ହାତୀଙ୍କ ଜଳକ୍ରୀଡ଼ା

ଭାପୁର, ୨୬।୫(ଡି.ଏନ.ଏ.)- ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ଏହା କେବଳ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତାହା ନୁହେଁ, ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ବନ୍ୟଜନ୍ତୁ। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବାକୁ ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ହାତୀ ଏବେ ଜଳାଶୟମୁହଁା ହୋଇଥିବା ଦେଖିବାକୁ ମିଳିଛି। ଭାପୁର ଅଞ୍ଚଳର କଇଁଆ ତଇଲା ଅଞ୍ଚଳରେ ଥିବା ପୋଖରୀକୁ ୩୦ଟିକିଆ ହାତୀପଲ କିଛିଦିନ ହେଲା ଜଳକ୍ରୀଡ଼ା କରିବାକୁ ଆସୁଛନ୍ତି। ଜଙ୍ଗଲ ପରିବେଶରେ ହାତୀଙ୍କ ଜଳକ୍ରୀଡ଼ା ଦେଖିବାକୁ ସାଧାରଣ ଲୋକ ଭିଡ଼ ଜମାଉଛନ୍ତି। ପୋଖରୀ ହିଡ଼ରେ ରହି ଶତାଧିକ ଲୋକ ହାତୀଙ୍କ ଗାଧୋଇବା ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଅନ୍ୟପଟେ ଏପରି ଭିଡ଼ ହାତୀଙ୍କୁ ଅଯଥାରେ ଉତ୍ତ୍ୟକ୍ତ କରୁଛି। ହାତୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଜଳକ୍ରୀଡ଼ାରେ ଯେପରି କେହି ବାଧକ ନ ହୁଏ ସେ ନେଇ ବନ ବିଭାଗ ନଜର ରଖିଛି। ତେବେ କର୍ମଚାରୀ ଅଭାବରୁ ସମସ୍ୟା ସୃଷ୍ଟି ହେଉଛି। ହାତୀ ଜନବସତିମୁହଁା ହେବା ଆଶଙ୍କା ଥିବାରୁ ସନ୍ଧ୍ୟାପରେ ନିୟମିତ ପାଟ୍ରୋଲିଂ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri