ହିରୋସୀମା ଦିବସର ଅନୁଚିନ୍ତା

ଇଂ. ମାୟାଧର ସ୍ବାଇଁ

୧ ୯୪୫ ମସିହା ଅଗଷ୍ଟ ୬ ତାରିଖ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟ। ଯୁକ୍ତରାଷ୍ଟ୍ର ଆମେରିକା ଏହି ଦିନ ପୃଥିବୀର ପ୍ରଥମ ପରମାଣୁ ବୋମାକୁ ଜାପାନର ହିରୋସୀମା ସହରରେ ପକାଇଲା। ‘ଲିଟଲ ବୟ’ ନାମରେ ଜଣା ଏହି ବୋମାର ଶକ୍ତି ସାଢ଼େ ବାର କିଲୋଟି-ଏନ୍‌.ଟି. ଥିଲା। ଏହି ବିସ୍ଫୋରଣରେ ସହରଟି ଧ୍ୱଂସ ହୋଇଗଲା ଏବଂ ସହରର ସାଢ଼େ ୩ ଲକ୍ଷ ଲୋକଙ୍କ ମଧ୍ୟରୁ ୧ ଲକ୍ଷ ୪୦ ହଜାର ଲୋକ ଏଥିରେ ମୃତ୍ୟୁବରଣ କଲେ। ଏହାର ୩ ଦିନ ପରେ ଆମେରିକା ଜାପାନର ଅନ୍ୟ ଏକ ସହର ନାଗାସାକୀ ଉପରେ ୨୧ କିଲୋ ଟି.ଏନ୍‌.ଟି. କ୍ଷମତାର ‘ମୋଟା ମଣିଷ’ ନାମଧ୍ୟେୟ ଅନ୍ୟ ଏକ ପରମାଣୁ ବୋମା ପକାଇଲା। ଏଥିରେ ସହରର ପ୍ରାୟ ୩ ଲକ୍ଷ ଲୋକଙ୍କ ମଧ୍ୟରୁ ୭୪,୦୦୦ ଲୋକ ପ୍ରାଣତ୍ୟାଗ କଲେ। ଦୁଇ ସହର ଉପରେ ବୋମା ବର୍ଷଣର ଅନେକ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ତେଜସ୍କ୍ରିୟ କଣିକା ଭରି ରହିଥିଲା।
ପରମାଣୁ ବୋମା ଦୁଇଟି ଆମେରିକାରେ ‘ମାନ୍‌ ହଟ୍ଟାନ୍‌ ପ୍ରକଳ୍ପ’ ଅଧୀନରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ ପଛରେ ରାଜନୀତିକ ବ୍ୟକ୍ତିଙ୍କ ଅପେକ୍ଷା ବୈଜ୍ଞାନିକମାନେ ଅଧିକ ଭାବରେ ଦାୟୀ ବୋଲି କୁହାଯାଇପାରିବ। ୟୁରୋପର ଅନେକ ବୈଜ୍ଞାନିକଙ୍କ ସମେତ ଆମେରିକାର ପ୍ରିନ୍‌ସଟନ୍‌, କାଲିଫର୍ନିଆ, ସିକାଗୋ, କଲମ୍ବିଆ ପ୍ରଭୃତି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଅନେକ ଗବେଷକ ଓ ବୈଜ୍ଞାନିକ ଏହି ପ୍ରକଳ୍ପରେ ଯୋଗ ଦେଇଥିଲେ। ଏପରି କି ଶାନ୍ତିପ୍ରିୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ ମଧ୍ୟ ପରୋକ୍ଷ ଭାବରେ ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିଲେ।
ପରମାଣୁ ଶକ୍ତିର ମୂଳଉତ୍ସ ହେଉଛି ୟୁରାନିୟମ୍‌ ଓ ପ୍ଲୁଟୋନିୟମ ପରମାଣୁ। ଆଇନ୍‌ଷ୍ଟାଇନ ୧୯୦୫ରେ ତାତ୍ତ୍ୱିକ ଭାବରେ ପ୍ରକାଶ କରିଥିଲେ ଯେ, ପରମାଣୁ ବିଭାଜନରୁ ପ୍ରଚୁର ଶକ୍ତି ଉତ୍ପାଦନ ହୋଇପାରିବ। ୧୯୩୯ ରେ ଜର୍ମାନୀର ଅଟ୍ଟୋହାନ୍‌ ଏବଂ ଅଷ୍ଟ୍ରିଆର ମେଇଟନର୍‌ ଜର୍ମାନୀର କାଇଜର ଉଇଲେହମ୍‌ ଅନୁଷ୍ଠାନର ପରୀକ୍ଷାଗାରରେ ଏହାକୁ ପରୀକ୍ଷା ଦ୍ୱାରା ପ୍ରମାଣ କଲେ। ଏହି ଖବର ଆମେରିକାରେ ଅବିଳମ୍ବେ ପହଞ୍ଚତ୍ଗଲା। ସେତେବେଳକୁ ୟୁରୋପରେ ହିଟ୍‌ଲରଙ୍କ ନାଜି ଅତ୍ୟାଚାରରେ ଅତିଷ୍ଠ ହୋଇ ଅନେକ ବୈଜ୍ଞାନିକ ଆମେରିକା ପଳାଇ ଯାଇଥିଲେ। ସେମାନେ ଆଶଙ୍କା ପ୍ରକାଶ କଲେ ଯେ, ଯଦି ପରମାଣୁ ବିଭାଜନ ପ୍ରକ୍ରିୟାରେ ଜର୍ମାନୀ ପରମାଣୁ ବୋମା ନିର୍ମାଣ କରେ, ତାହାହେଲେ ଯୁଦ୍ଧରେ ଏହାକୁ ପରାସ୍ତ କରିବା ଅସମ୍ଭବ। ପୁନଶ୍ଚ ଜର୍ମାନୀ ଏହି ବୋମା ନିର୍ମାଣ କାମ ଆରମ୍ଭ କରିଦେଲାଣି ବୋଲି ଖବର ମଧ୍ୟ ଆମେରିକାରେ ପହଞ୍ଚତ୍ଲା। ଏହା ପୂର୍ବରୁ ଆମେରିକା ପରମାଣୁ ବୋମା ନିର୍ମାଣ କରିବା ପାଇଁ ବୈଜ୍ଞାନିକମାନେ ଇଚ୍ଛା କଲେ। ଆମେରିକାର ରାଷ୍ଟ୍ରପତିଙ୍କୁ ଏହି ପ୍ରସ୍ତାବ ଦେବା ପାଇଁ ସେମାନେ ଆଇନ୍‌ଷ୍ଟାଇନଙ୍କୁ ଅନୁରୋଧ କଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ, ଆଇନ୍‌ଷ୍ଟାଇନଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ଗ୍ରହଣ କରିନେବେ। ତାହାହିଁ ହେଲା। ଆଇନ୍‌ଷ୍ଟାଇନ୍‌ ୧୯୩୯ ଅଗଷ୍ଟ ୨ରେ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କୁ ଚିଠି ଲେଖିଲେ। ରାଷ୍ଟ୍ରପତି ଗୋଟିଏ କମିଟି ସ୍ଥାପନ କରି ଏହା ଉପରେ ବିଚାର କରୁଥିବା ବେଳେ ଜାପାନ ୧୯୪୧ ଡିସେମ୍ବରରେ ଆମେରିକାର ପଲ୍‌ ହାରବର ବନ୍ଦର ଉପରେ ଆକ୍ରମଣ କଲା। ଏହାପରେ ଆମେରିକା ସକ୍ରିୟ ଭାବରେ ଯୁଦ୍ଧରେ ପ୍ରବେଶ କଲା ଏବଂ ପରମାଣୁ ବୋମା ନିର୍ମାଣ ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଲେ। ୧୯୪୨ ଅଗଷ୍ଟ ୧୩ରେ ବୋମା ନିର୍ମାଣ କାମ ଆରମ୍ଭ ହୋଇ ୧୯୪୪ ସୁଦ୍ଧା ଶେଷ ହୋଇଥିଲା।
ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇବା ପୂର୍ବରୁ ଇଟାଲି ଓ ଜର୍ମାନୀ ପରାସ୍ତ ହୋଇ ସାରିଥିଲେ। କିନ୍ତୁ ଯୁଦ୍ଧକୁ ଶୀଘ୍ର ଶେଷ କରିବା ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ଆମେରିକା ଭୟାବହ ପରମାଣୁ ବୋମା ପ୍ରୟୋଗ କଲା। ଅନେକ ଲୋକ ମୃତାହତ ହେବା ସହ ସମଗ୍ର ପୃଥିବୀ ସ୍ତବ୍‌ଧ ହୋଇଯାଇଥିଲା। ରାଜନୀତି ଓ ବିଜ୍ଞାନ ପରସ୍ପର ପ୍ରତି କିପରି ପ୍ରଭାବ ପକାଇଥାଏ, ତାହା ପ୍ରଥମ ପରମାଣୁ ବୋମାର କାହାଣୀରୁ ଜଣାପଡ଼େ।
ଆମେରିକା ପରେ ସୋଭିଏତ୍‌ ରୁଷ, ବ୍ରିଟେନ୍‌, ଫ୍ରାନ୍ସ ଓ ଚାଇନା ପରମାଣୁ ପରୀକ୍ଷା କରି ଆଣବିକ ରାଷ୍ଟ୍ର ଭାବେ ଗଣା ହେଲେ। ପରମାଣୁ ଅସ୍ତ୍ର ଅଧିକାରୀ ଦେଶକୁ ସୀମିତ କରିବା ପାଇଁ ୧୯୬୮ରେ ପରମାଣୁ ଅଣ-ପ୍ରସାର ଚୁକ୍ତି ସ୍ବାକ୍ଷରିତ ହେଲା ଏବଂ ଏଥିରେ ୧୮୭ଟି ଦେଶ ସଦସ୍ୟ ଅଛନ୍ତି। ପରମାଣୁ କାର୍ଯ୍ୟ ବନ୍ଦ କରିବା ପାଇଁ ଏହି ଚୁକ୍ତି ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ରଗୁଡ଼ିକୁ ଲାଗୁ ହେଉ ନ ଥିବାରୁ ଭାରତ, ଇସ୍ରାଏଲ ଓ ପାକିସ୍ତାନ ଏହି ଚୁକ୍ତିରେ ସ୍ବାକ୍ଷର କରିନାହାନ୍ତି ଏବଂ ନିଜସ୍ବ ଜ୍ଞାନବଳରେ ସେମାନେ ପରମାଣୁ ରାଷ୍ଟ୍ରରେ ପରିଣତ ହୋଇଛନ୍ତି। ଏହି ସମସ୍ତ ଦେଶ ଓ ଉତ୍ତର କୋରିଆ ବର୍ତ୍ତମାନ ପରମାଣୁ ଅସ୍ତ୍ରର ଅଧିକାରୀ ଅଛନ୍ତି। ପୃଥିବୀରେ ମୋଟ ତେର ହଜାର ଆଣବିକ ଅସ୍ତ୍ର ଥିବାର ଜଣାଯାଇଛି। ଏହି ଶତାବ୍ଦୀର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ କହିଥିଲେ ଯେ, ବିଭିନ୍ନ କାରଣରୁ ଆସନ୍ତା ଏକଶହ ବର୍ଷ ମଧ୍ୟରେ ପୃଥିବୀର ଜୀବ ଲୋପ ପାଇଯିବେ ଏବଂ ଏହି କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପରମାଣୁ ଅସ୍ତ୍ର। ପରମାଣୁ ଶକ୍ତିର ଅନେକ ଶାନ୍ତି ଉପଯୋଗ ଅଛି। ଏଥିରୁ ବିଦ୍ୟୁତ୍‌ ଉତ୍ପାଦନ କଲେ ଜୀବାଶ୍ମ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହା ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାରେ ସାହାଯ୍ୟ କରିବ। ଏହି ହିରୋସୀମା ଦିବସରେ ସବୁ ଦେଶ ଏଥିପ୍ରତି ଚିନ୍ତା କରିବା ଉଚିତ୍‌।
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri