ହାରିବା ପରେ ସଫଳତା

ଜୟପୁର, ୮।୩ (ଡି.ଏନ.ଏ ) ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ ା ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି ଜୀବନ ଯୁଦ୍ଧକୁ ା ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ ଅନେକଙ୍କ ପାଇଁ ରାସ୍ତା ଖୋଲି ଦେଇଛନ୍ତି ା ସେ ଅନେକଙ୍କଠାରୁ ଭିନ୍ନ ଓ ଚର୍ଚ୍ଚିତ। ଆମେ ଏଠି ଜୟପୁରର ବି. ମନିଷାଙ୍କ କଥା କହୁଛୁ। ସ୍ବାମୀ ପର କରିବା ପରେ ଅନ୍ୟର ସହାୟତାରେ ବଞ୍ଚତ୍ବା ଅପେକ୍ଷା ଦମ୍ଭର ସହ ପେଟ ପୋଷୁଛନ୍ତି ା
ଜୟପୁର ଏନ.କେ.ଟି ରୋଡରେ ରୁହନ୍ତି ମନିଷା ା ବୟସ ମାତ୍ର ୩୦ ା ପରିବାର କହିଲେ ସେ ଓ ତାଙ୍କର ୬ ବର୍ଷର ପୁଅ ପୃଥିରାଜ। ବିବାହ ପରେ କିଛି ବର୍ଷ ହସଖୁସିରେ ଦିନ କଟିଥିଲା ା ୪ ବର୍ଷ ତଳେ ତାଙ୍କ ସ୍ବାମୀ କିଛି ନ କହି କେଉଁଆଡ଼େ ଚାଲି ଗଲେ ା ବହୁତ ଖୋଜାଖୋଜି କଲେ ମନିଷା। ହେଲେ କୌଣସି ପତ୍ତା ପାଇ ନ ଥିଲେ ା ଦୀର୍ଘ ୬ ମାସ ଧରି ସ୍ବାମୀର ଅପେକ୍ଷା ବାଟକୁ ଚାହିଁ ରହିଲେ। ହେଲେ ସେ ଫେରିଲେ ନାହିଁ ା ଧୀରେ ଧୀରେ ନିଜ ହୃଦୟକୁ ଦୃଢ କଲେ ା ନିଜ ପୁଅକୁ କିପରି ମଣିଷ କରିବେ ସେ ନେଇ ଚିନ୍ତା କଲେ ା ଘର ପାଖରେ ଏକ ଚା ଦୋକାନଟିଏ କଲେ। ସେଥିରୁ ଯାହା ରୋଜଗାର କଲେ ମା’ ପୁଅ କଷ୍ଟେମଷ୍ଟେ ଚଳିଲେ ା ପରେ ଘର ନିକଟ ପୁରାତନ ମନୋଜ କୁମାର ଥିଏଟର ପାର୍ଶ୍ୱରେ ଏକ ଠେଲାଗାଡ଼ିରେ ଛୋଟ ଜଳଖିଆ ଦୋକାନ କଲେ ା ପ୍ରତ୍ୟେକ ଦିନ ମନିଷା ଭୋର ୪ଟାରୁ ଉଠି ଖାଦ୍ୟ ପ୍ରସ୍ତୁତ କରିବାରେ ଲାଗି ପଡ଼ନ୍ତି। ସକାଳ ୭ଟାରେ ଦୋକାନ ଖୋଲିଥାନ୍ତି ସେ ା ପୁରି, ଇଡ୍‌ଲି, ଚକୁଳି, ୨ ପ୍ରକାର ଚଟଣି ଏବଂ ତରକାରୀ ପ୍ରଭୃତି ଖାଦ୍ୟ ସାମଗ୍ରୀ ବିକ୍ରି କରିଥାଆନ୍ତି ା ଦୈନିକ ପ୍ରାୟ ୭ ଶହ ଟଙ୍କା ରୋଜଗାର କରନ୍ତିି। ତାଙ୍କର ସୁସ୍ବାଦ ଜଳଖିଆ ପାଇଁ ଦୂରଦୂରନ୍ତାରୁ ଲୋକେ ଏଠାରେ ଭିଡ଼ ଜମାଇଥାନ୍ତି ା ତାଙ୍କର ଉତ୍ତମ ବ୍ୟବହାର ଯୋଗୁ ସେ ଗ୍ରାହକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ା ନିଜେ ଦି ଅକ୍ଷର ପାଠ ପଢି ନ ଥିବାରୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହା ଦୃଦୟଙ୍ଗମ କରିଛନ୍ତି ା ତେଣୁ ନିଜ ପୁଅକୁ ଉତ୍ତମ ଶିକ୍ଷା ଦେବା ଲାଗି ସ୍ଥାନୀୟ ଏକ ଇଂଲିଶ ମିଡ଼ିୟମ ସ୍କୁଲରେ ପଢାଉଛନ୍ତି ା ବର୍ତ୍ତମାନ ସେ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି ା ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସହାୟତା କରୁଥିବା କହିଛନ୍ତି ମନିଷା ା ମାସିକ ୨ହଜାର ଟଙ୍କା ଦେଇ ଏକ ଭଡା ଘରେ ରହୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଭତ୍ତା ମିଳୁନାହିଁ। କେବଳ ମାସକୁ ୧୦ କିଲୋ ଚାଉଳ ମିଳୁଛି ା ଭୂମିହୀନ ଜମି ନିମନ୍ତେ ଆବେଦନ କରିଛନ୍ତି। ସରକାର ଜମିଟିଏ ଯୋଗାଇ ଦେଲେ ମୁଣ୍ଡ ଗୁଞ୍ଜିବା ଲାଗି ଘରଟିଏ କରିବେ ବୋଲି ଆଶା ରଖିଛନ୍ତି ମନିଷା ା


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri