ଇଟାଲି ଓ ଜର୍ମାନୀ ପରାସ୍ତ ହୋଇ ସାରିଥିଲେ। କିନ୍ତୁ ଯୁଦ୍ଧକୁ ଶୀଘ୍ର ଶେଷ କରିବା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ଆମେରିକା ଭୟାବହ ପରମାଣୁ ବୋମା ପ୍ରୟୋଗ କଲା। ଅନେକ ଲୋକ ମୃତାହତ ହେବା ସହ ସମଗ୍ର ପୃଥିବୀ ସ୍ତବ୍‌ଧ ହୋଇଯାଇଥିଲା। ରାଜନୀତି ଓ ବିଜ୍ଞାନ ପରସ୍ପର ପ୍ରତି କିପରି ପ୍ରଭାବ ପକାଇଥାଏ, ତାହା ପ୍ରଥମ ପରମାଣୁ ବୋମାର କାହାଣୀରୁ ଜଣାପଡ଼େ।
ଆମେରିକା ପରେ ସୋଭିଏତ୍‌ ରୁଷ, ବ୍ରିଟେନ୍‌, ଫ୍ରାନ୍ସ ଓ ଚାଇନା ପରମାଣୁ ପରୀକ୍ଷା କରି ଆଣବିକ ରାଷ୍ଟ୍ର ଭାବେ ଗଣା ହେଲେ। ପରମାଣୁ ଅସ୍ତ୍ର ଅଧିକାରୀ ଦେଶକୁ ସୀମିତ କରିବା ପାଇଁ ୧୯୬୮ରେ ପରମାଣୁ ଅଣ-ପ୍ରସାର ଚୁକ୍ତି ସ୍ବାକ୍ଷରିତ ହେଲା ଏବଂ ଏଥିରେ ୧୮୭ଟି ଦେଶ ସଦସ୍ୟ ଅଛନ୍ତି। ପରମାଣୁ କାର୍ଯ୍ୟ ବନ୍ଦ କରିବା ପାଇଁ ଏହି ଚୁକ୍ତି ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ରଗୁଡ଼ିକୁ ଲାଗୁ ହେଉ ନ ଥିବାରୁ ଭାରତ, ଇସ୍ରାଏଲ ଓ ପାକିସ୍ତାନ ଏହି ଚୁକ୍ତିରେ ସ୍ବାକ୍ଷର କରିନାହାନ୍ତି ଏବଂ ନିଜସ୍ବ ଜ୍ଞାନବଳରେ ସେମାନେ ପରମାଣୁ ରାଷ୍ଟ୍ରରେ ପରିଣତ ହୋଇଛନ୍ତି। ଏହି ସମସ୍ତ ଦେଶ ଓ ଉତ୍ତର କୋରିଆ ବର୍ତ୍ତମାନ ପରମାଣୁ ଅସ୍ତ୍ରର ଅଧିକାରୀ ଅଛନ୍ତି। ପୃଥିବୀରେ ମୋଟ ତେର ହଜାର ଆଣବିକ ଅସ୍ତ୍ର ଥିବାର ଜଣାଯାଇଛି। ଏହି ଶତାବ୍ଦୀର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ କହିଥିଲେ ଯେ, ବିଭିନ୍ନ କାରଣରୁ ଆସନ୍ତା ଏକଶହ ବର୍ଷ ମଧ୍ୟରେ ପୃଥିବୀର ଜୀବ ଲୋପ ପାଇଯିବେ ଏବଂ ଏହି କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପରମାଣୁ ଅସ୍ତ୍ର। ପରମାଣୁ ଶକ୍ତିର ଅନେକ ଶାନ୍ତି ଉପଯୋଗ ଅଛି। ଏଥିରୁ ବିଦ୍ୟୁତ୍‌ ଉତ୍ପାଦନ କଲେ ଜୀବାଶ୍ମ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହା ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାରେ ସାହାଯ୍ୟ କରିବ। ଏହି ହିରୋସୀମା ଦିବସରେ ସବୁ ଦେଶ ଏଥିପ୍ରତି ଚିନ୍ତା କରିବା ଉଚିତ୍‌।
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri