ହଜିଲାଣି ବିକାଶ ଦୃଷ୍ଟିଭଙ୍ଗୀ

ଆକାର ପଟେଲ
ସରକାରଙ୍କ ଗୁଜରାଟ ମଡେଲ ନିର୍ଦ୍ଦିଷ୍ଟ କଥନିକା (ନ୍ୟାରେଟିଭ୍‌) ଉପରେ ଆଧାରିତ ଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ଯେପରି ଭାବେ ରାଜ୍ୟ ସରକାର ପରିଚାଳିତ ହେଉଥିଲା ଭାରତରେ ଅନ୍ୟ କେଉଁଠି ସେପରି ହେଉ ନ ଥିଲା। ସରକାରକୁ ପୂର୍ବାପେକ୍ଷା ଅଧିକ ଦକ୍ଷ ଓ ଦୁର୍ନୀତିମୁକ୍ତ କରାଯାଇଥିଲା। ଏହାର ଫଳାଫଳ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଦୃଶ୍ୟମାନ ହେଲା। ତେଣୁ ନରେନ୍ଦ୍ର ମୋଦି ବିଶ୍ୱ ତଥା ଭାରତର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଲେ। ତେବେ ମୋଦିଙ୍କ ମୁଖ୍ୟମନ୍ତ୍ରିତ୍ୱ ଅମଳରେ ଗୁଜରାଟରେ ଅର୍ଥନୈତିକ ଅଭିବୃଦ୍ଧି କିପରି ଥିଲା, ସେ ନେଇ ଭିନ୍ନମତ ରହିଛି। କିନ୍ତୁ ଅର୍ଥନୀତିକୁ ଆଗକୁ ନେବା ପାଇଁ ତାଙ୍କର ଯେ ଏକ ପ୍ରତିବଦ୍ଧତା ରହିଥିଲା, ଏଥିରେ ଦ୍ୱିମତ ନାହିଁ।
ସେ ସମୟରେ ମୁଁ ଯେତେବେଳେ ମୋଦିଙ୍କୁ ଭେଟିଥିଲି ସେ ମୋତେ କହିଥିଲେ ଯେ ସେ ଚାହାନ୍ତି, ଗୁଜରାଟ ବାର୍ଷିକ ୧୫% ହାରରେ ଅଭିବୃଦ୍ଧି କରୁ, ଯାହାଫଳରେ ଭାରତ ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି କରିପାରିବ। ସେ ତାହା ଥଟାମଜାରେ କହି ନ ଥିଲେ ଏବଂ ସେ ଏଥିପାଇଁ ଦୃଢ଼ପ୍ରତିଜ୍ଞ ଥିଲେ। ସେ ସମୟରେ ରାଜ୍ୟ ଶାସନ ଓ ନ୍ୟାୟ ବ୍ୟବସ୍ଥାରେ ଯେ ତ୍ରୁଟିବିଚ୍ୟୁତି ରହିଥିଲା ଏଥିରେ ବି ଦ୍ୱିମତ ନାହିଁ। ୨୦୦୨ ହିଂସାକାଣ୍ଡକୁ କେବେହେଲେ ଅଣଦେଖା କରାଯାଇ ନ ପାରେ ଏବଂ ମୋଦି ହେଉଛନ୍ତି ଭାରତ ଇତିହାସରେ ଏକମାତ୍ର ନେତା ଯିଏ ଏକ ମହାଦଙ୍ଗା ପୂର୍ବରୁ ଶାସନ କ୍ଷମତାରେ ଥିଲେ ଏବଂ ତା’ ପରେ ବି କ୍ଷମତାରେ ରହିଲେ। ଏସବୁ ସତ୍ତ୍ୱେ ସେ ଚାହିଁଥିଲେ ସମସ୍ତ ପାଞ୍ଚକୋଟି ଗୁଜରାଟୀଙ୍କ ପାଇଁ ଏକ ଶକ୍ତିଶାଳୀ ଅର୍ଥନେତିକ ଅଭିବୃଦ୍ଧି। ମୋର ମନେହୁଏ ମୋଦି ଏବେ ସେ ବିକାଶ ଦୃଷ୍ଟିଭଙ୍ଗୀ ହଜାଇସାରିଲେଣି।
ମୁଁ ଆଶା କରୁଛି ଯେ ମୋର ଅନୁମାନ ଭୁଲ୍‌ ହୋଇଥାଉ କିନ୍ତୁ ତାହା ଏବେ କେଉଁଠି ହେଲେ ଦେଖିବାକୁ ବା ପଢ଼ିବାକୁ ମିଳୁନାହିଁ। ବର୍ତ୍ତମାନ ସରକାର ଯାହା ଉପରେ ଗୁରୁତ୍ୱ ଦେଉଛନ୍ତି, ସେଥିପାଇଁ କେହି ଦାବି କରି ନ ଥିଲେ ଏବଂ ତାହାଦ୍ୱାରା ଦେଶର କୌଣସି ଲାଭ ହେବ ନାହିଁ। ମୁଁ ଏନ୍‌ଡିଏ ସରକାର ଦେଶରେ ଲାଗୁ କରିବାକୁ ଜିଦି ଧରି ବସିଥିବା ତିନୋଟି ଆଇନ କଥା ହିଁ କହୁଛି- ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)।
ୟୁରୋପୀୟ ପାର୍ଲାମେଣ୍ଟରେ ସିଏଏ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଅଣାଯାଇଥିବା ନେଇ ଆମ ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏକ ଅନୁକ୍ତ ସତ୍ୟ ହେଉଛି ଯେ ପ୍ରଥମ ଥର ପାଇଁ ଭାରତର ଆଭ୍ୟନ୍ତରୀଣ ନୀତିକୁ ବାହାର ଦେଶରେ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସମୀକ୍ଷା କରି ନିନ୍ଦା କରାଯାଇଛି। କିନ୍ତୁ ନିନ୍ଦାରୁ ଦେଶକୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ। ଏହା ଚିନ୍ତାଜନକ କାରଣ ଆମ ଦେଶକୁ ବାହାର ଦେଶଗୁଡ଼ିକ ଯଦି ଭଲ ଦୃଷ୍ଟିରେ ଦେଖିବେ ତେବେ ଭାରତକୁ ଅଧିକ ପୁଞ୍ଜି ଆସିପାରିବ। ଯଦି ଗୋଟିଏ ଦେଶର ନାଗରିକମାନେ ପରସ୍ପର ସହ ଯୁଦ୍ଧରତ ରହିବେ ଏବଂ ଅନ୍ୟମାନେ ଏହାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ, ତେବେ ସେ ଦେଶର କେବେ ବି ଆର୍ଥିକ ଉନ୍ନତି ହୋଇପାରିବ ନାହିଁ।
ଶନିବାର ପାର୍ଲାମେଣ୍ଟରେ ଉପସ୍ଥାପିତ ବଜେଟରେ ଆମ ଅର୍ଥନୀତିରେ କିଛି ସମସ୍ୟା ଅଛି ବୋଲି ସ୍ବୀକାର କରାଯାଇ ନାହିଁ। ଯେଉଁମାନେ ଉକ୍ତ ସମସ୍ୟାଗୁଡ଼ିକ ଦୂର କରିବା ପାଇଁ କିଛି ପଦକ୍ଷେପ ନିଆଯାଉ ବୋଲି ଚାହୁଁଥିଲେ, ସେମାନେ ହତାଶ ହୋଇଛନ୍ତି। ସମସ୍ୟା ଅଛି ବୋଲି ସ୍ବୀକାର କରିଥିଲେ ହିଁ ସରକାର ତା’ର ନିରାକରଣ ପାଇଁ ପଦକ୍ଷେପ ଘୋଷଣା କରିଥାନ୍ତେ। ଗତ ଦଶନ୍ଧି ଭିତରେ ଭାରତ ସବୁଠୁ ନିମ୍ନ ହାରରେ ଅଭିବୃଦ୍ଧି କରୁଛି। ଯଦି ସେହିପରି ଚାଲେ ତେବେ ସରକାର ନିର୍ବାଚନ ବେଳେ ଯେଉଁ ନିଯୁକ୍ତି ଓ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ ହୋଇପାରିବ ନାହିଁ।
ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୋଦି ଭାଜପାର ଆଦର୍ଶଗତ କାର୍ଯ୍ୟସୂଚୀକୁ ହିଁ ଆଗେଇ ନେବାକୁ ଚାହୁଁଛନ୍ତି ଏବଂ ସେଥି ମଧ୍ୟରୁ ଅଧିକାଂଶ କ୍ଷେତ୍ରରେ ସଫଳତା ପାଇସାରିଲେଣି। ଯେଉଁ ତିନୋଟି ପ୍ରସଙ୍ଗକୁ ନେଇ ଭାଜପା ଗଠିତ ହୋଇଥିଲା ସେଗୁଡ଼ିକ ହେଉଛି ଅଯୋଧ୍ୟା, କଶ୍ମୀର ଓ ସିଭିଲ କୋଡ୍‌। ସେଥିମଧ୍ୟରୁ ଅଯୋଧ୍ୟାକୁ ତ ସୁପ୍ରିମ୍‌କୋର୍ଟ ଉପହାର ସ୍ବରୂପ ଦେଇଦେଲେ ଏବଂ କଶ୍ମୀର ପ୍ରସଙ୍ଗରେ କୋର୍ଟ ତରଫରୁ କୌଣସି ପ୍ରତିରୋଧ ଆସିଲା ନାହିଁ। ତିନି ତଲାକକୁ ଅପରାଧ ଘୋଷଣା କରାଗଲା। ତା’ପରେ ବହୁବିବାହଟା ଉଠେଇ ଦେଲେ ଭାଜପାର ପୂର୍ଣ୍ଣ ବିଜୟ ଘଟିବ। ଏସବୁ ପରେ ମୋଦି ସରକାର ସଂଖ୍ୟାଗୁରୁବାଦକୁ ଚଳେଇ ରଖିବା ଆଉ କି ଦରକାର? ସବୁ ଲକ୍ଷ୍ୟ ପୂରଣ କରିବା ପରେ ସିଏଏ, ଏନ୍‌ଆର୍‌ସି ଭଳି ନୂଆ ଆଭିମୁଖ୍ୟ ଗ୍ରହଣ କରିବାର କି ଆବଶ୍ୟକତା ଥିଲା? ମୋଦି ସରକାର ଏବେ ତାଙ୍କ ଆଦର୍ଶଗତ କାର୍ଯ୍ୟସୂଚୀକୁ ଛାଡ଼ି ଦେଶର ଅର୍ଥନୀତି କିପରି ସୁଧୁରିବ ତାହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ, ଯାହାର ସୂଚନା ଶନିବାରର ବଜେଟରେ ଦେଖିବାକୁ ମିଳିନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri